ବିରାଟଙ୍କ ଧୂଆଁଧାର ମାଡ଼ରେ ପରାସ୍ତ ହେଲା ପଞ୍ଜାବ
by Argus News
Fri, May 10 | 3:26 p.m.

ଅର୍ଗସ ବ୍ୟୁରୋ: ଧର୍ମଶାଳାରେ ଚମକିଲେ ବିରାଟ। ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଗତକାଲି ଆଇପିଏଲରେ ଦମଦାର ରେକର୍ଡ କରିଥିଲେ। ବିରାଟ ସିନା ଶତକ କରିପାରି ନ ଥିଲେ କିନ୍ତୁ ଦମଦାର ରନ କରି ଫ୍ୟାନ୍ସଙ୍କ ହୃଦୟରେ ରାଜ କରିଛନ୍ତି। ଆଉ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ବିରାଟଙ୍କ ମାଡ଼ ଦେଖି ଯେଉଁମାନେ ତାଙ୍କ ନାଁରେ ଗପୁଥିଲେ ଯେ ବିରାଟଙ୍କ ଷ୍ଟ୍ରଇକ ରେଟ ମନ୍ଥର ରହୁଛି ସେମାନେ କାଲି ସତରେ କାହାକୁ ମୁହଁ ଦେଖେଇ ପାରି ନ ଥିବେ। କାରଣ କାଲି ମ୍ୟାଚରେ ବିରାଟଙ୍କ ଷ୍ଟ୍ରାଇକ ରେଟ ହେଉଛି ୧୯୫।

ଗତକାଲି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବେଙ୍ଗାଲୁରୁ ଦଳର ଅଧିନାୟକ ତଥା ଓପନର ଫାଫ ଡୁପ୍ଲେସିସ ମାତ୍ର ୯ ରନ କରିଆଉଟ ହୋଇଥିଲେ ବି ଅନ୍ୟ ଓପନର ବିରାଟ କୋହଲି ଲଢୁଆ ବ୍ୟାଟିଂ କରିଚାଲିଥିଲେ । ସେ ମାତ୍ର ୪୭ଟି ବଲରୁ ୯୨ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୬ଟି ଛକା ଓ ୭ଟି ଚୌକା ମାରିଥିଲେ । ତେବେ ସେ ଅଳ୍ପକେ ଶତକରୁ ବତ ହୋଇଥିଲେ । ରଜତ ପଟିଦାର ୫୫ ରନ କରିଥିବାବେଳେ କାମେରନ ଗ୍ରୀନ ୪୬ ରନ କରିଥିଲେ । ଦିନେଶ କାର୍ତ୍ତିକ ୧୮ ରନ କରି ପାଭିଲିୟନ ଫେରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୪୧ ରନ କରିଥିଲା ।
ପଞ୍ଜାବ ପକ୍ଷରୁ ହର୍ଷଲ ପଟେଲ ୩ଟି ଓ୍ବିକେଟ ନେଇଥିବାବେଳେ ବିଧ୍ବାଥ କେବରପ୍ପା ୨ଟି ଓ୍ବିକେଟ ନେଇଥିଲେ । ଅର୍ଶଦୀପ ସିଂ ଓ ସାମ କୁରାମ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍