ଆମେରିକାରେ ପ୍ରବାସୀ ଓଡିଆଙ୍କ ପକ୍ଷରୁ ରଥଯାତ୍ରା ପାଳିତ
by Argus News
Tue, Jul 09 | 8:23 p.m.

ଅର୍ଗସ ବ୍ୟୁରୋ : ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ଖାଲି ଓଡ଼ିଶା କି ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ବଡ଼ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସାତ ଦରିଆପାରି ସୁଦୂର ଆମେରିକାର ଜର୍ଜିଆ ସ୍ଥିତ ଆଲ୍ଫାରେଟା ସହରରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ଭାଇଭଉଣୀ ମାନେ ମହା ଆଡ଼ମ୍ବର ସହ ପବିତ୍ର ରଥଯାତ୍ରା ପାଳନ କରିଛନ୍ତି । ମନ୍ଦିରରକୁ ବାହାରି ଚତୁର୍ଦ୍ଧାମୂରତି ଭକ୍ତଙ୍କ ଗହଣକୁ ଆସିଥିଲେ ଏବଂ ଅତି ଆନନ୍ଦ ଉଲ୍ଲାସରେ ଭକ୍ତମାନେ ମହାବାହୁଙ୍କ ପହଣ୍ଡି କରି ରଥାରୂଢ଼ କରାଇଥିଲେ ।

ଅଧିକ ପଢନ୍ତୁ : ତାଞ୍ଜାନିଆରେ ଓଡ଼ିଆ ସମାଜ ପକ୍ଷରୁ ରଥଯାତ୍ରା ପାଳିତ

ଏଇ ଅବସରରେ ଓଡ଼ିଆ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏଠାରୁ ପ୍ରକାଶିତ ବାର୍ଷିକ ଓଡ଼ିଆ ପତ୍ରିକା ନନ୍ଦିଘୋଷର ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ଏହି ପତ୍ରିକାଟିର ଇ-ସଂସ୍କରଣ ମଧ୍ୟ ଉପଲବ୍ଧ ହେଉଛି, ଯେଉଁଥିରେ ୧୪ଟି ଗପ, କବିତା ତଥା ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଉଭୟ ଓଡ଼ିଆ ଓ ଇଂରାଜୀ ଭାବରେ ସ୍ଥାନିତ ହୋଇଛି । ରଥଯାତ୍ରାର ଏହି ପବିତ୍ର ଉତ୍ସବରେ ଖାଲି ଓଡ଼ିଆ ଭକ୍ତ ନୁହନ୍ତି, ହଜାର ହଜାର ସଂଖ୍ୟକ ଅଣ-ଓଡ଼ିଆ ତଥା ସ୍ଥାନୀୟ ଭକ୍ତଗଣ ଏହି ଅବସରରେ ଯୋଗ ଦେଇ ରଥାରୂଢ଼ ଚତୁର୍ଦ୍ଧାମୂର୍ତିଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ । ରଥଟଣା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ ମହା ପ୍ରସାଦ ସେବନ ସହିତ ମହାବାହୁଙ୍କ ଏହି ବାର୍ଷିକ ଉତ୍ସବ ସମାପନ ହୋଇଥିଲା ।
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା