ଦୁବାଇରେ ରଥଯାତ୍ରା ପାଳିତ
by Argus News
Tue, Jul 09 | 7:53 a.m.

ଅର୍ଗସ ବ୍ୟୁରୋ: ଦୁବାଇରେ ରଥଯାତ୍ରା । ସଂଯୁକ୍ତ ଆରବର ଜଗନ୍ନାଥ ଦର୍ଶନ ସଂଗଠନ ପକ୍ଷରୁ ଦୁବାଇରେ ସୋମବାର ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସହରର ସିନ୍ଧି ସେରିମୋନିଆଲ ସେଣ୍ଟରରେ ଅନୁଷ୍ଠିତ ଏହି ରଥଯାତ୍ରାରେ 300ରୁ ଅଧିକ ଭକ୍ତ ଭାଗ ନେଇ ରଥ ଟାଣିଥିଲେ । ଏହି ଅବସରରେ ଛପନ ଭୋଗ, ହରିନାମ ସଂକୀର୍ତନ, ପହଣ୍ଡି, ଛେରା ପହଁରା ଆଦି ପୁରୀ ଜଗନ୍ନାଥ ମନ୍ଦିରର ନୀତିକାନ୍ତିକୁ ମାନି କରାଯାଇଥିଲା । ଜଗନ୍ନାଥ ଦର୍ଶନ ଅନୁଷ୍ଠାନର ସଭ୍ୟ ଅଶୋକ କୁମାର ସ୍ବାଇଁ, ଦେବାଶିଷ ମିଶ୍ର, ଜନ୍ମେଜୟ ଦାସ, ମନୋଜ ବେହେରା ଓ ସନ୍ତୋଷ କୁମାର ବେହେରା ରଥଯାତ୍ରାକୁ ଆୟୋଜନ କରିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା