ଋଷଆ ଗସ୍ତ କରୁଛନ୍ତି ମୋଦି, ବନ୍ଦ ହେବ ଯୁଦ୍ଧ !
by Argus News
Mon, Oct 21 | 7:16 p.m.

ଅର୍ଗସ ବ୍ୟୁରୋ: ବ୍ରିକ୍ସ ସମ୍ମିଳନୀ ପାଇଁ ଋଷିଆ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୁହାଯାଉଛି କି ମୋଦିଙ୍କ ଗସ୍ତ ବେଶ ଗୁରୁତ୍ଵପୂର୍ଣ୍ଣ । କାରଣ ଏହି ଗସ୍ତ ସମୟରେ କେବଳ ପୁଟିନ୍‌ଙ୍କ ସହ ମୋଦି ଆଲୋଚନା କରିବେ ତାହା ନୁହେଁ ବରଂ ଇରାନ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୁହାଯାଉଛି କି ଏହି ଆଲୋଚନା ପରେ ହିଁ ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ପରିସମାପ୍ତି ହେବ ।

ମୋଦିଙ୍କୁ ସାକ୍ଷାତ କରିବାକୁ ପ୍ରଥମେ ଋଷିଆର ରାଷ୍ଟ୍ରପତି ପୁଟିନ୍‌ ଚାହିଁଥିଲେ । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଋଷିଆ ଗସ୍ତରେ ଥିବା ବେଳେ ଆମେ ମୋଦିଙ୍କୁ ଅପେକ୍ଷା କରିଛୁ ବୋଲି ପୁଟିନ୍‌ କହିଥିଲେ । ବନ୍ଧୁଙ୍କୁ କଥା ରକ୍ଷା କରି ମୋଦି ଋଷିଆ ଗସ୍ତ କରିବେ ବୋଲି ସେପ୍ଟମ୍ବର ମାସରେ ଚର୍ଚ୍ଚା ବି ହେଉଥିଲା । ଆଉ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଋଷିଆ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିଲା । ହେଲେ ଏହାରି ଭିତରେ ଇସ୍ରାଏଲ-ଇରାନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେଣୁ ଭାରତର ମଧ୍ୟସ୍ଥତାରେ ହିଁ ଏହି ଯୁଦ୍ଧ ଶେଷ ହେବ ବୋଲି କୁହାଯାଉଛି ।

ବ୍ରିକ୍ସ ସମ୍ମିଳନୀ ଉପରେ ପୁରା ବିଶ୍ଵର ନଜର ରହିଛି । କାରଣ ଇଏ ଏମିତି ଏକ ବୈଠକ ଯେଉଁଥିରେ ଅନେକ ରାଷ୍ଟ୍ରର ମୁଖ୍ୟ ଯୋଗ ଦିଅନ୍ତି ଏବଂ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତି । କଥାହେଲା ଭାରତ ପ୍ରଥମରୁ ହିଁ ଶାନ୍ତି ରକ୍ଷା କରିବା ପାଇଁ ଆହ୍ଵାନ ଦେଇଆସୁଛି । ତେଣୁ ମୋଦି ଯୁଦ୍ଧକୁ ନେଇ କି ଆଲୋଚନା କରୁଛନ୍ତି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ବ୍ରିକ୍ସ ସମ୍ମିଳନୀରେ ମୋଦି ଅନେକ ରାଷ୍ଟ୍ର ମୁଖ୍ୟଙ୍କ ସହ ଆଲୋଚନା କରିବେ । କୁହାଯାଉଛି ଯଦି

ମୋଟ୍‌ ଉପରେ ଋଷିଆ-ୟୁକ୍ରେନ ଏବଂ ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ପୁରା ବିଶ୍ଵର ଚିନ୍ତା ବଢିଛି । କାରଣ କୌଣସି ଦେଶ ଯୁଦ୍ଧ ବନ୍ଦ କରିବାକୁ ପଦକ୍ଷେପ ନେଉନାହାନ୍ତି । ତେଣୁ ଭାରତ ଚାହିଁଲେ ଯୁଦ୍ଧ ଲାଗିଥିବା ୪ଟି ଦେଶ ସହ ଆଲୋଚନା କରି ମଧ୍ୟସ୍ଥତା କରିବା ସହିତ ଯୁଦ୍ଧରେ ବିରତି ପଡ଼ିପାରେ । ତେଣୁ ମୋଦିଙ୍କ ବୈଠକ ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି । ତେବେ ସମୟ କହିବ ବିଶ୍ଵ ନେତାମାନେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି ।
 

ବାତ୍ୟାକୁ ନେଇ ରାଜ୍ୟ
ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଘୋଷଣା, ଏହି ୧୪ ଜିଲାରେ ବନ୍ଦ ରହିବ ସ୍କୁଲ
ଅର୍ଗସ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସୋମବାର ସ୍କୁଲ ଛୁଟି ଘୋଷଣା କରିଛନ୍ତି। ୨୩ରୁ ୨୫ ତାରିଖ ଯାଏ ସ୍କୁଲ ବନ୍ଦ ରହିବ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପ୍ରଭାବି
ମୁଖ୍ୟମନ୍ତ୍ରୀଙ୍କ
ମୁଖ୍ୟମନ୍ତ୍ରୀଙ୍କ ଢ଼େଙ୍କାନାଳ ଗସ୍ତ
ଅର୍ଗସ ବ୍ୟୁରୋ: ଆଜି ଢ଼େଙ୍କାନାଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ହେଲିକପ୍ଟର ଯୋଗେ ସନ୍ଧ୍ୟା ୫ଟା ସମୟରେ ଢେଙ୍କାନାଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ର
ନ୍ୟୁଜିଲାଣ୍ଡଠାରୁ
ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ସ୍ତ୍ରୀଙ୍କ ସହ କୀର୍ତ୍ତନ କଲେ ବିରାଟ କୋହଲି
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ