ବିଲ୍ ଗେଟ୍ସଙ୍କୁ ଭଣ୍ଡାର ଭର୍ତ୍ତି ବାକ୍ସ ଉପହାର ଦେଲେ ପ୍ରଧାନମନ୍ତ୍ରୀ
by Argus News
Fri, Mar 29 | 5:51 p.m.

ଅର୍ଗସ ବ୍ୟୁରୋ: ମୋଦିଙ୍କ ଆବାସରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତକାରକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ସାକ୍ଷାତକାରରେ ଜଳବାୟୁ ପରିବର୍ତ୍ତନ, ସ୍ବାସ୍ଥ୍ୟ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ହେଲେ ଏହାରି ମଧ୍ୟରେ ବିଲ୍ ଗେଟ୍ସଙ୍କ ସାମନାରେ ଭାରତର ସମୃଦ୍ଧ ସଂସ୍କୃତି, କଳା,ଐତିହ, କାରିଗରୀର ଭୁରି ଭୁରି ପ୍ରଶଂସା କରିଛନ୍ତି ମୋଦି । 

ଏହି ସାକ୍ଷାତକାର ସମୟରେ ବିଲ୍ ଗେଟ୍ସ ମୋଦୀଙ୍କୁ ଏକ ନ୍ୟୁଟ୍ରିସନ୍ ବୁକ୍ ସେଟ୍ ଗିଫ୍ଟ କରିଥିଲେ । ସେତିକିବେଳେ ପ୍ରଧାନମନ୍ତ୍ରୀ ଭାରତର ‘ଭୋକାଲ୍ ଫର୍ ଲୋକାଲ୍’ ପଦକ୍ଷେପକୁ ପ୍ରାଧାନ୍ୟ ଦେଇ ଏକ ସ୍ୱତନ୍ତ୍ର ଭଣ୍ଡାର ଭର୍ତ୍ତି ବାକ୍ସ ବିଲ୍ ଗେଟ୍ସଙ୍କୁ ଉପହାର କରିଛନ୍ତି ।

ବାକ୍ସ ଭିତରେ ଥିଲା କାଶ୍ମୀରର ପଶମିନା ସାଲ୍ , କେଶର, ଦାର୍ଜିଲିଙ୍ଗ୍ ଓ ନୀଳଗିରିର ଚା । କେବଳ ଏତିକି ନୁହେଁ ଚମତ୍କାର ଥୋଥୁକୁଡି ମୋତି ମଧ୍ୟ ସେହି ବାକ୍ସରେ ଥିଲା । ଯାହା ଭାରତର ସୂକ୍ଷ୍ମ କାରିଗରୀର ପ୍ରତୀକ ଦର୍ଶାଉଥିଲା । ଏହାସହ ଥିଲା ଟେରାକୋଟା ମୂର୍ତ୍ତି । ପ୍ରତି ଉପହାରକୁ ଗୋଟି ଗୋଟି କରି ବିଲ୍ ଗେଟ୍ସଙ୍କୁ ବୁଝାଇଥିଲେ ପ୍ରଧାନମନ୍ତ୍ରୀ ।  ଏହା କେମିତି ହୁଏ । କେଉଁ ସହରରେ ହୁଏ । ପ୍ରତିଟି ଜିନିଷ ତିଆରି କରିବାରେ କାରିଗରମାନେ କେତେ ପରିଶ୍ରମ କରନ୍ତି । ଏନେଇ ଗୋଟି ଗୋଟି କରି ବିଲ ଗେଟ୍ସଙ୍କୁ ବୁଝାଇଥିଲେ ପ୍ରଧାନମନ୍ତ୍ରୀ । 

ସବୁବେଳେ ଲୋକାଲ ଜିନିଷକୁ କିଣିବାକୁ ପ୍ରାଧାନ୍ୟ ଦିଅନ୍ତି ପ୍ରଧାନମନ୍ତ୍ରୀ । ଲୋକାଲ୍ ଜିନିଷକୁ ପ୍ରାଧାନ୍ୟ ଦେଲେ ସ୍ଥାନୀୟ କାରିଗର, ଚାଷୀଙ୍କର ରୋଜଗାର ବଢିବ ।  ଆମେ ଆତ୍ମନିର୍ଭରଶୀଳ ହେବା । ସଶକ୍ତ ହେବା । ସେଥିପାଇଁ ଅନ୍ତର୍ଜାତୀୟ ଭିଜିଟ୍ ରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଲୋକାଲ୍ ଜିନିଷ ହିଁ ଗିଫ୍ଟ କରନ୍ତି ପ୍ରଧାନମନ୍ତ୍ରୀ । ଯାହାଦ୍ୱାରା ସେହି ସ୍ଥାନର ଲୋକଙ୍କୁ ଗର୍ବିତ କରିବା ସହ ତାଙ୍କ ରୋଜଗାର ବଢାଇବାରେ ସାହାଯ୍ୟ କରିବ ।  

ଆହୁରି ପଢନ୍ତୁ ଭାରତ ଖବର...
 

MLA
ପୁଷ୍ପାଙ୍କ ନାମରେ ମାମଲା ରୁଜୁ, ଆଚାର ସଂହିତା ଉଲ୍ଲଙ୍ଘନ କରିଥିବା ଅଭିଯୋଗ
ଅର୍ଗସ ବ୍ୟୁରୋ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ତାଙ୍କୁ କିଏ ବା ନଜାଣେ। ହେଲେ ତାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର। କାହିଁକି ନା ଅଲ୍ଲୁଙ୍କ ନାମର
ମାତୃ ଦିବସ
ମାତୃ ଦିବସ ଉପଲକ୍ଷେ ବୃଦ୍ଧାଶ୍ରମରେ ମା' ମାନଙ୍କୁ ପୂଜାର୍ଚ୍ଚନା
କଟକ : ଆଜି ପବିତ୍ର ମାତୃ ଦିବସ । ଏହି ଅବସର ରେ କଟକ ଜିଲ୍ଲା ନିଆଳି ବ୍ଲକ ବୃନ୍ଦାବନ ବୃଦ୍ଧାଶ୍ରମରେ ଭ୍ୟୁ ଫାଉଣ୍ଡେସନ ପକ୍ଷରୁ ମାତୃ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ
TEMPERATURES
ନିର୍ବାଚନ ଥିବା ସହରରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିବ
ଅର୍ଗସ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅନୁକୂଳ ରହିବ ପାଗ। ନିର୍ବାଚନ ଥିବା ସହରରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିବ । କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାର