ରଣବୀର କହିଲେ ଦୁଇ ବର୍ଷ ପରେ ପୂରଣ ହେଲା ଇଛା 
by Argus News
Mon, Sep 09 | 3:35 p.m.

ନୂଆଦିଲ୍ଲୀ: ବିବାହର ୬ ବର୍ଷ ପରେ  ପ୍ୟାରେଣ୍ଟସ୍‌  ହେଲେ  ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ।  ଗଣେଶ ଚତୁର୍ଥିର ଗୋଟିଏ ଦିନ ପରେ  ଦୀପିକା ପାଦୁକୋନ  କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି।  କପଲ ଏହି ବର୍ଷ  ୨୯ ଫେବୃଆରୀରେ  ପ୍ରେଗେନ୍ସିର ଆନାଉନ୍ସମେଣ୍ଟ  କରିଥିଲେ।  ତେବେ ୨/୩ ବର୍ଷ ପୂର୍ବରୁ ରଣବୀର ଏକ ଶୋ' ରେ କହିଥିଲେ ଯେ,  ମୋର ଇଛା ମୁଁ କନ୍ୟା ସନ୍ତାନର ବାପା ହୁଏ।  ତାଙ୍କର ଏହି ଓ୍ୱିସ୍‌ ସେ ସମସ୍ତଙ୍କ  ସାମ୍ନାରେ କହିଥିଲେ ।

 ସେ ଏହା ମଧ୍ୟ କହିଥିଲେ ମୁଁ ସବୁଦିନ ଦୀପିକାଙ୍କ ପିଲାଦିନର ଫଟୋ ଦେଖେ  କାରଣ ସେ ଛୋଟ ବେଳେ ଏତେ କ୍ୟୁଟ୍‌ ଥିଲେ  ଯେଉଁଥିପାଇଁ ମୁ  ତାଙ୍କ ଆଲବମ୍‌ ରୁ ସେ ଫଟୋ ଗୁଡାକ ବାର ବାର ଦେଖେ।  ଆଉ ଦୀପିକାଙ୍କୁ କୁହେ  ବାସ୍‌ ଏପରି  ଏକ  କୁନି ଝିଅ ଦେଇ ଦିଅ  ମୋ ଲାଇଫ୍‌  ସେଟଲ୍‌ ହେଇଯିବ।  ତେବେ ଦୁଇ ବର୍ଷ ପୂର୍ବରୁ ଝିଅର ନାମ ମଧ୍ୟ ଭାବିକି ରଖିଥିଲେ ରଣବୀର।  ତେବେ ଦୁଇ ବର୍ଷ ପରେ ରଣବୀରଙ୍କ ଏ ଓ୍ୱିସ୍‌ ପୂରଣ କରିଛନ୍ତି  ଭଗବାନ।  ଦୀପିକା  କନ୍ୟା ସନ୍ତାନକୁ ଜନ୍ମ ଦେଇ   ରଣବୀରଙ୍କୁ ଢେର୍‌ ଖୁସି ଦେଇଛନ୍ତି ।   

ନୂଆ କରି ପ୍ୟାରେଣ୍ଟସ ହୋଇଥିବା ବଲିଉଡ୍‌ ର ଏହି ପାୱାରଫୁଲ୍‌ କପଲକୁ ସୋସିଆଲ ମିଡିଆରେ   ଫ୍ୟାନ୍ସ  ଶୁଭେଚ୍ଛା ଜାଣଉଛନ୍ତି । ପ୍ୟାନ୍ସ  ଏବେ କପଲଙ୍କ  ପ୍ରିନ୍‌ସେସର ଟିକେ ଝଲକ ପାଇବା   ପାଇଁ ବ୍ୟାକୁଳ।  ଦୀପିକା ରନବୀର ତାଙ୍କ ଝିଅର ନାମ କଣ ରଖିବେ ଏହା ଜାଣିବାକୁ ମଧ୍ୟ ଫ୍ୟାନ୍ସ ବହୁତ ଇଛୁକ।  କିନ୍ତୁ  ରନବୀର ତାଙ୍କର ନ୍ୟୁ ବର୍ଣ ବେବିର ନାମ ସର୍ଟଲିଷ୍ଟ କରି ରଖିଛନ୍ତି।   ଏପଟେ ସୋସିଆଲ  ମିଡିଆରେ  ଭିଡିଓ ଭାଇରାଲ ହେଉଛି ଯେଉଁଥିରେ  ରନବୀର ଏବଂ ଦୀପିକାଙ୍କ ପିଲା ଜନ୍ମ ଖୁସିରେ ପ୍ୟାନ୍ସ  ଢୋଲ ବଜାଇ  ନାଚୁଥିବାର  ଦେଖିବାକୁ ମିଳିଛି।  ଫ୍ୟାନ୍ସଙ୍କ ମଧ୍ୟରେ  ଜବରଦସ୍ତ କ୍ରେଜ  ଦେଖିବାକୁ ମିଳିଛି।  ତେବେ ଏହି ସେଲିବ୍ରେଶନ  କରଣ ଜୋହରଙ୍କ ଘର ସମ୍ମୁଖରେ  ହେଉଥିବା ୟଜୁର୍ସ ଚର୍ଚ୍ଚା  କରୁଛନ୍ତି    । 
 ଅଧିକ ଦେଖନ୍ତୁ : 
 

ପୋଲିସ ଡିଜି ଓ୍ବାଇବି
19m ago
ପୋଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: ପୋଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ିଲା। ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର। ସୂଚନାଯୋଗ୍ୟ ଗତ ମାସରେ ପୁଲି
ଜମ୍ମୁ-କଶ୍ମୀର
40m ago
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧିକ ମତଦାନ
ଅର୍ଗସ ବ୍ୟୁରୋ: ଏକ ଦଶନ୍ଧି ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧି
ରାଜଧାନୀରେ
ରାଜଧାନୀରେ ପୁଣି ବୋମାମାଡ: ୩ଟି ବୋମା ଫିଙ୍ଗିଲେ ଦୁର୍ବୁତ୍ତ
ଅର୍ଗସ ବ୍ୟୁରୋ: ରାଜଧାନୀରେ ପୁଣି ବୋମାମାଡ଼ ହୋଇଛି। କ୍ୟାପିଟାଲ ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ବୋମାମାଡ ହୋଇଛି। ୨ଜଣ ଯୁବକ ବାଇକରେ ଆସି ଦୁଇଟି ସ୍ଥାନରେ ୩ଟି ବୋମା ପକାଇ ଫେରାର