ଆଗାମୀ କିଛି ଘଣ୍ଟା ଭିତରେ ଅବପାତର ରୂପ ନେବ 'ମିଗଜୋମ୍'
by Argus News
Wed, Dec 06 | 10:24 a.m.

ଅର୍ଗସ ବ୍ୟୁରୋ: ବାତ୍ୟା ମିଗଜୋମ୍ ପ୍ରଭାବ । ଉପକୂଳ ଓଡିଶାରେ କୋହଲା ପାଗକୁ ଆରମ୍ଭ ହେଲାଣି ଝିପି ଝିପି ବର୍ଷା । ଆଉ 24 ଘଣ୍ଟା କୋହଲା ପାଗ । ସେପଟେ ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବର୍ଷା ଜାରି ରହିଛି । ଜିଲ୍ଲାର ବ୍ରହ୍ମପୁର ସହର ସମେତ ଏକାଧିକ ବ୍ଲକ ଭଞ୍ଜନଗର , ଆସିକା , କବିସୂର୍ଯ୍ୟନଗର, ପାତ୍ରପୁର, ଗୋପାଳପୁର, ଦିଗପହଣ୍ଡି, ସାନଖେମୁଣ୍ଡି, କୁକୁଡ଼ାଖଣ୍ଡିରେ ବର୍ଷା ଜାରି। ଗତକାଲି ରାତିରେ ବର୍ଷାର ପରିମାଣ ଅଧିକ ଥିବା ବେଳେ ସକାଳୁ କିଛି ପରିମାଣରେ କମିଥିବା ଦେଖିବାକୁ ମିଳିଛି। ତେବେ ଗଞ୍ଜାମରେ ବ୍ୟାପକ ଧାନଫସଲ ନଷ୍ଟ ହେବା ନେଇ ଆଶଙ୍କା ଦେଖିବାକୁ ମିଳିଛି।

ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ମିଗଜୋମ୍। ଆଗାମୀ କିଛି ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ ବୋଲି ଜଣାଇଛି ଭାରତୀୟ ପାଣିପାଗ ବିଭାଗ । ଏପଟେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ାରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିପରି ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

ଆଜି ମଧ୍ୟ ଏହି ୮ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ଷାର ପ୍ରଭାବ ଆଗାମୀ ୨୪ ଘଂଟା ଯାଏଁ ରହିବ। ବାତ୍ୟା ‘ମିଗଜୋମ’ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି ଜିଲ୍ଲାରେ ଆଜି ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ତେବେ ବର୍ତ୍ତମାନ ପାଇଁ ଓଡ଼ିଶାରେ ବାତ୍ୟାର ଭୟ ନାହିଁ ବୋଲି ସୂଚନା ଦେଇଛନ୍ତି SRC ସତ୍ୟବ୍ରତ ସାହୁ। ଆନ୍ଧ୍ରରେ ସ୍ଥଳଭାଗ ଛୁଇଁଲା ପରେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେଉଛି। ଆଜି ପାଗ ବଦଳିବାର ସମ୍ଭାବନା ରହିଛି ଯିବ। ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି ଖୁବ ଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁ। ସେମାନେ ଯେତେ ଶୀଘ୍ର ଦେବେ ରିପୋର୍ଟ ଦେବେ ତା ପରେ ଅନୁଧ୍ୟାନ କରି କ୍ଷତି ପୂରଣ ଦିଆଯିବ ବୋଲି ଏସଆରସି କହିଛନ୍ତି।

ଦୁର୍ବଳ ହେଉଛି 'ମିଗଜୋମ୍'
 

 

କାହା ମୁଣ୍ଡରେ ସୁନାକଳସ
କାହା ମୁଣ୍ଡରେ ସୁନାକଳସ ଢାଳିବେ ବୌଦ୍ଧବାସୀ ?
ଅର୍ଗସ ବ୍ୟୁରୋ: ବୌଦ୍ଧରେ ଏଥର ବିଜେଡି ପୁଣି ଥରେ 5 -5 ଥରର ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ରିପିଟ୍ କରିଛନ୍ତି । ବିଜେପିରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ହରଭଙ୍ଗା ବ୍ଲକର ବର୍ତ୍ତମାନ
ମାସ ଶେଷରେ
ମାସ ଶେଷରେ ଘୂର୍ଣ୍ଣିବଳୟ! ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ସମ୍ଭାବନା
ଅର୍ଗସ ବ୍ୟୁରୋ: ମାସ ଶେଷରେ ଘୂର୍ଣ୍ଣିବଳୟ ହେବ ବୋଲି ପାଣିପାଗ ବିଭଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଆସନ୍ତା ୨୧ ତାରିଖ ବେଳକୁ ପୋର୍ଟବ୍ଲେୟାର ନିକଟ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀ
ପୂର୍ବତନ ଉପରାଷ୍ଟ୍ରପତି
ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମତଦାନ ଅଧିକାର ସାବ୍ୟସ୍ତ କଲେ
ଅର୍ଗସ ବ୍ୟୁରୋ: ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ତେଲେଙ୍ଗାନାର ହାଇଦ୍ରାବାଦରେ ନିଜର ଭୋଟ୍ ଦେଇଛନ୍ତି। ସେ ତାଙ୍କ ପତ୍ନୀଙ୍କ ସହ ଜୁବୁଲି ହିଲ୍ସ ପବ୍ଲିକ୍ ସ୍କୁଲ, ବୁଥ୍ ନମ୍ବ