ଦିଲ୍ଲୀକୁ ୧୨ ରନରେ ହରାଇଲା ରାଜସ୍ଥାନ ରୟାଲ୍ସ
by Argus News
Fri, Mar 29 | 10:30 a.m.

ଅର୍ଗସ ବ୍ୟୁରୋ: ଦୁଇ ଭାରତୀୟ ୱିକେଟ୍‌କିପର ଅଧିନାୟକଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ଋଷଭ ପନ୍ତଙ୍କୁ ମାତ୍ ଦେଇଛନ୍ତି ସଞ୍ଜୁ ସାମ୍‌ସନ୍। ଗୁରୁବାରର ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୧୨ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଏଥି ସହିତ ସାମସନ୍‌ଙ୍କ ଦଳ ଦୁଇରୁ ଦୁଇ ବିଜୟ ହାସଲ କରିଛି। ରିୟାନ୍ ପରାଗ (୪୫ ବଲ୍‌ରୁ ୮୪ରନ୍)ଙ୍କ ବିଳମ୍ବିତ ପ୍ରହାର କାରଣରୁ ରାଜସ୍ଥାନ ରୟାଲ୍ସ ସଙ୍କଟରୁ ବାହାରି ୧୮୫ ରନ୍ ସ୍କୋର୍‌ କରିଥିଲା। 

ଜବାବରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସ ୧୭୩/୫ରେ ଅଟକିଯାଇଥିଲା। ଦିଲ୍ଲୀର ଦୁଇ ବିଦେଶୀ ଖେଳାଳି ଡେଭିଡ୍ ୱାର୍ଣ୍ଣର (୪୯ ରନ୍, ୩୪ ବଲ୍‌) ଏବଂ ତ୍ରିଷ୍ଟାନ୍ ଷ୍ଟବ୍ସ (୨୩ ବଲ୍‌ରୁ ୪୪ ରନ୍, ) କେବଳ ଭଲ ସ୍କୋର୍‌ କରିପାରିଥିଲେ। ନାନ୍ଦ୍ରେ ବର୍ଗର ଓ ୟୁଜବେନ୍ଦ୍ର ଚହଲ ୨ ଲେଖାଏଁ ୱିକେଟ୍ ନେଇ ଦିଲ୍ଲୀକୁ ରୋକିଥିଲେ। ଶେଷ ଓଭରରୁ ୧୭ ରନ୍ ଆବଶ୍ୟକ ଥିବାବେଳେ ଆୱେସ ଖାନ୍‌ ଦୁଇ ବ୍ୟାଟର୍‌ ଅକ୍ଷର ପଟେଲ୍‌ ଓ ତ୍ରିଷ୍ଟାନ୍ ଷ୍ଟବ୍ସଙ୍କୁ ଏହା କରାଇ ‌ଦେଇ ନଥିଲେ। ଏଥି ସହିତ ନବମ ମ୍ୟାଚ୍‌ ସୁଦ୍ଧା ସମସ୍ତ ଦଳ ନିଜ ନିଜ ଘରୋଇ ପଡ଼ିଆରେ ଜିତିବା ଏକ ନୂଆ ଧାରା ସୃଷ୍ଟି କରିଛି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

SHREE MANDIR
ଅନ୍ଧାରରେ ଶ୍ରୀମନ୍ଦିର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା
AAP LEADER
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି
ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ
BJP
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାର