ଏଥର ଦୁଇଦିନ ରଥଯାତ୍ରା
by Argus News
Thu, Jun 27 | 7:57 p.m.

ଅର୍ଗସ ବ୍ୟୁରୋ : ୭୧ରେ ଯାହା ହୋଇଥିଲା, ୨୪ରେ ତାହା ହେବ । ଅର୍ଥାତ୍‌ ଏସନ ଦୁଇଦିନ ହେବ ରଥଯାତ୍ରା । ଜୁଲାଇ ୭ ଓ ୮ ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଦେଖିବେ ଲକ୍ଷାଧିକ ଭକ୍ତ । ହେଲେ ନୂଆ ସରକାର ଓ ପ୍ରଶାସନ ପାଇଁ ଏହା ନିଶ୍ଚିତ ଚ୍ୟାଲେଞ୍ଜ । କାରଣ ରଥଯାତ୍ରା ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତଙ୍କ ଅନେକ ବିଦେଶୀ ଭକ୍ତ ବି ପୁରୀ ଆସନ୍ତି । ତେଣୁ ସଠିକ୍‌ ଭାବରେ ପରିଚାଳନା କରିବାକୁ ନେଇ ଏବେ ସବୁଠି ତତ୍ପରତା ।

ଏଥର ଗୋଟିଏ ଦିନରେ ପଡୁଛି ମହାପ୍ରଭୁଙ୍କ ତିନିତିନୋଟି ବଡ଼ ନୀତିକାନ୍ତି । ନେତ୍ରୋତ୍ସବ, ନବଯୌବନ ଦର୍ଶନ ସହ ଶ୍ରୀଗୁଣ୍ଡିଚା ଯାତ୍ରା । ଏହାସହ ସେନାପଟ୍ଟା ଲାଗି, ମଙ୍ଗଳାର୍ପଣ ସହ ଅନେକ ନୀତି ବି ସେହିଦିନ ହେବ । ତେଣୁ ଏମିତି ସ୍ଥିତିରେ ନବଯୌବନ ଦର୍ଶନ ହେଲେ ପହଣ୍ଡିରେ ବିଳମ୍ବ ହେବ । ସେଇଥି ଲାଗି ତ ଘୋଷଯାତ୍ରା ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ ଲାଗିଛି ବ୍ୟାନ୍ । ଏହାସହ ନବଯୌବନ ଦର୍ଶନ ବି ସମ୍ପୂର୍ଣ୍ଣ ବାରଣ ରହିଛି । ପହଣ୍ଡି ଟିକେଟ୍ ବି ବିକ୍ରି ହେବନି । ସିଧା ରଥ ଉପରେ ଦିଅଁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଛତିଶା ନିଯୋଗରେ ଅନୁମୋଦିତ ରଥଯାତ୍ରା ନୀତିକାନ୍ତି ଓ ବ୍ୟବସ୍ଥାବଳୀ ଉପରେ ଶ୍ରୀମନ୍ଦିର ପରିଚାଳନା କମିଟିର ମୋହର ବାଜିବା ପରେ ସ୍ପଷ୍ଟ ହୋଇଛି ଘୋଷଯାତ୍ରାର ଚିତ୍ର ।

ଆଷାଢ ଶୁକ୍ଳପକ୍ଷ ଦ୍ଵୀତିୟା ତିଥିରେ ହେବ ଘୋଷଯାତ୍ରା । ଅପରାହ୍ନ ୫ଟାରେ ରଥଟଣା ହେବ। ଯେହେତୁ ସେଦିନ ରଥ ମାତ୍ର ଅଳ୍ପ କିଛି ବାଟ ଗଡ଼ିବ, ତେଣୁ ତା' ପରଦିନ ଅର୍ଥାତ୍ ୮ତାରିଖରେ ପୁଣି ତିନି ରଥ ଟଣା ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବ । ତେବେ ସବୁ ସସପେନ୍ସର ଅନ୍ତ ଘଟାଇ ଶ୍ରୀମନ୍ଦିର ପରିଚାଳନା ନିଷ୍ପତ୍ତି ହୋଇଛି କି, ୧୯୭୧ ମସିହା ରଥଯାତ୍ରାବେଳେ ସମାନ ସ୍ଥିତି ଉପୁଜିଥିଲା, ତେଣୁ ସେବର୍ଷର ନୀତିକାନ୍ତି ତର୍ଜମା ସହ ଦଇତା ସେବକଙ୍କ ସାଙ୍ଗେ ବିସ୍ତୃତ ଆଲୋଚନା ହୋଇଛି । ଏଥିସହ ନିଳାଦ୍ରୀ ମହୋଦୟ ଶାସ୍ତ୍ରକୁ ମଧ୍ୟ ଅନୁଧ୍ୟାନ କରାଯାଇଛି । ଯେହେତୁ ସେଥିରେ ଉଭୟ ଦାରୁ ବ୍ରହ୍ମ ଓ ପଟ୍ଟବ୍ରହ୍ମଙ୍କୁ ଏକ ବୋଲି ବିବେଚନା କରାଯିବାକୁ ଉଲ୍ଲେଖ ରହିଛି- ତେଣୁ ରଥଯାତ୍ରା ପୂର୍ବଦିନ ସକାଳ ଧୂପ ସରିବା ପରେ ଏଥର ପଟିଦିଅଁଙ୍କ ଠାରୁ ଆଜ୍ଞାମାଳ ରଥଖଳାକୁ ଯିବ।

ସାଧାରଣତଃ ପ୍ରତିଦିନ ପୁରୀକୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ହେଲେ ରଥଯାତ୍ରାରେ ଲକ୍ଷାଧିକ ଭକ୍ତ ପୁରୀ ଆସନ୍ତି । କଥା ହେଲା,  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଏଥର ରଥଯାତ୍ରା ହେବ ପ୍ରଥମ । ପୁରୀକୁ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କର ସମାଗମ ହେବା ସମ୍ଭାବନା ରହିଛି । ତେଣୁ ଦୁଇ ଦିନ ରଥଯାତ୍ରା ହେଲେ କେମିତି ହେବ ପୁରୀରେ କ୍ରାଉଡ କଣ୍ଟ୍ରୋଲ୍ ? ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ବନ୍ଦୋବସ୍ତ କେବଳ ଘୋଷଯାତ୍ରା ପାଇଁ ରହିବ ନା ତା ପରଦିନ ବି ଚାଲୁ ରଖାଯିବ ? କିଛି ଏମିତି ପ୍ରଶ୍ନ ଭିତରେ ଏସପି କହିଛନ୍ତି, ବଡ଼ଦାଣ୍ଡରେ ଏଥର ଲକ୍ଷାଧିକ ଭକ୍ତଙ୍କ ଗହଳି ସାଙ୍ଗକୁ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ୍ ସୁରକ୍ଷା ବ୍ୟବସ୍ଥା ଦୁଇ ଦିନ ପାଇଁ କରାଯାଉଛି।

ଗତବର୍ଷର ବ୍ୟବସ୍ଥାବଳୀଙ୍କୁ ଅନୁଧ୍ୟାନ କରାଯାଇ, ସେଥିରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ଓ ଅଭିଜ୍ଞ ଅଫିସରଙ୍କୁ ନିୟୋଜିତ କରାଯିବ। ଟ୍ରାଫିକ୍ ଭିଡ଼ ରୋକିବାକୁ ପୁରୀ ସହରକୁ ଦୁଇ ଭାଗ କରାଯାଇ ଇନର ଓ ଆଉଟର ଟ୍ରାଫିକ୍ ବଳୟରେ ରଖାଯିବ। ବଡଦାଣ୍ଡକୁ ସମ୍ପୂର୍ଣ୍ଣ ନୋ ଭେଇକିଲ୍ ଜୋନ୍ କରାଯିବ। ରଥ ଯେଉଁଠି ଅଟକିବ ସେଠି ତୁରନ୍ତ ବ୍ୟାରିକେଡିଂ କରାଯିବ । ମୋଟ୍‌ ଉପରେ ରଥଯାତ୍ରାକୁ ନେଇ ରାଜ୍ୟ ସରକାର ଘନଘନ ବୈଠକ କରିଛନ୍ତି । ଦିଅଁଙ୍କ ନୀତିକାନ୍ତି ଠିକ୍‌ରେ କରିବାକୁ ପ୍ଲାନ ବି ହୋଇଛି । ଏବେ ଅପେକ୍ଷା ରଥଯାତ୍ରାକୁ । 
 

`ସୁଭଦ୍ରା’
21m ago
ମୋଦିଙ୍କ ଜନ୍ମଦିନରେ ଶୁଭାରମ୍ଭ ହେବ `ସୁଭଦ୍ରା’ ଯୋଜନା
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର 17 ତାରିଖରେ ଶୁଭାରମ୍ଭ ହେବ `ସୁଭଦ୍ରା’ ଯୋଜନା । ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । `ପ୍ରଧାନମନ୍ତ୍ର
ବିଜୟ ଉତ୍ସବ
53m ago
ପ୍ରଦର୍ଶନୀ ପଡ଼ିଆରେ ବିଜେପି ପାଳିବ ବିଜୟ ଉତ୍ସବ
ଭୁବନେଶ୍ୱର: ଶପଥ ଗ୍ରହଣ ପରେ ବିଜେପିର ଆଉ ଏକ ବଡ଼ ଜନସମାବେଶ । ଆଜି ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା ନାଁରେ ଦଳ ପାଳିବ ବିଜ
ମନ୍ କୀ ବାତ୍
ମୋଦିଙ୍କ ତୃତୀୟ ପାଳିର ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ 111ତମ ମନ୍ କୀ ବାତ୍ । ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ । ନିର୍ବାଚନ ପାଇ