ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେଲେ ରାୟଗଡାର ପୂର୍ଣ୍ଣଚନ୍ଦ୍ର ବେନିଆ
by Argus News
Thu, Nov 30 | 7:39 p.m.

ରାୟଗଡା:  ବିକଶିତ ଭାରତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହିତ ସିଧାସଳଖ କଥା ହେଲେ ଦୁର୍ଗମ ଅଞ୍ଚଳ କୃଷକ । ରାୟଗଡା ଜିଲ୍ଲା ହଲୁଆ ପଞ୍ଚୟତରେ ଆୟୋଜିତ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ କାର୍ଯ୍ୟକ୍ରମ । ଏହି ସମୟରେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେନିଆ  ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ । କେନ୍ଦ୍ର ସରକାରଙ୍କ ଲୋକ ହିତକର ଯୋଜନା କେତେ ଲାଭ ସେ ପାଉଛନ୍ତି ସେନେଇ ପ୍ରଧାନମନ୍ତ୍ରୀ ବେନିଆଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ସେପଟେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ଖୁସି ବ୍ୟକ୍ତ କରିଛନ୍ତି ପୂର୍ଣ୍ଣଚନ୍ଦ୍ର ବେନିଆ । 

ବିଶେଷ ଭାବରେ କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା, ନଳଯୋଗେ ଜଳ ଯୋଗାଣ, ଆବାସ ଯୋଜନା ପରି ଅନେକ ଲୋକ ହିତ କର ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । 

ସେପଟେ ପୂର୍ବରୁ ବେନିଆ ଜାଳେଣି କାଠ ସଂଗ୍ରହ ନିଁମନ୍ତେ ଜଙ୍ଗଲକୁ ଯାଉଥିଲେ । ଧୂଳି ଧୂଆଁର ଶିକାର ହେଉଥିଲେ । କିନ୍ତୁ ଉଜ୍ୱଳା ଯୋଜନାରେ ଏବେ ସବୁ କଷ୍ଟ ଦୂର ହୋଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ ଆଗରେ ଗୋଟି ଗୋଟି କରି ବଖାଣିଥିଲେ ।  ଏହାସହ ନିଜ ପିଲାଙ୍କୁ ଇଞ୍ଜିନିୟର କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ଏହି କଥାରେ ପ୍ରଧାନମନ୍ତ୍ରୀ ମଧ୍ୟ ବେନିଆଙ୍କୁ ଖୁବ ସୁନ୍ଦର ଭାବରେ ବୁଝାଇ ଦେଇଥିଲେ । 

ଏହା ବ୍ୟତୀତ ଗ୍ରାମର ମହିଳାଙ୍କ ସହିତ ଅନେକ ବ୍ୟକ୍ତି ଏହି କର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାସହ କିପରି କୃଷି ଭିତ୍ତିକ କାର୍ଯ୍ୟରେ ଉନ୍ନତି କରାଯିବ ସେ ବିଷୟରେ ମଧ୍ୟ ଲୋକ ଏବଂ ସ୍ୱୟଂ ସହାୟକ ଗୋଷ୍ଠି ମହିଳାମାନଙ୍କୁ ବୁଝାଇ ଥିଲେ ପ୍ରଧାନମନ୍ତ୍ରୀ । ହାଲୁଆ ଗ୍ରାମରେ ଡ୍ରୋନ ଯୋଗେ କିପରି ଔଷଧ ସିଞ୍ଚନ କରାଯିବ ତାହାର ଡେମୋ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । 
ଏହାସହ 10 ହଜାର ତମ ଜନ ଔଷଧି କେନ୍ଦ୍ରର ଲୋକାର୍ପଣ କରିଛନ୍ତି ପିଏମ୍ ମୋଦି । ଏହାସହ ଏମସ୍ ଦେଓଘରରେ ଐତିହାସିକ ୧୦ ହଜାର ତମ ଜନ ଔଷଧି କେନ୍ଦ୍ର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ବିକାଶକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ଜାରି ରହିଛି ।

ଆହୁରି ପଢନ୍ତୁ ଭାରତ ଖବର...
 

ପେଟ୍ରୋଲ ଢାଳି
1m ago
ପେଟ୍ରୋଲ ଢାଳି ଆଥଲେଟଙ୍କୁ ନିର୍ମମ ହତ୍ୟା
ଅର୍ଗସ ବ୍ୟୁରୋ: ନିର୍ଯାତନା ଏ ଶବ୍ଦ କେବଳ ଭାରତ ଭିତରେ ସୀମିତ ନୁହେଁ। ଏ ଶବ୍ଦ ସାରା ବିଶ୍ବରେ ନାରୀ ସମାଜ ଉପରେ ପ୍ରଭାବ ପକାଉଛି। ପୁରୁଷ କେବଳ ନିଜର ସୀମିତ ସ୍ବାର୍ଥ ପାଇଁ ନାରୀର ସ୍ବପ୍ନକ
ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ