ରାହୁଲ ଗାନ୍ଧୀ କେଶ କାଟିବା ଦାଢ଼ି ଟ୍ରିମ୍ କରିବା ଭିଡ଼ିଓ ଭାଇରାଲ
by Argus News
Wed, May 15 | 9:38 p.m.

ଅର୍ଗସ ବ୍ୟୁରୋ : ସୋସିଆଲ ମିଡିଆରେ ଭାଇରାଲ ହୋଉଛନ୍ତି ରାହୁଲ ଗାନ୍ଧୀ । ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ରାହୁଲ ଗାନ୍ଧୀ ଦାଢ଼ି କାଟୁଥିବାର । ଏହି ଫଟୋଗୁଡ଼ିକ ଲାଲଗଞ୍ଜର ବ୍ରଜେନ୍ଦ୍ର ନଗରରେ ଅବସ୍ଥିତ ନୂଆ ମୁମ୍ବା ଦେବୀ ହେୟାର କଟିଙ୍ଗ ସେଲୁନର ବୋଲି କୁହାଯାଉଛି । ରାହୁଲ ଗାନ୍ଧୀ ଲାଲଗଞ୍ଜରେ ବୈଠକ ଶେଷ କରିବା ପରେ ବିଦାୟ ନେଉଥିଲେ । ତେବେ ସେ ବ୍ରଜେନ୍ଦ୍ର ନଗରର ନୂଆ ମୁମ୍ବା ଦେବୀ ହେୟାର କଟିଙ୍ଗ ସେଲୁନଠାରେ ଅଟକି ଯାଇଥିଲେ । କୁହାଯାଉଛି ଯେ ରାହୁଲ ଦାଢ଼ି ସେଟ୍ କରି ବାହାରକୁ ଆସିବା ପରେ କିଛି ଯୁବକ ବାହାରେ ତାଙ୍କୁ ଅପେକ୍ଷା କରିଥିଲେ । 

ରାହୁଲ ଗାନ୍ଧୀଙ୍କ ଦାଢ଼ି ଟ୍ରିମ୍ କରିଥିବା ମିଥୁନ କହିଛନ୍ତି ଯେ ଯେତେବେଳେ ରାହୁଲ ଗାନ୍ଧୀ ତାଙ୍କ ଛୋଟ ଦୋକାନରେ ପହଞ୍ଚିଲେ ସେତେବେଳେ ସେ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ସେ କହିଛନ୍ତି ଯେତେବେଳେ ରାହୁଲ ଗାନ୍ଧୀ ମତେ ପଚାରିଲେ କେଉଁ ପ୍ରକାର ଦାଢ଼ି ମୋ ମୁହଁ ଉପରେ ଭଲ ଦେଖାଯିବ, ମୁଁ କହିଲି, ଆପଣଙ୍କର ଦାଢ଼ି ନମ୍ବର ୫ ରୁ ୬ ଅଛି । ଯଦି ଆପଣ ଚାହିଁବେ, ମୁଁ ଏହାକୁ ଏକ ନମ୍ବର କରିଦେବି। ଦାଢ଼ି ଟ୍ରିମ୍ କରିବା ସମୟରେ ମୁଁ ବହୁତ ନର୍ଭସ ଥିଲି । ‘ଗତକାଲି ରାହୁଲ ଗାନ୍ଧୀ ହଠାତ୍ ଦୋକାନକୁ ଆସିଥିଲେ। ଏତେ ବଡ ନେତାଙ୍କୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ମୋ ନାମ ନେଇ କହିଥିଲେ ଦାଢ଼ି ଟ୍ରିମ୍ ଓ କେଶ କାଟିବାକୁ ଚାହୁଁଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

ଏହା କହି ସେ ଚେୟାରରେ ବସିଥିଲେ। ଏହି ସମୟରେ ଲାଇଟ୍ ବନ୍ଦ ହୋଇ ଯାଇଥିଲା । ସେ ମୋତେ ପଚାରିଥିଲେ ଦାଢ଼ି କେତେ ରଖିଲେ ମତେ ଭଲ ଦେଖାଯିବ। ମୁଁ ତାଙ୍କୁ ଏକ ନମ୍ବର ରଖିବାକୁ କହିଲି। ସେ ଏଠାରେ ପ୍ରାୟ ଅଧ ଘଣ୍ଟା ରହିଲେ। ସେ ମୋର ରୋଜଗାର ବିଷୟରେ ମଧ୍ୟ ପଚାରିଥିଲେ । ଯେହେତୁ ଲୋକମାନେ ଜାଣିବାକୁ ପାଇଲେ ଯେ ରାହୁଲ ଗାନ୍ଧୀ ମୋ ସେଲୁନ୍‌କୁ ଆସିଛନ୍ତି, ମୋ ଦୋକାନରେ ଭିଡ଼ ବଢ଼ିବାରେ ଲାଗିଛି। ଦାଢ଼ି ଟ୍ରିମ୍ କରୁଥିବା ସମୟରେ ମୋ ଦେଡରୁ ଝାଳ ବାହାରି ଯାଇଥିଲା। ମୁଁ ବହୁତ ଡରି ଯାଇଥିଲି। ଭୟ ଅନୁଭବ କରୁଥିଲି କାଳେ କିଛି ଭୁଲ ହୋଇଯିବ। ତେବେ ସବୁକିଛି ଠିକ୍ ହୋଇଥିଲା।

ଆଜିଠାରୁ ଏକମାସ
35m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
56m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
58m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି