‘ମହାଦେବ ଅନଲାଇନ୍ ବେଟିଂ ଆପ୍’ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନାମ
by Argus News
Sat, Nov 04 | 6:52 a.m.

ଅର୍ଗସ ବ୍ୟୁରୋ : ‘ମହାଦେବ ଅନଲାଇନ୍ ବେଟିଂ ଆପ୍’ରେ  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାମ ଆସିଛି । ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡିର ନଜର ‌ଏବେ ରାଜନେତାଙ୍କ ଉପରେ। ଇଡି ଦାବି କରିଛି ଯେ, ୟୁଏଇରୁ ମହାଦେବ ବେଟିଂ ଆପ୍ ମାଲିକଙ୍କଠାରୁ ଭୂପେଶ ବାଘେଲ ୫୦୮କୋଟି ଟଙ୍କା ଗ୍ରହଣ କରିଛନ୍ତି । ଏହା ସହ ଇଡି ପକ୍ଷରୁ କୁହାଯାଇଛି ଯେ ଅନୁସନ୍ଧାନକାରୀ ସଂସ୍ଥା ବିଶ୍ୱସନୀୟ ତଥ୍ୟ ହାସଲ କରିବା ପ‌ରେ ଗୁରୁବାର ଛତିଶଗଡର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା । 

ଅଧିକ ପଢନ୍ତୁ ଭାରତ ଖବର

ଚଢ଼ଉ ପରେ ରାଜ୍ୟରୁ ୫.୩୯ କୋଟି ଟଙ୍କା ନଗଦ ଜବତ କରାଯାଇଛି । ଏଥିସହ ୧୫.୫୯ କୋଟି ଟଙ୍କା ବ୍ୟାଙ୍କ ବାଲାନ୍ସ ମଧ୍ୟ ସିଜ୍ କରିଛି ଇଡି । ଏହି ମାମଲାରେ ଏ ପର୍ଯ୍ୟନ୍ତ ଅନୁସନ୍ଧାନକାରୀ ସଂସ୍ଥା ୪ ଜଣଙ୍କୁ ଗିରଫ କରିଛି ଏବଂ ବର୍ତ୍ତମାନ ସୁଦ୍ଧା ୪୫୦କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି । ଏହା ସହ ୧୪ଜଣଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏତଲା ଦାଖଲ କରିଛି । ନିକଟରେ ମହାଦେବ ବେଟିଂ ଆପ୍ ମାମଲାରେ ଇଡି ପ୍ରଥମ ଚାର୍ଜସିଟ୍ ଦାଖଲ କରିଥିଲା, ଯେଉଁଥିରେ ୧୪ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଆପ୍‌ର ମାଲିକ ସୌରଭ ଚନ୍ଦ୍ରାକର ଏବଂ ରବି ଉପ୍ପଲଙ୍କ ନାମ ଥିବା ଜଣାପଡ଼ିଥିଲା । 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ