ଅର୍ଗସ ବ୍ୟୁରୋ: ଦେଶରେ UPI କାରବାରରେ ରେକର୍ଡ ବୃଦ୍ଧି । ନଭେମ୍ବରରେ 38 ପ୍ରତିଶତ YEAR OVER YEAR ର ଅଭିବୃଦ୍ଧି । ଅକ୍ଟୋବରରେ ସର୍ବକାଳୀନ ରେକର୍ଡ କରିବା ପରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଆଧାରିତ କାରବାର ଗତ ମାସରେ 15.48 ବିଲିୟନରେ ପହଞ୍ଚିଛି ଯାହା ଗତ ବର୍ଷ ତୁଳନାରେ 38 ପ୍ରତିଶତକୁ ବୃଦ୍ଧି କରିଛି ।
ଏହା ସହିତ ମୋଟ କାରବାର ରାଶିରେ 21.55 ଲକ୍ଷ କୋଟି ଟଙ୍କା ରହିଛି ଯାହା 24 ପ୍ରତିଶତ YoY ଅଭିବୃଦ୍ଧି ବୋଲି ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆର ରିପୋର୍ଟରୁ ପ୍ରକାଶ । NPCI ତଥ୍ୟ ଅନୁଯାୟୀ, ନଭେମ୍ବରରେ ମୋଟ କାରବାର ପରିମାଣ 5.58 ଲକ୍ଷ କୋଟି ଟଙ୍କା ସହିତ ତୁରନ୍ତ ପେମେଣ୍ଟ ସର୍ଭିସ ବା ଆଇଏମପିଏସ କାରବାର 408 ମିଲିୟନରେ ପହଞ୍ଚିଛି ।