ଅର୍ଗସ ବ୍ୟୁରୋ : ବାପା ମାଆ ହେବାକୁ ଯାଉଛନ୍ତି ଷ୍ଟାର କପଲ ରାହୁଲ ଆଥିଆ । ସୋସିଆଲ ମିଡିଆରେ ସେ ନିଜର ଖୁସିକୁ ଶେୟାର କରିଛନ୍ତି । ଆଥିଆ ଲେଖିଛନ୍ତି , ୨୦୨୫ରେ ତାଙ୍କର ସବୁଠୁ ସୁନ୍ଦର ଆଶୀର୍ବାଦ ମିଳିବାକୁ ଯାଉଛି । ଏଥିସହ ଏକ କୁନିପାଦର ଇମୋଜି ସହ ରାହୁଲ ଆଥିଆ ବୋଲି ଲେଖିଛନ୍ତି । ସୋସିଆଲ ମିଡିଆରେ ଏପରି ପୋଷ୍ଟ କରିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ ଖୁସି ଦେଖିବାକୁ ମିଳିଛି । ସମସ୍ତେ ଏହି କପଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଥିଆଙ୍କ ଭାଇ ଅହାନ ଶେଟ୍ଟୀ ମଧ୍ୟ ତାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି ।
ଏହି ଷ୍ଟାର କପଲଙ୍କ ବିବାହ ୨୩ ଜାନୁଆରୀ ୨୦୨୩ରେ ସମ୍ପର୍ଣ୍ଣ ହୋଇଥିଲା । ଏହି ବିବାହ ସୁନିଲ ଶେଟ୍ଟୀଙ୍କ ଫାର୍ମ ହାଉସରେ ହୋଇଥିଲା । ଉଭୟ ଏହା ପୂର୍ବରୁ ଅନେକ ବର୍ଷଧରୁ ପରସ୍ପରକୁ ଡେଟ କରୁଥିଲେ । ଅନେକ ଥର ଉଭୟଙ୍କ ଲଭଷ୍ଟୋରୀ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ଉଭୟଙ୍କ ପ୍ରେମ କାହାଣୀ ୨୦୧୯ ରୁ ଆରମ୍ଭ ହୋଇଥିଲା । ଏଖ ମ୍ୟୁଚ୍ୟୁଆଲ ଫ୍ରେଣ୍ଡ ଜରିଆରେ ଉଭୟ ଉଭୟଙ୍କ ସହ ପରସ୍ପର କଥା ହେବା ଆରମ୍ଭ କରିଥିଲେ । ପରେ ପର୍ସପରର ଅଧିକ ନିକଟତର ହୋଇଥିଲେ ମଧ୍ୟ ଉଭୟ ନିଜର ଲଭଷ୍ଟୋରୀକୁ ପ୍ରାଇଭେଟ ରଖିଥିଲେ । ପରେ ଫ୍ୟାନ୍ସମାନେ ଉଭୟଙ୍କ ପ୍ରୋମକାହାଣୀକୁ ହାଇଲାଇଟ କରିଥିଲେ ।
ତେବେ ରାହୁଲ ଏବଂ ଆଥିଆ ବିବାହର ଦେଢବର୍ଷ ପରେ ବାପା ମା ହେବାକୁ ଯାଉଥିବା ରିଭିଲ କରିଛନ୍ତି । ୨୦୨୫ରେ ତାଙ୍କର ବେବି ହେବାକୁ ଯାଉଛି । ଯାହାକୁ ନେଇ ଫ୍ୟାନ୍ସଙ୍କ ସହ ଅନ୍ୟ ପରିବାର ସଦସ୍ୟମାନେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।