ଆମେରିକାରେ ଆରମ୍ଭ ହେବାକୁ ଯାଉଛି ରଥ ଯାତ୍ରା
by Argus News
Sat, Mar 23 | 7:49 a.m.

ଅର୍ଗସ ବ୍ୟୁରୋ: ଆମେରିକାରେ ଆରମ୍ଭ ହେବାକୁ ଯାଉଛି ରାମ ମନ୍ଦିର ରଥ ଯାତ୍ରା । ଏହି ଯାତ୍ରା ମାର୍ଚ୍ଚ 25 ରେ ଆମେରିକାର ଚିକାଗୋରୁ ଆରମ୍ଭ ହେବ ।  ଏବଂ ପ୍ରାୟ ଆଠ ହଜାର ମାଇଲ ଦୂରତା ଅତିକ୍ରମ କରିବ | ଯାତ୍ରା ସମୟରେ ଆମେରିକାର 851 ଟି ମନ୍ଦିର ଏବଂ କାନାଡାର 150 ଟି ମନ୍ଦିର ପରିଦର୍ଶନ କରାଯିବ। କାନାଡାରେ ଆୟୋଜିତ ହେବାକୁ ଥିବା ରଥ ଯାତ୍ରା କାନାଡାର ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ଆୟୋଜିତ ହୋଇଛି ।

ଲୋକଙ୍କୁ ହିନ୍ଦୁ ଧର୍ମ ବିଷୟରେ ସଚେତନ କରାଇବା ଏହି ରଥ ଯାତ୍ରାର ଉଦ୍ଦେଶ୍ୟ ।  ଯାତ୍ରା ସମସ୍ତ ହିନ୍ଦୁଙ୍କୁ ଏକଜୁଟ ହେବାକୁ ସୁଯୋଗ ଦେଉଛି ବୋଲି ହିନ୍ଦୁ ମନ୍ଦିର ସଶକ୍ତିକରଣ ପରିଷଦ ତରଫରୁ କୁହାଯାଇଛି । ଟୟୋଟା ସାଇନା ଭ୍ୟାନ୍ ଉପରେ ନିର୍ମିତ ରଥରେ ପ୍ରଭୁ ରାମ, ଦେବୀ ସୀତା, ଲକ୍ଷ୍ମଣ, ଏବଂ ହନୁମାନଙ୍କ ପ୍ରତିମୂର୍ତ୍ତି, ଅଯୋଧ୍ୟା ରାମ ମନ୍ଦିରର ସ୍ବତନ୍ତ୍ର ପ୍ରସାଦ ଏବଂ ପ୍ରାଣପ୍ରତୀକ ପୂଜିତ ଅକ୍ଷତ କଳଷ ରଖାଯିବ । ଏପ୍ରିଲ 23ରେ ହନୁମାନ ଜୟନ୍ତୀ ଦିନ ଯାତ୍ରା ଶେଷ ହେବ । ରଥ ଯାତ୍ରାରେ ଆମେରିକାର ପ୍ରାୟ ସମସ୍ତ ମନ୍ଦିର ପରିଦର୍ଶନ କରାଯିବ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

ବାର୍‌ ଗାର୍ଲ
5m ago
ଭୁବନେଶ୍ୱରରେ ବାର୍‌ ଗାର୍ଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ଭୁବନେଶ୍ୱରରେ ବାର ଗାର୍ଲଙ୍କ ମିଳିଲା ଝୁଲନ୍ତା ଅବସ୍ଥାରେ ମୃତଦେହ। ମୃତଦେହ ଉଦ୍ଧାର କଲା ବଡଗଡ ଥାନା ପୋଲିସ। ଜଗତସିଂହପୁର ଅଲଣାହାଟ ଗାଁ ର ଯୁବତୀ ସୁଲୋଚନା ଦାସ। ଦୀର୍
ASHA WORKER
16m ago
ନିର୍ବାଚନୀ ରାଲିରେ ସାମିଲ ହୋଇ ଆଶା କର୍ମୀ ନିଲମ୍ବିତ
ଅର୍ଗସ ବ୍ୟୁରୋ: ନିର୍ବାଚନୀ ରାଲିରେ ସାମିଲ ହୋଇ ଆଶା କର୍ମୀ ନିଲମ୍ବିତ । ବୌଦ୍ଧ ଜିଲ୍ଲାରେ ଏକ ରାଜନୈତିକ ରାଲିରେ ସାମିଲ ହୋଇଥିବାରୁ ପୁଣି ଜଣେ ଆଶା କର୍ମୀଙ୍କୁ ଜିଲ୍ଲାପା
ACCIDENT
28m ago
ପିକ୍ଅପ୍ ଗାଡି ଧକ୍କାରେ ପାଞ୍ଚ ବର୍ଷ ଶିଶୁପୁତ୍ରର ମୃତ
ଅର୍ଗସ ବ୍ୟୁରୋ : ଧାମରାରୁ ବାସୁଦେବପୁର ଆସୁଥିବା ପିକ୍ଅପ୍ ଗାଡି ଧକ୍କାରେ ପାଞ୍ଚ ବର୍ଷର ଶିଶୁପୁତ୍ରର ମୃତ ଘଟଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାସୁଦେବପୁର ଥାନା ମନ୍ଦାରୀ ଚାଚିରି ଛ