ନିଆରା ବାହାଘର, ଏଇଠି ଝିଅ ନୁହେଁ ପୁଅ ଯାଏ ଶାଶୂଘର
by Argus News
Sat, Sep 28 | 6:38 p.m.

ଅର୍ଗସ ବ୍ୟୁରୋ: ଭାରତ ଏମିତି ଏକ ଦେଶ ଯେଉଁଠି ପ୍ରତି ରାଜ୍ୟ କାହିଁକି ବରଂ ପ୍ରତି ଜିଲ୍ଲାରେ କିଛି ନା କିଛି ପରମ୍ପରା ରହିଛି । ପୂର୍ବପୁରୁଷଙ୍କ ଦ୍ଵାରା ଆରମ୍ଭ ହୋଇଥିବା ପରମ୍ପରାକୁ ଆଜି ଲୋକମାନେ ପ୍ରଚଳିତ କରୁଛନ୍ତି । ଠିକ୍‌ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ମେଘାଳୟରୁ । ଯେଉଁଠି ଝିଅ ନୁହେଁ ବରଂ ପୁଅ ହିଁ ଯାଏ ଶାଶୂଘର । ଆମେ ସମସ୍ତେ ଜାଣିଛନ୍ତି ବାହାଘରର ମାନେ ଝିଅ ଶାଶୂଘରକୁ ଯିବ । ହେଲେ ଏଇଠି କାହିଁକି ପୁଅ ଶାଶୂଘରକୁ ଯାଉଛି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି ।

ଦେଶର ଉତ୍ତର ପୂର୍ବ ରାଜ୍ୟ ମେଘାଳୟ । ପରମ୍ପରା ପାଇଁ ସେ ରାଜ୍ୟ ଏବେ ଭାରି ଚର୍ଚ୍ଚାରେ ।  ଖାସ କରି ଖାସି ଜନଜାତିଙ୍କ ମଧ୍ୟରେ ଏକ ଲୋକପ୍ରିୟ ବିବାହ ପରମ୍ପରା ରହିଛି । ଯେଉଁଥିରେ ବିବାହ ପରେ କନ୍ୟା ନୁହେଁ ବରଂ ବର ଶାଶୂ ଘରକୁ ଯାଏ । ଯାହା ଆମ ସମାଜରେ ହୁଏନି । କାରଣ ଆମ ଓଡ଼ିଆ ଘରର ଚଳଣିରେ ଶାଶୂଘରକୁ ଝିଅ ଯିବାର ପ୍ରଥା ରହିଛି । ତେଣୁ ବାହାଘରକୁ କନ୍ୟାଦାନ ବୋଲି କୁହାଯାଏ । ହେଲେ ଏବେ ସେଥିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି ମେଘାଳୟରେ । କାରଣ ମେଘାଳୟରେ କନ୍ୟା ନୁହେଁ ବର ହିଁ ଶାଶୂଘରକୁ ଯିବାର ପ୍ରଥା ଚାଲିଆସିଛି ।

ଖାସି ଜନଜାତି । ପୂର୍ବରୁ କେବେ ନାଁ ଶୁଣିଥିବେ କି ନାହିଁ ? ହେଲେ ମେଘାଳୟରେ ଏହି ଜନଜାତି ବେଶ ଚର୍ଚ୍ଚାରେ । କାରଣ ପୁଅଙ୍କ ଅପେକ୍ଷା ଝିଅଙ୍କୁ ସେଠାରେ ବେଶୀ ଗୁରୁତ୍ଵ ଦିଆଯାଉଛି । ପୂର୍ବ ମେଘାଳୟରେ ରହୁଥିବା ଏହି ଜନଜାତି ମାଟ୍ରିଲାଇନ୍ ସିଷ୍ଟମ୍ ଅଧୀନରେ କାମ କରନ୍ତି । ଅର୍ଥାତ୍, ମାଆଙ୍କର ସମ୍ପତ୍ତି ପୁଅ ପରିବର୍ତ୍ତେ ତାଙ୍କ ଝିଅକୁ ହସ୍ତାନ୍ତର କରାଯାଏ । ଖାସି ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଅଧିକାର ଉପଭୋଗ ବି କରନ୍ତି । ଯାହା ଭାରତରେ ପ୍ରଥମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । 

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଖାସି ଝିଅମାନେ ନିଜ ଜୀବନ ସାଥୀ ବାଛିବା ପାଇଁ ସ୍ୱାଧିନତା ପାଇଥାଆନ୍ତି । ଏମିତିକି ଝିଅମାନେ ପୁଅ ଘରକୁ ପ୍ରସ୍ତାବ ଦେଇଥାଆନ୍ତି । କିଏ କିଏ କୁହନ୍ତି ପୁଅ ଘର ପକ୍ଷରୁ ଯୌତୁକ ବି ଝିଅ ଘରକୁ ମିଳେ । ଅବଶ୍ୟ ଏହା କେତେ ସତ, କେତେ ଗପ ସେନେଇ ଆମ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ଏଠାରେ କହିରଖୁଛୁ କି, ଭାରତରେ ଖାସି ଜନଜାତିର ମୋଟ ଜନସଂଖ୍ୟା ୧୪ ଲକ୍ଷ ୨୭ ହଜାର ୭୧୧ ରେ ପହଞ୍ଚିଲାଣି କିନ୍ତୁ ସେମାନଙ୍କ ଭିନ୍ନ ପରମ୍ପରା ପାଇଁ ସେମାନେ ଏବେ ବି ଚର୍ଚ୍ଚାରେ ।
 

ବିଜେଡି
15m ago
କୌଣସି କମିଟିରେ ନଥାଇ ବି ଦଳର ସବୁ ବୈଠକରେ ଉପସ୍ଥିତ ବବି
ଭୁବନେଶ୍ୱର: ନିର୍ବାଚନରେ ହାରିବା ପରେ ବିଜେଡି ସ୍ଥିତି ଅସମ୍ଭାଳ। ପୂର୍ବରୁ ବିଜେଡିର କାର୍ପଟଦାର ଥିବା ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ଦଳୀୟ ନେତା ଖୁଲମଖୁଲ୍ଲା ବିଷୋଦଗା
9 ଗିରଫ
ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ
ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ହୋଇଥିଲା ତୁମୂଳକାଣ୍ଡ। ଆକ୍ରମଣJS ଲହୁଲୁହାଣ ହୋଇଥିଲେ ପୋଲିସ ଅଫିସର। ଏଇ ଘଟଣା ପରେ ଭଦ୍ରକ ସହରରେ ପୋଲିସ ଛାଉଣୀ ।