ପୁଲୱାମା ଆକ୍ରମଣକୁ ପୁରିଲା ୫ ବର୍ଷ, ଆଜି ସାରା ଦେଶ ପାଳୁଛି ବ୍ଲାକ୍‌‌ ଡେ
by Argus News
Wed, Feb 14 | 9:52 p.m.

ଅର୍ଗସ ବ୍ୟୁରୋ : ପୁଲୱାମା ଆକ୍ରମଣକୁ ଆଜି ୫ ବର୍ଷ ପୁରିଲା । ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ । ସାରା ଦେଶ ‘ଭାଲେଣ୍ଟାଇନ୍ସ ଡେ’ ଅର୍ଥାତ ପ୍ରେମର ଦିବସ ପାଳନରେ ମସଗୁଲ୍ ଥିବାବେଳେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଆସିଥିଲା ଏକ ହୃଦୟ ବିଦାରକ ଖବର । ଏଠାରେ ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ସିଆରପିଏଫ୍ ଯବାନ୍ ସହିଦ ହୋଇଥିଲେ । ଏବେ ୫ ବର୍ଷ ପରେ ମଧ୍ୟ ସେହି ଘଟଣାର କଥା ଉଠିଲେ ମନ ସ୍ତବ୍ଧ ହୋଇଯାଏ ।

ବୁଧବାର ପୁଲୱାମା ଆକ୍ରମଣକୁ ୫ ବର୍ଷ ପୂରିବା ଅବସରରେ ସାରା ଦେଶବାସୀ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ସେମାନଙ୍କ ସ୍ମୃତିଚାରଣ କରିଛନ୍ତି । ପୁଲୱାମାରେ ହୋଇଥିବା ଆକ୍ରମଣରେ ସହିଦ୍‌‌ ହୋଇଥିବା ଯବାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ୍ସ’ରେ କହିଛନ୍ତି, ପୁଲୱାମାରେ ସହିଦ୍‌‌ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଯବାନଙ୍କ ଦେଶ ପାଇଁ ସେବା ଓ ଆତ୍ମବଳି ସର୍ବଦା ଚିରସ୍ମରଣୀୟ ହୋଇ ରହିବ । ସେହିପରି ପୁଲୱାମାରୁ ସହିଦ ନିସ୍ବାର୍ଥ ବଳିଦାନକୁ ମନେପକାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସରେ ଲେଖିଛନ୍ତି ସେମାନଙ୍କ ବଳିଦାନ ପାଇଁ ଆଜି ଭାରତ ଆତଙ୍କବାଦ ମୁକ୍ତ ଓ ଦେଶବାସୀ ସୁରକ୍ଷିତ ରହିଛନ୍ତି ।

ପୁଲୱାମାର ଘଟଣା ଭାରତର ସେନାବାହିନୀ ଉପରେ ହୋଇଥିବା ଅନ୍ୟତମ ବଡ଼ ଆତଙ୍କବାଦୀ ଆକ୍ରମଣ ଥିଲା । ଏଥିରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ସିଆରପିଏଫ୍ ଯବାନ୍ ବସ ଉପରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏହା ଘଟାଇଥିବା ଦାବି କରିଥିଲା ।

ସିଆରପିଏଫ୍ ଯବାନଙ୍କ ଏକ ବଡ଼ କନଭୟ ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ ଜମ୍ମୁରୁ ଶ୍ରୀନଗରକୁ ଯାଉଥିଲା । ଏଥିରେ ୭୮ଟି ବସରେ ପ୍ରାୟ ୨,୫୦୦ ଯବାନ ଥିଲେ । ଏହି କନଭୟ ପୁଲୱାମା ଦେଇ ଯାଉଥିବାବେଳେ ଏକ ବିସ୍ଫୋରକ ଭର୍ତ୍ତି କାର ଏକ ବସ ସହ ଧକ୍କା ହୋଇଥିଲା । ପ୍ରାୟ ୮୦ କିଲୋ ଆରଡିଏକ୍ସ ସହ କାର ଚଲାଉଥିବା ଆଦିଲ୍‌ ଅହମଦ୍‌ ଦାର୍‌ ନାମକ ଆତଙ୍କବାଦୀ ଏହି ଆତ୍ମଘାତୀ ବିସ୍ଫୋରଣ କରିଥିଲା ।

ଏହି ଆତଙ୍କବାଦ ଆକ୍ରମଣରେ ସହିଦ ହୋଇଥିବା ୪୪ ଜଣ ଯବାନଙ୍କ ଭିତରେ ଦୁଇ ଜଣ ଓଡ଼ିଆ ମଧ୍ୟ ଥିଲେ । ଜଣେ ଥିଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ପାରିଶିଖର ଗ୍ରାମର ପ୍ରସନ୍ନ କୁମାର ସାହୁ  । ତାଙ୍କର ଏହି ବଳିଦାନ କୁ ଭୁଲିନି ନିଜ ଜନ୍ମମାଟି ଆଉ ସାରା ଦେଶ,ଯାହାକୁ ଝୁରୁଛି । ଦେଶ ପାଇଁ ତାଙ୍କର ଏହି ବଳିଦାନ କୁ ନେଇ ଗର୍ବ କରୁଛନ୍ତି ପରିବାର ଲୋକେ । ଆଜି ତାଙ୍କ ର ଏହି ସ୍ମୃତି କୁ ମନେ ରଖିବା ପାଇଁ ଗ୍ରାମବାସୀ ଓ ପରିବାର ଙ୍କ ପକ୍ଷରୁ ମିଳିତ  ଉଦ୍ୟମ ରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା  । 

ଅଧିକ ପଢନ୍ତୁ ଭାରତ ଖବର

ପୁଲୱାମା ଘଟଣା ସାରା ଦେଶକୁ ସ୍ତବ୍ଦ କରିଦେଇଥିଲା । ଆକ୍ରମଣକୁ ନେଇ ସାରା ଦେଶବାସୀଙ୍କ ମନରେ ଆକ୍ରୋଷ ଭରିହୋଇ ରହିଥିଲା । ଦେଶାସାରା ପାକିସ୍ତାନ ଓ ଆତଙ୍କବାଦୀ ବିରୋଧୀ ନାରା ଶୁଣିବାକୁ ଓ ଦେଖିବାକୁ ମିଳିଥିଲା । ଠିକ୍ ଏହାର ୧୨ ଦିନ ମଧ୍ୟରେ ଅର୍ଥାତ୍ ଫେବ୍ରୁଆରୀ ୨୬ତାରିଖରେ ପାକିସ୍ତାନରେ ଲୁଚିରହିଥିବା ଜୈସଏ-ମହମ୍ମଦ ଠିକଣା ଉପରେ ଏୟାଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା । ପାଖାପାଖି ରାତି ୩ଟାରେ ଭାରତୀୟ ବାୟୁସେନାର ୧୨ଟି ମିରାଜ ୨୦୦୦ ପାଇଟର ଜେଟ୍ ଏଲଓସିକୁ ପାର କରି ବାଲାକୋଟ ସ୍ଥିତ ଜୈସ୍-ଏ-ମହମ୍ମଦର ଠିକଣା ଉପରକୁ ଆକ୍ରମଣ କରି ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲା । ଆଉ ଏହି ଏୟାରଷ୍ଟ୍ରାଇକରେ ପାଖାପାଖି ୩ଶହ ଆତଙ୍କବାଦୀ ନିହତ ହୋଇଥିବା ସୂଚନାରୁ ଜଣାପଡିଥିଲା । ଏୟାରଷ୍ଟ୍ରାଇକରେ ପ୍ରାୟ ଏକ ହଜାର କିଲୋର ବମ୍ ଆତଙ୍କବାଦୀ ଠିକଣା ଉପରେ ପକାଯାଇଥିଲା । ଯେଉଁଥିରେ ପୁଲୱାମା ଆକ୍ରମଣ ପାଇଁ ଷଡଯନ୍ତ୍ର ରଚିଥିବା ଶହ ଶହ ଆତଙ୍କବାଦି ନିପାତ ହୋଇଥିଲେ ।
 

BOBBY DAS
1m ago
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ
BJD
3m ago
ବବିଙ୍କୁ ପାଇଁ ଚିନ୍ତା ବଢାଇଲାଣି ସମ୍ବଲପୁର
ଅର୍ଗସ ବ୍ୟୁରୋ : ବିଜେଡିରେ ବବିଙ୍କ ଅବସ୍ଥା ଏବେ ସାଙ୍ଘାତିକ । ଦଳ ତାଙ୍କୁ ଧୀରେ ଧୀରେ କୁଆଡ଼େ ଦୂରେଇ ଦେଉଛି । ଯିଏ ଦିନେ ପାୱାର କରିଡରରେ ଚକ୍କର କାଟୁଥିଲେ ଆଜି ସିଏ ଦଳ ଲାଗି ପ୍ରାୟତ
BJP
6m ago
ବିଜେପି ସରକାରରେ ଓଡ଼ିଶା ସମେତ ସବୁ ରାଜ୍ୟ ହେବ ୧ ନମ୍ବର
ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାରରେ ଓଡ଼ିଶା ସମେତ ସବୁ ରାଜ୍ୟକୁ ୧ ନମ୍ବର କରାଯିବ । ପ୍ରଧାନମନ୍ତ୍ରୀ ସବୁ ରାଜ୍ୟକୁ ଏକ ନମ୍ବର କରାଇବ