ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓଡିଶାବାସୀଙ୍କ ପାଇଁ ବଡ଼ ସନ୍ଦେଶ 
by Argus News
Tue, May 07 | 3:17 p.m.

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓଡିଶା ଗସ୍ତ ଓଡିଶାବାସୀଙ୍କ ପାଇଁ ବଡ଼ ସନ୍ଦେଶ । ଓଡିଶାରେ ସୁଶାସନର ଦିନ ଆସୁଥିବାର ପୂର୍ବ ସୂଚନା । ପ୍ରଧାନମନ୍ତ୍ରୀଙ୍କ ପରେ ଆଗକୁ ଆହୁରି ଅନେକ କେନ୍ଦ୍ରୀୟ ନେତା ଓଡିଶା ଆସୁଛନ୍ତି । କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡିଶା ଗସ୍ତ ପରେ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ।  
ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ, ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପ୍ରମୁଖ ଓଡିଶା ଗସ୍ତରେ ଆସିସାରିଛନ୍ତି । ତେବେ ଆଗକୁ ମଧ୍ୟ ଆହୁରି ଅନେକ ବଡ ବଡ ନେତା ଓଡିଶା ଆସିବେ । ଯାହାର ପୂର୍ବ ସୂଚନା ଦେଇଛନ୍ତି ଗୋଲକମହାପାତ୍ର । 

୮ ତାରିଖ - 

() ଆସନ୍ତାକାଲି ରାଜନାଥ ସିଂ ରାୟଗଡ଼ା ଏବଂ ନବରଙ୍ଗପୁର ଗସ୍ତ କରିବେ
() ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ କୋରାପୁଟର ତିନୋଟି ସ୍ଥାନରେ ସଭା କରିବେ

୯ ତାରିଖ - 

() କେନ୍ଦ୍ର ସଡ଼କ ପରିବହନମନ୍ତ୍ରୀ ନୀତିନ ଗଡ଼କରି ପୁରୀର କୃଷ୍ଣପ୍ରସାଦରେ ବିରାଟ ସମାବେଶ କରିବେ
() ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ନବରଙ୍ଗପୁରର ତିନୋଟି ସ୍ଥାନରେ ସଭା କରିବେ
() ଆସାମର ମୁଖ୍ୟମନ୍ତ୍ରୀ ମାଲକାନଗିରି, ଚିତ୍ରକୁଣ୍ଡା ଏବଂ ଖଲ୍ଲିକୋଟ ଗସ୍ତ କରିବେ

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍