ଅଧିକରୁ ଅଧିକ ମତଦାନ ପାଇଁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
by Argus News
Fri, Apr 19 | 9:32 a.m.

ଅର୍ଗସ ବ୍ୟୁରୋ : ଅଧିକରୁ ଅଧିକ ମତଦାନ ପାଇଁ ମୋଦିଙ୍କ ଅପିଲ୍ । ଅଧିକରୁ ଅଧିକ ମତଦାନ ପାଇଁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ । ଦେଶର ୧୦୨ ଲୋକସଭା ଆସନ ପାଇଁ ଚାଲିଛି ଭୋଟିଂ । ରେକର୍ଡ ସଂଖ୍ୟାରେ ମତଦାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା । ‘ଯୁବ ଓ ପ୍ରଥମ ଥର ଭୋଟର ଅଧିକ ସଂଖ୍ୟାରେ ଭୋଟ୍ ଦିଅନ୍ତୁ’ । ପ୍ରତିଟି ଭୋଟ ମହତ୍ତ୍ଵପୂର୍ଣ୍ଣ, ପ୍ରତିଟି ମତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେପଟେ ଅଧିକରୁ ଅଧିକ ମତଦାନ ପାଇଁ ଅପିଲ୍ ବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇସାରିଛି । ଦେଶର ୧୦୨ ଆସନ ପାଇଁ ଚାଲିଛି ମତଦାନ, ରେକର୍ଡ ସଂଖ୍ୟକ ଭୋଟ୍ ଦିଅନ୍ତୁ । ଯୁବ ଭୋଟର, ପ୍ରଥମ ଥର ଭୋଟ୍ ଦେଉଥିବା ଭୋଟର ସର୍ବାଧିକ ସଂଖ୍ୟାରେ ଭୋଟ୍ ଦିଅନ୍ତୁ । ଆପଣମାନଙ୍କ ମଧ୍ୟରୁ ଗୋଟିଏ ଭୋଟ୍ ଭାରତ ପାଇଁ ଏକ ଉଜ୍ବଳ ଭବିଷ୍ୟତ ନିଶ୍ଚିତ କରିବ । 

ଆଜିଠୁ ଆରମ୍ଭ ହେଉଛି ଗଣତନ୍ତ୍ରର ମହାପର୍ବ । ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ପଡ଼ୁଛି ଭୋଟ୍ । ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ହେଉଛି ଭୋଟିଂ । ତାମିଲନାଡ଼ୁର ସମସ୍ତ ୩୯ ସିଟ୍, ରାଜସ୍ଥାନର ୧୨, ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ-ମହାରାଷ୍ଟ୍ର-ଉତ୍ତରାଖଣ୍ଡର ୫ଟି ଲେଖାଏଁ ସିଟରେ ଭୋଟିଂ ହେବ । ସେହିପରି ପୁଡ଼ୁଚେରୀ, ଲାକ୍ଷାଦୀପ, ଜମ୍ମୁକାଶ୍ମୀର, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ଗୋଟିଏ ଲେଖାଏଁ ସିଟରେ ବି ମତଦାନ କରିବେ ଜନତା । 

ଅଧିକ ପଢନ୍ତୁ : ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ପଡ଼ୁଛି ଭୋଟ୍

ଏହାବାଦ ଛତିଶଗଡ଼ର ମାଓପ୍ରବଣ ବସ୍ତରରେ ବି ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡ଼ିବ। ୧୦୨ଟି ଆସନରେ ମୋଟ୍ ୧୬୨୫ ଜଣ ପ୍ରାର୍ଥୀ ରହିଥିବା ବେଳେ ପୁରୁଷ ୧୪୯୧ ଓ ୧୩୪ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ସେହିପରି କାଭାଁ ସ୍ଥାନକୁ ଛାଡ଼ିଦେଲେ ଅଧିକାଂଶ ଜାଗାରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧୬.୬୩ କୋଟି ଭୋଟର୍ ରହିଛନ୍ତି ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ୮.୪ କୋଟି ପୁରୁଷ ଓ ୮.୨୩ କୋଟି ମହିଳା ।  ପାଖାପାଖି ୩୫ ଲକ୍ଷ ୬୭ ହଜାର ନୂଆ ଭୋଟର୍ ପ୍ରଥମ ପର୍ଯ୍ୟାୟରେ ମତଦାନ କରିବେ । 
 

SP
2m ago
ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି: ମୋଦି
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶରେ ମୋଦିଙ୍କ ମାରାଥନ ପ୍ରଚାର । ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
HIMANTA
17m ago
ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି: ହିମନ୍ତ ବିଶ୍ୱଶର୍ମା
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି । ଜଟଣୀ ଛତାବରର
TUKUNI
39m ago
ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା !
ଅର୍ଗସ ବ୍ୟୁରୋ: ଟୁକୁନି ସାହୁଙ୍କ ଗୁଣ୍ଡାଙ୍କ ଆତଙ୍କରାଜ୍ ! ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା ! ପୁଣି ସୀମା ଟପିଲେ ମନ୍ତ୍ରୀ ଟୁକୁନି ସାହୁଙ୍