ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନୀତ
by Argus News
Fri, Mar 22 | 6:43 p.m.

ଅର୍ଗସ ବ୍ୟୁରୋ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଧୀରୁଭାଇ ଅମ୍ବାନୀଙ୍କୁ ଭାରତର ଟେଲିକମ୍ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭଏସ୍ ଆଣ୍ଡ୍ ଡାଟା ପକ୍ଷରୁ ସମ୍ମାନଜନକ ଲାଇଫ୍ ଟାଇମ୍ ଆଚିଭମେଣ୍ଟ (ଜୀବନବ୍ୟାପୀ ସାଧନା) ପୁରସ୍କାରରେ ସମ୍ମାନୀତ କରାଯାଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ପୁରସ୍କାର ସମାରୋହରେ ୨୦୨୩ ବର୍ଷ ପାଇଁ ରିଲାଏନ୍ସ ଜିଓ ଇନଫୋକମ୍‌‌ର ପ୍ରେସିଡେଣ୍ଟ ମାଥ୍ୟୁ ଓମେନ୍‌‌ଙ୍କୁ 'ପାଥବ୍ରେକର ଅଫ୍ ଦି ଇୟର' ପୁରସ୍କାର ପ୍ରଦାନ କରାଯାଇଛି । ଦେଶରେ ଟେକ୍ନୋଲୋଜି କ୍ଷେତ୍ରର ବିକାଶ ଦିଗରେ ୫ଜିର ଦ୍ରୁତ ପ୍ରଚଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଓମେନଙ୍କୁ ଏହି ପୁରସ୍କାର ମିଳିଛି ।

ମୁକେଶ ଅମ୍ବାନୀଙ୍କ ନେତୃତ୍ୱକୁ ପ୍ରଶଂସା କରି ମାଥ୍ୟୁ ଓମେନ୍ କହିଛନ୍ତି ଯେ, “ଭଏସ୍ ଆଣ୍ଡ୍ ଡାଟା ପକ୍ଷରୁ ମୁକେଶ ଧୀରୁଭାଇ ଅମ୍ବାନୀଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିବାରୁ ଆମେ ଗର୍ବ ଅନୁଭବ କରୁଛୁ । ତାଙ୍କ ବଳିଷ୍ଠ ନେତୃତ୍ୱରେ କମ୍ପାନି ଟେଲିକମ, ରିଟେଲ, ମିଡିଆ ଏବଂ କ୍ରୀଡ଼ା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛି ଏବଂ ଅନ୍ତର୍ଭୁକ୍ତିକରଣ ଜରିଆରେ ଏସବୁକୁ ସମସ୍ତଙ୍କ ପାଇଁ ସହଜଲବ୍ଧ କରିଛି । ଆଜିର ଡିଜିଟାଲ ଦୁନିଆରେ ଭାରତର ଭୂମିକା ବୈପ୍ଳବିକ ହେବ । ଏକ ଶିଳ୍ପ ଏବଂ ରାଷ୍ଟ୍ର ଭାବେ ଆମର ଅବଦାନ ଅତୁଳନୀୟ ହେବ ଏବଂ ଏହା ସମସ୍ତ ଭାରତୀୟଙ୍କ ପାଇଁ ଅଧିକ ସମାନତା ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତର ପଥ ପ୍ରଶସ୍ତ କରିବ ।’’

ପୁରସ୍କାର ଗ୍ରହଣ କରିବା ଅବସରରେ ଟେକ୍ନୋଲୋଜି ଅଗ୍ରଗତିକୁ ତ୍ୱରାନ୍ୱିତ କରିବାରେ ସହଭାଗିତାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉପସ୍ଥାପିତ କରିବା ସହିତ ଟେଲିକମ ଶିଳ୍ପ ସହ ଜଡ଼ିତ ନୀରଜ ମିତ୍ତଲ ଏବଂ ଗୋପାଳ ଭିଟ୍ଟଲଙ୍କୁ ଓମେନ୍ ଅଭିନନ୍ଦନ ଜଣାଇଛନ୍ତି । ନୀରଜ ମିତ୍ତଲ ଓ ଗୋପାଳ ଭିଟ୍ଟଲଙ୍କ ସହ ମିଳିତ ଭାବେ ମାଥ୍ୟୁ ଓମେନ୍‌‌ଙ୍କୁ ପାଥବ୍ରେକର ଅଫ୍ ଦି ଇୟର ପୁରସ୍କାର ମିଳିଛି ।

ଏଆଇ ଓ ନିରାପତ୍ତା ପରିସୀମାକୁ ପରିବର୍ଦ୍ଧିତ କରୁଥିବା ଜିପିୟୁ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟ ଭଳି ପ୍ରଯୁକ୍ତିର ଅଭ୍ୟୁଦୟ ତଥା ପ୍ରଯୁକ୍ତି କ୍ଷେତ୍ରରେ ଘଟୁଥିବା ନିରନ୍ତର ବିକାଶ ସମ୍ପର୍କରେ ଉଲ୍ଲେଖ କରି ମାଥ୍ୟୁ ଓମେନ୍ ସମାଜ ଉପରେ ପ୍ରଯୁକ୍ତିବିଦ୍ୟାର ଯୁଗାନ୍ତକାରୀ ପ୍ରଭାବ ଉପରେ ଆଲୋକପାତ କରିଥିଲେ । ସମାଜର ସମସ୍ତ ବର୍ଗକୁ ଦାୟିତ୍ୱପୂର୍ଣ୍ଣ ଓ ଦୀର୍ଘ ସ୍ଥାୟୀ ଭାବେ ଉନ୍ନତ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଅଧିକ ପଢନ୍ତୁ ଭାରତ ଖବର

ଭଏସ୍ ଆଣ୍ଡ୍ ଡାଟା ଆୱାର୍ଡ ସମାରୋହରେ ରିଲାଏନ୍ସ ଜିଓକୁ ନେଟୱାର୍କ ଭିତ୍ତିଭୂମି, ବହୁଭାଷୀ ଇଣ୍ଟରନେଟ୍‌‌, କମ୍ୟୁନିକେସନ୍ (ଯୋଗାଯୋଗ) ପ୍ଲାଟଫର୍ମ, ବିଜନେସ୍ ପ୍ରୋସେସ୍ ଇନୋଭେସନ୍ (ବ୍ୟବସାୟ ପ୍ରକ୍ରିୟା ନବସୃଜନ), ନେଟୱାର୍କ ସେବା ଏବଂ ଆଇଓଟି ସମେତ ବିଭିନ୍ନ ବର୍ଗରେ ଆଉ ୬ଟି ପୁରସ୍କାର ମିଳିଛି ।

BJP
46m ago
ଓଡ଼ିଶାରେ ବିଜେପି ୨୧ ରୁ ୨୧ ଲୋକସଭା ଆସନ ଜିତିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଲୋକସଭା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର ୫ ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
BJD
ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତ
MODI
ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତ