'ଦାନା'କୁ ନେଇ ଆସିଲା ବଡ ଖବର...
by Argus News
Wed, Oct 23 | 4:21 p.m.

ଅର୍ଗସ ବ୍ୟୁରୋ: ବାତ୍ୟା 'ଦାନା'କୁ ନେଇ ଆସିଲା ବଡ଼ ଖବର । ସାମନାକୁ ଆସିଲା ସାଇକ୍ଲୋନର ଲ୍ୟାଣ୍ଡଫଲ୍ ସ୍ପଟ୍ । ଓଡ଼ିଶା ଉପକୂଳକୁ ହିଟ୍ କରିବ ବାତ୍ୟା 'ଦାନା' । ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାଇକ୍ଲୋନ୍ । 

 

  • ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । 

 

  • ଆସନ୍ତାକାଲି ସନ୍ଧ୍ୟା 5 ଟାରୁ 25 ତାରିଖ ସକାଳ 9ଟା ପର୍ଯ୍ୟନ୍ତ ଭୁବନେଶ୍ୱର ବିମାନ ଚଳାଚଳ ବନ୍ଦ

 

  • ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ମୁକାବିଲା ସମୀକ୍ଷା
  • ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି
  • ସତର୍କ ରୁହନ୍ତୁ, ଆତଙ୍କିତ ହୁଅନ୍ତୁ ନାହିଁ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

 

  • ପାରାଦୀପ ଓ ଏରସମା ବେଳା ଭୁମିରେ ଭାରତୀୟ ନ୍ୟାୟ ସଂହିତା 163 ଲାଗୁ
  • ୨୬ ତାରିଖ ଯାଏଁ ଲାଗୁ ; ନଦୀ, କେନାଲ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ
  • ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା ଦାନା ।
  • ଘଣ୍ଟା ପ୍ରତି ୧୩ କିମି ବେଗରେ ଆଗକୁ ବଢୁଛି । 
  • ଧାମରା ପାରାଦୀପ ରାଜନଗରରେ ବର୍ଷା
  • ବାତ୍ୟା ପ୍ରଭାବରେ ଧାମରା, ପାରାଦୀପରେ ବର୍ଷା ଆରମ୍ଭ
  • ଆକାଶରେ ଘୋଟି ଆସିଲାଣି କଳାହାଣ୍ଡିଆ ମେଘ
  • ଧାମରାରେ ବର୍ଷା ସହ ପବନ, ପାରାଦୀପ ଆକାଶ ମେଘାଚ୍ଛନ୍ନ
  • କେନ୍ଦ୍ରାପଡ଼ା ରାଜନଗରରେ ବି ବର୍ଷା ଆରମ୍ଭ

 

  • ଆସନ୍ତାକାଲି ମଧ୍ୟରାତ୍ର ଓ ୨୫ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ।
  • ସେହି ସମୟରେ ପବନର ବେଗ ୧୦୦ ରୁ ୧୧୦ ଅର୍ଥାତ୍ ଝଟକା ପବନ ୧୨୦ କିମି ରହିବା ସମ୍ଭାବନା ।
  • ସମୁଦ୍ର ଅଶାନ୍ତ ରହିଛି । ପୁରୀ, ଧାମରା, ପାରାଦୀପ ବନ୍ଦର ପାଇଁ ୧୦ ନମ୍ବର ବିପଦ ସଙ୍କେତ ଜାରି ହୋଇଥିବାବେଳେ ଗୋପାଳପୁରକୁ ଜାରି ହୋଇଛି ୮ ନମ୍ବର ବିପଦ ସଙ୍କେତ ।  

 

  • ଆଜି ସନ୍ଧ୍ୟା ପରଠୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷିବ ।
  • ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ବର୍ଷିବ । 
  • ୨୫ରେ ମଧ୍ୟ ବର୍ଷାର ପ୍ରଭାବ ରହିବ, ୨୬ରୁ କମିବ । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ।

 

  • ପାରାଦୀପରୁ ଏରସମା ସିଆଳି ପର୍ଯ୍ୟନ୍ତ ସମୁଦ୍ର ତଟରେ କଟକଣା ।
  • ୧୬୩ ଲାଗୁ ହେବ କହିଲେ ଜଗତସିଂହପୁର ଜିଲ୍ଲାପାଳ ।
  • ସମୁଦ୍ରକୁ ସଂଯୋଗ କରୁଥିବା ନଦୀ ବନ୍ଧରେ ଭାରିଯାନ ମନା । 

 

  • ବାତ୍ୟା ପାଇଁ ନନ୍ଦନକାନନ ବନ୍ଦ । 
  • ଆସନ୍ତାକାଲି ଓ ୨୫ ତାରିଖରେ ବନ୍ଦ -ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ବନ୍ଦ ରହିବ ।
  • ଦୁଇ ଦିନ ପାଇଁ ବନ୍ଦ ରହିବ ନନ୍ଦନକାନନ
  • ବାତ୍ୟା ପାଇଁ ଦୁଇ ଦିନ ହାଇକୋର୍ଟ ବନ୍ଦ ରହିବ। ୨୪ ଓ ୨୫ ଦୁଇ ଦିନ ବନ୍ଦ ରହିବ

 

  • ବାତ୍ୟା ଦୃଷ୍ଟିରୁ ହବିଷ୍ୟାଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
  • ଖାଦ୍ୟ ସାମଗ୍ରୀ ମହଜୁଦ, ଜେନେରେଟର ବ୍ୟବସ୍ଥା
  • ଦରକାର ପଡ଼ିଲେ ସେମାନଙ୍କର ୨୪, ୨୫ ଦର୍ଶନ ବନ୍ଦ ରହିପାରେ
  • ଶ୍ରଦ୍ଧାଳୁ ଏ ସମୟରେ ଶ୍ରୀମନ୍ଦିର ଓ ସି-ବିଚ୍‌ ନଆସନ୍ତୁ
  • ଗଣମାଧ୍ୟମ ଜରିଆରେ ଅପିଲ କଲେ ପୁରୀ ଜିଲ୍ଲାପାଳ

 

  • ବାତ୍ୟା ଦାନାକୁ ଦୃଷ୍ଟିରେ ରଖି OCS ପ୍ରିଲିମନାରୀ ପରୀକ୍ଷା ଘୁଞ୍ଚିଲା ।
  • OCS ପ୍ରିଲିମନାରୀ ପରୀକ୍ଷା ଆସନ୍ତା 27ରେ ହେବାର ଥିଲା । 
  • ସପ୍ତାହେ ପରେ ସାନି ତାରିଖ ଘୋଷଣା ହେବା ନେଇ ବିଜ୍ଞପ୍ତି ପ୍ରକାଶ ।

 

  • ସ୍ଥଳ ଭାଗ ଛୁଇଁଲା ବାତ୍ୟାର ବାହ୍ୟ ବଳୟ ।
  • ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ

 

  • BMCର କର୍ପୋରେଟରଙ୍କ ସହ ମେୟରଙ୍କ ବୈଠକ
  • ସମସ୍ତଙ୍କ ଛୁଟି ବାତିଲ୍‌ କରାଯାଇଥିବା କହିଲେ ବିଏମସି ମେୟର
  • 'ମୁକାବିଲା ପାଇଁ ୮୦ରୁ ଅଧିକ ଆଶ୍ରୟ ସ୍ଥଳୀ କରାଯାଇଛି'
  • 'ବିଭିନ୍ନ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟ ହେବ ଆଶ୍ରୟସ୍ଥଳୀ

 

  • ବିଦ୍ୟୁତ୍ ସହ ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା ହେବ'
  • 'ପାଣି ଜମୁଥିବା ସ୍ଥାନ ଚିହ୍ନଟ, ପାଣି ପମ୍ପ ବ୍ୟବସ୍ଥା କରାଯିବ'
  • 'ଆଶ୍ରୟସ୍ଥଳୀରେ ରନ୍ଧା ଓ ଶୁଖିଲା ଖାଦ୍ୟ ପହଞ୍ଚାଯିବ'
  • ବିଏମ୍‌ସି ହେଲପ୍‌ଲାଇନ୍ ନମ୍ବର- ୧୯୨୯

 

  • ସଂଧ୍ୟା ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ
  • ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା
  • 'ବାତ୍ୟା ପ୍ରଭାବରେ ସନ୍ଧ୍ୟାରୁ ବର୍ଷାର ମାତ୍ରା ବଢ଼ିବ'
  • 'ପ୍ରଭାବିତ ଜିଲ୍ଲାରୁ ୧୦ରୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ ଲକ୍ଷ୍ୟ'
  • 'ଗ୍ରାଉଣ୍ଡରେ ଅଧିକାରୀ ଅଛନ୍ତି, ସ୍ଥାନାନ୍ତରଣ ଆରମ୍ଭ ହୋଇଛି

 

  • ସ୍ଥାନାନ୍ତରଣ ଲାଗି ଲୋକେ ପ୍ରଶାସନକୁ ସହଯୋଗ କରନ୍ତୁ'
  • ସନ୍ଧ୍ୟା ସୁଦ୍ଧା ଆଶ୍ରୟସ୍ଥଳୀକୁ ଚାଲିଯିବାକୁ ନିବେଦନ କଲେ ମନ୍ତ୍ରୀ
  • 'ଲୋକେ ଆଶ୍ରୟସ୍ଥଳୀକୁ ଗଲେ ପୋଲିସ, ପ୍ରଶାସନ ଗାଁ ଜଗିବ'
  • 'ବିଭିନ୍ନ ବିଭାଗ ସହ ଜିଲ୍ଲା ଓ ବ୍ଲକ ସ୍ତରରେ କଣ୍ଟ୍ରୋଲ୍ ରୁମ୍ ବ୍ୟବସ୍ଥା

 

  • ୬ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି'
  • '୯ ଜିଲ୍ଲା ଦାୟିତ୍ୱରେ ମନ୍ତ୍ରୀ, ବାତ୍ୟା ପରେ କ୍ଷୟକ୍ଷତି ଅନୁଧ୍ୟାନ କରିବେ'
  • 'ଚାଷ ଫସଲ, ଘର ଭଙ୍ଗା ଓ ଥଇଥାନ ପର୍ଯ୍ୟନ୍ତ ତଦାରଖ କରିବେ'
  • 'କୃତ୍ରିମ ଅଭାବ ସୃଷ୍ଟି କଲେ, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ'
CYCLONE UPDATE
17m ago
କାଲି ସନ୍ଧ୍ୟା 5 ଟାରୁ 25 ତାରିଖ ସକାଳ 9 ଟା ଯାଏଁ ଭୁବନେଶ୍ୱର ବିମାନ ଚଳାଚଳ ବନ୍ଦ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ସନ୍ଧ୍ୟା 5 ଟାରୁ 25 ତାରିଖ ସକାଳ 9ଟା ପର୍ଯ୍ୟନ୍ତ ଭୁବନେଶ୍ୱର ବିମାନ ଚଳାଚଳ ବନ୍ଦ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି
ଧାମରା ପୋର୍ଟରେ
20m ago
ଧାମରା ପୋର୍ଟରେ ସୁରଜ୍ ସୂର୍ଯ୍ୟବଂଶୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଅର୍ଗସ ବ୍ୟୁରୋ: ଧାମରା ଆଦାନୀ ପୋର୍ଟରେ ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ପୋର୍ଟ କର୍ତ୍ତୃପକ୍ଷଙ୍କ ସହ ଉପସ୍ଥିତ ଅଛନ୍ତି ଜିଲ୍ଲାର ବିଭିନ୍
ହାଇକୋର୍ଟ
ବାତ୍ୟା ପାଇଁ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ
ଅର୍ଗସ ବ୍ୟୁରୋ: ବାତ୍ୟା ପାଇଁ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ । 24 ଓ 25 ତାରିଖ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ । ଏଥିପାଇଁ ନଭେମ୍ବର ୩୦, ଡିସେମ୍ବର ୭ ଶନିବାର ଖୋଲାରହିବ କୋର୍ଟ।