କାର୍ଯ୍ୟରେ ଅବହେଳା ପାଇଁ 4 ଅଧିକାରୀ ନିଲମ୍ବିତ - ସୁରେଶ ପୂଜାରୀ
by Argus News
Sat, Oct 26 | 11:57 a.m.

ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ସ୍ୱାଭାବିକ ହେବ ସ୍ଥିତି । ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଯିବ । ଲଗାଣ ବର୍ଷା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । 

ବର୍ଷା ଚିନ୍ତା ବଢ଼ାଇଛି । ଜିରୋ କାଜୁୟାଲିଟି ମଣିଷ ସହ ପଶୁଙ୍କୁ କରାଯାଇଛି । 2200 ପ୍ରସବ ହୋଇଛି । ଭିତରକନିକା ଗଛଙ୍କୁ ଧନ୍ୟବାଦ ଗଛ ନଥିଲେ ବାତ୍ୟା ପ୍ରକୋପ ଅଧିକ ହୋଇଥାନ୍ତା । ଆଶା ଦିଦି ଇତିହାସ ରଚିଲେ । ଗତକାଲି ପ୍ରାଥମିକ ରିପୋର୍ଟ ଆସିଛି ।  କାର୍ଯ୍ୟରେ ଅବହେଳା ପାଇଁ 4 ଅଧିକାରୀ ନିଲମ୍ବିତ ହୋଇଛନ୍ତି । 3 ଜଣ peo ଓ ଜଣେ ଆରଆଇଙ୍କୁ ସସପେଣ୍ଡ୍ କରାଯାଇଛି । ଯେଉଁମାନେ ଖିଲାଫ କରୁଛନ୍ତି କ୍ଷମା ନାହିଁ । ଭଲ କାର୍ଯ୍ୟ ପାଇଁ ପୁରସ୍କୃତ କରାଯିବ । 

ଆଜି ଏରିୟଲ ସର୍ଭେ କରାଯିବ । ଲୋକଙ୍କୁ ଥଇଥାନ କରିବା କାମରେ ଲାଗିବୁ । ଜିଲ୍ଲାପାଳ ଓ 4 ବିଭାଗକୁ ନିର୍ଦେଶ ଦିଆଯାଇଛି ନିଖୁଣ ସର୍ଭେ ପାଇଁ । ଯାହାର କ୍ଷୟ କ୍ଷତି ହୋଇଛି ଯେମିତି ବାଦ ନ ପଡିବେ ସେଥିପ୍ରତି ଅଧିକାରୀ ଧ୍ୟାନ ଦେବେ । କ୍ଷୟ କ୍ଷତି ନ ହୋଇ ଘର ଆଂଶିକ ଓ ସମ୍ପୂର୍ଣ୍ଣ ଭାଙ୍ଗିଛି । 2 ଟି ଟାୱାର ନଷ୍ଟ ହୋଇଛି । ଗୋଟିଏ ଗାଈ ସାପ କାମୁଡାରେ ମରିଛି । ଗୋଟିଏ ଚୋରି ଓ ଅସଦାଚରଣ ର ରିପୋର୍ଟ ଆସିନି । ଚୂଡାନ୍ତ ରିପୋର୍ଟ 7 ଦିନ ଭିତରେ ପଠାଇବୁ । କେନ୍ଦ୍ରରୁ ଟିମ୍ ଆସିବେ ସର୍ଭେ ପାଇଁ ।  22 ଲକ୍ଷ ଲୋକଙ୍କୁ ବିଜୁଳି ସଂଯୋଗ ସରିଲାଣି । ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍ ସଂଯୋଗ ସମ୍ପୂର୍ଣ୍ଣ ହେବ । 7 ଦିନ ପର୍ଯ୍ୟନ୍ତ ରିଲିଫ ସେଣ୍ଟରରେ ଲୋକ ରହିବା ପାଇଁ ବ୍ୟବସ୍ଥା ହୋଇଛି । ପଶୁମାନଙ୍କୁ ଭ୍ୟାକସିନ୍ ପାଇଁ ବ୍ୟବସ୍ଥା ହୋଇଛି । ବନ୍ୟା ପାଇଁ ମୟୂରଭଞ୍ଜ ବୁଢା ବଳଙ୍ଗକୁ ନଜରରେ ରଖିଛୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । 
 
 

CYCLONE
1m ago
ଶିଶୁପୁତ୍ରର ନାଁ 'ବାତ୍ୟା'
ଅର୍ଗସ ବ୍ୟୁରୋ: ଶିଶୁପୁତ୍ରର ନା ବାତ୍ୟା। ବାତ୍ୟା ସମୟରେ ଜନ୍ମ ହୋଇଥିବାରୁ ଦିଆଯାଇଛି ଏପରି ନା। ବାହାରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ବାତ୍ୟା ଲ୍ୟାଣ୍ଡଫଲ
କେଭି ସିଂ ଦେଓ
2m ago
ବାତ୍ୟା ଜନିତ ଫସଲ କ୍ଷୟକ୍ଷତି ନେଇ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ
ଭୁବନେଶ୍ୱର: କୃଷି ଭବନରେ ଉପ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ, ରାଜ୍ୟରେ 79 ହଜାର 671 ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । 1 ଲକ୍ଷ 99 ହଜାର 177 ଏକ
CAULIFLOWER
3m ago
କେତେକ ସ୍ୱାସ୍ଥ୍ୟ ସମସ୍ୟାରେ ଫୁଲକୋବି ଖାଇବା ବିପଜ୍ଜନକ ହୋଇପାରେ, ଜାଣନ୍ତୁ ସେଗୁଡ଼ିକ କଣ..
ଅର୍ଗସ ବ୍ୟୁରୋ: ଆଜିକାଲି ତାଜା ଫୁଲକୋବି ବଜାରରେ ପହଞ୍ଚିବା ଆରମ୍ଭ କରିଛି । ଫୁଲକୋବିରେ ଅନେକ ଭିଟାମିନ୍ ଭରପୂର ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । କୋବିରେ ପୋଷକ ତତ୍ତ୍