୨.୪ ଇଞ୍ଚ ଡ଼ିସପ୍ଲେ ସ୍କ୍ରିନ୍ ଏବଂ ୧୮୦୦ ଏମଏଏଚ ଶକ୍ତିଶାଳୀ ବ୍ୟାଟେରୀ
by Argus News
Wed, Nov 08 | 3:53 p.m.

ଅର୍ଗସ ବ୍ୟୁରୋ : ରିଲାଏନ୍ସ ଜିଓ ପକ୍ଷରୁ କାଇ-ଓଏସ୍ ଆଧାରିତ ୪ଜି କି-ପ୍ୟାଡ ସ୍ମାର୍ଟଫୋନ୍ 'ଜିଓଫୋନ୍ ପ୍ରାଇମା' ଶୁଭାରମ୍ଭ କରାଯାଇଛି । ଏହା କି-ପ୍ୟାଡ ସ୍ମାର୍ଟଫୋନର ଏକ ସୁଲଭ ଏବଂ ଉନ୍ନତ ସଂସ୍କରଣ, ଯାହା କମ୍ପାନୀ ବଜାରରେ ୨୫୯୯ ଟଙ୍କାରେ ଉପଲବ୍ଧ କରିଛି । ୟୁଟ୍ୟୁବ୍‌, ଫେସବୁକ୍‌, ହ୍ୱାଟ୍ସଅପ, ଗୁଗୁଲ୍ ଭଏସ୍ ଆସିଷ୍ଟାଣ୍ଟ ପରି ସମସ୍ତ ସୁବିଧା ଓ ଫିଚର ବର୍ତ୍ତମାନ କେବଳ ଗୋଟିଏ କ୍ଲିକ୍ ରେ ଜିଓଫୋନ୍ ପ୍ରାଇମାରେ ଉପଲବ୍ଧ ହେବ ।

ଜିଓ ଏହାର ନୂତନ କି-ପ୍ୟାଡ୍ ସ୍ମାର୍ଟଫୋନର ଲୁକ୍ ଏବଂ ଡିଜାଇନ୍ ଉପରେ ଅନେକ କାମ କରିଛି । ଜିଓଫୋନ୍ ପ୍ରାଇମା ର ଡିଜାଇନ୍ ବର୍ତ୍ତମାନ ବହୁତ ବୋଲ୍ଡ ଏବଂ ପ୍ରିମିୟମ୍ ଦେଖାଯାଉଛି । ୨.୪ ଇଞ୍ଚ ଡ଼ିସପ୍ଲେ ସ୍କ୍ରିନ୍ ବହୁତ ଭଲ ପ୍ରଦର୍ଶନ / ଫଳାଫଳ ଦେଇଥାଏ । ଏହି ସ୍ମାର୍ଟଫୋନ୍ ରେ ୧୮୦୦ ଏମଏଏଚ (1800mAh) ର ଶକ୍ତିଶାଳୀ ବ୍ୟାଟେରୀ ରହିଛି ।

ଅଧିକ ପଢନ୍ତୁ ଭାରତ ଖବର

ଭିଡିଓ କଲିଂ ଏବଂ ଫଟୋଗ୍ରାଫି ପାଇଁ ଏହି ମୋବାଇଲର ଉଭୟ ପାର୍ଶ୍ୱରେ ଡିଜିଟାଲ କ୍ୟାମେରା ରହିଛି । ମୋବାଇଲର ପଛ ଭାଗରେ ଫ୍ଲାସ୍ ଲାଇଟ୍ ମଧ୍ୟ ଉପଲବ୍ଧ ରହିଛି । ଏହି ସ୍ମାର୍ଟଫୋନରେ ଜିଓ ଟିଭି, ଜିଓ ସିନେମା, ଜିଓ ସାଭନ୍ ଭଳି ପ୍ରିମିୟମ୍ ଡିଜିଟାଲ୍ ସେବା ସହିତ ଜିଓ-ପେ ମାଧ୍ୟମରେ ୟୁପିଆଇ ପେମେଂଟ ମଧ୍ୟ କରାଯାଇପାରିବ ।

 

ଜିଓଫୋନ୍ ପ୍ରାଇମା ୨୩ଟି ଭାଷାକୁ ସମର୍ଥନ କରୁଛି ଅର୍ଥାତ ଏହା ୨୩ଟି ଭାରତୀୟ ଭାଷାରେ କାମ କରିପାରିବ । ଚମକଦାର ରଙ୍ଗରେ ଆସୁଥିବା ଏହି ସ୍ମାର୍ଟଫୋନ୍ ପ୍ରମୁଖ ଖୁଚୁରା ଷ୍ଟୋର୍ ଏବଂ ରିଲାଏନ୍ସ ଡିଜିଟାଲ୍ ଡଟ ଇନ୍‌, ଜିଓମାର୍ଟ ଇଲେକ୍ଟ୍ରୋନିକ୍ସ ଏବଂ ଆମାଜନ ଭଳି ଅନଲାଇନ୍ ପ୍ଲାଟଫର୍ମରୁ କିଣାଯାଇପାରିବ ।

କମ୍ପାନୀ ଅନୁଯାୟୀ ଜିଓଫୋନ୍ ପ୍ରାଇମା କେବଳ ଏକ ମୋବାଇଲ୍ ଫୋନ ନୁହେଁ ବରଂ ଏକ ଷ୍ଟାଇଲ୍ । ସୁଲଭ ମୂଲ୍ୟରେ ୪ଜି ଦ୍ୱାରା ସଶକ୍ତ ଏକ ଶକ୍ତିଶାଳୀ ମୋବାଇଲ୍ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ଡିଜାଇନ୍ ହୋଇଛି ଏବଂ ସାମାଜିକ ପ୍ଲାଟଫର୍ମଗୁଡିକ ସହିତ ସଂଯୁକ୍ତ ରହିଛି ।

BOBBY DAS
23m ago
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
34m ago
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
38m ago
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ