ରଥଯାତ୍ରା ପରଦିନ ଖୋଲିବ ରତ୍ନଭଣ୍ଡାର , ସୂଚନା ଦେଲେ ASI ସୁପରିଟେଣ୍ଡେଣ୍ଟ
by Argus News
Wed, Jun 19 | 2:25 p.m.

ଅର୍ଗସ ବ୍ୟୁରୋ : ଆସନ୍ତା ଜୁଲାଇ ୮ ତାରିଖରେ ଖୋଲାଯିବ ରତ୍ନଭଣ୍ଡାର । ସୂଚନା ଦେଲେ ଏଏସଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡନାୟକ ।  2018 ରିପୋର୍ଟ ଓ ଲେଜର ସ୍କାନିଂ ରିପୋର୍ଟ ଆଧାରରେ ଖୋଲିବ ରତ୍ନଭଣ୍ଡାର । ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପରେ ନିଆଯାଇଛି ଏପରି ନିଷ୍ପତ୍ତି । ରତ୍ନଭଣ୍ଡାରର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ କରାଯାଇଛି । ଅନୁଧ୍ୟାନ ପରେ କରାଯିବ ମରାମତି । ରତ୍ନଭଣ୍ଡାର ଖୋଲିବାକୁ ସ୍ବତନ୍ତ୍ର SOP ପାଳନ କରାଯିବ । ASI ବୈଷୟିକ ଟିମ ଓ ରତ୍ନଭଣ୍ଡାର କମିଟି ଉପସ୍ଥିତ ରହିବେ । 

ଅଧିକ ପଢନ୍ତୁ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ସେହିପରି ବୈଠକରେ ସ୍ନାନଯାତ୍ରାର ନୀତି ନିର୍ଘଣ୍ଟ ନେଇ ବସିଥିଲା ମିଟିଂ । ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ଉପରେ ହେଲା ବିସ୍ତୃତ ଆଲୋଚନା । ଆସନ୍ତା ସ୍ନାନଯାତ୍ରାର ଚୂଡ଼ାନ୍ତ ନୀତିନିର୍ଘଣ୍ଟକୁ ମୋହର ମାରିବ ପରିଚାଳନା କମିଟି । ଜୁନ୍ 22ରେ ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ କିଭଳି ଶୃଙ୍ଖଳିତ କରାଯିବ, ଭକ୍ତ କିଭଳି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଜଳ ଲାଗି ଓ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶକୁ ସ୍ପଷ୍ଟ ଦର୍ଶନ କରିପାରିବେ ସେନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ ।..... ଶ୍ରୀଜିଉଙ୍କ ପହଣ୍ଡି ସମୟରେ କିଭଳି ଟାହିଆକୁ ସୁରକ୍ଷିତ ରଖାଯିବ, ହାତୀବେଶ ଓଲାଗିବେଳେ କିଭଳି ବିଶୃଙ୍ଖଳା ନହେବ ସେନେଇ ମଧ୍ୟ ଆଲୋଚନା ହୋଇପାରେ । ଅନ୍ୟପଟେ ପରିଚାଳନା କମିଟିର ଏଜେଣ୍ଡାରେ ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପରେ ଭକ୍ତଙ୍କ ଭିଡ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ଉପରେ କୌଣସି ପ୍ରସଙ୍ଗ ସ୍ଥାନ ପାଇନଥିବା ବେଳେ ଶ୍ରୀମନ୍ଦିର ବାହାରେ ଓ ଭିତରେ ଦର୍ଶନ ବ୍ୟବସ୍ଥା କିଭଳି ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହୋଇପାରିବ ସେନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା ।

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା