କହୁ କହୁ ସତ କହିଦେଲେ ରୋହିତ !
by Argus News
Wed, Apr 17 | 4:38 p.m.

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ ଭୁଲକୁ ନିଜେ କହିଦେଲେ ରୋହିତ ପୂଜାରୀ । ଖାଲି କହିଲେ ତାହା ନୁହେଁ ବରଂ ପରୋକ୍ଷରେ କେନ୍ଦ୍ରକୁ ଦେଲେ କ୍ଲିନଚିଟ । ଯେଉଁ ଦଳର ସମ୍ବଲପୁର ସାଂସଦ ପ୍ରାର୍ଥୀ ଗତ ସପ୍ତାହରେ ଏନଏଚ-୫୫କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ତାଙ୍କ ଦଳର ରେଢାଖୋଲର ବିଧାନସଭା ପ୍ରାର୍ଥୀ ସତ କହି ରାଜ୍ୟ ସରକାରକୁ କାଠଗଡାକୁ ଟାଣିଲେ । ଖାଲି ଟାଣିଛନ୍ତି ତାହା ନୁହେଁ ବରଂ ଜଙ୍ଗଲ ବିଭାଗର ଅନୁମତି ନଥିବାରୁ ରାସ୍ତା ହେଉନଥିବା କଥା ଏବେ ଜଳଜଳ ହୋଇ ଦିଶୁଛି ।

ଗୋଟିଏ ପରେ ଗୋଟିଏ ମିଛ କହିବାରେ ଲାଗିଛନ୍ତି ନବୀନ ସରକାର । କାରଣ ସମ୍ବଲପୁର ରେଢ଼ାଖୋଲ ଗଡଲୋଇସିଂଘ ପଂଚାୟତ ବେଲପାଣି ଗାଁରୁ ଗତ ସପ୍ତାହରେ ସାମ୍ନାକୁ ଆସିଥିଲା ଏକ ଅଭାବନୀୟ ଦୃଶ୍ୟ । ବିଜେଡି ଶାସନର 24 ବର୍ଷ ପରେ ବି ଗାଁକୁ ନାହିଁ ହୋଇପାରିଲା ନାହିଁ । ତେଣୁ ଅସୁସ୍ଥ ମହିଳାଙ୍କୁ ୨ କିଲୋମିଟର ଖଟିଆରେ ବୋହି ନେଇଥିଲେ ଗାଁ ଲୋକେ । ଏହି ଘଟଣା ନେଇ ଉଦବେଗ ପ୍ରକାଶ କରିବା ବିଜେଡି ଶାସନର ୨୪ ବର୍ଷର ରୁପାନ୍ତରୀକରଣ ନାଁରେ ମିଛ ପ୍ରଚାର ଉପରେ ଧର୍ମେନ୍ଦ୍ର ଉଠାଇଥିଲେ ପ୍ରଶ୍ନ । ଆଉ ଏବେ ଏହି ପ୍ରସଙ୍ଗରେ ଦୋଷ ମାନିଛନ୍ତି ବିଜେଡି ବିଧାୟକ ରୋହିତ ପୂଜାରୀ । ତାଙ୍କ କହିବା ଅନୁସାରେ ଏହି ଗାଁକୁ ରାସ୍ତା ପାଇଁ ପାଣ୍ଠି ମଞ୍ଜୁର ହୋଇଛି, କିନ୍ତୁ କାମ ପାଇଁ ମିଳୁନାହିଁ ରାଜ୍ୟ ଜଙ୍ଗଲ ବିଭାଗର ଅନୁମତି ।

ରୋହିତ ପୂଜାରୀଙ୍କ ଏ ବୟାନ ଧରାଇ ଦେଇଛି ବିଜେଡିର ମିଛ । ବିଜେଡି ବିଧାୟକଙ୍କ ଏ ସ୍ବୀକାରୋକ୍ତି କରିଛି ତାଙ୍କ ଦଳର ମିଛ ପ୍ରଚାରର ପର୍ଦ୍ଦାଫାସ୍ । କଟକ-ସମ୍ବଲପୁର 55 ନଂ ଜାତୀୟ ରାଜପଥ କାମ ଶେଷ ହେବାରେ କାହିଁକି ଅହେତୁକ ବିଳମ୍ବ ହେଉଛି ? ଏହା ଉପରୁ ଶନିବାର ପରଦା ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ଅସହଯୋଗ କାରଣରୁ ହିଁ ହଇରାଣ ହେଉଛନ୍ତି କଟକ, ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁର 4ଟି ଜିଲ୍ଲାର ଲୋକେ। ପୁଣି NHରେ ଦୁର୍ଘଟଣା ଓ ଟ୍ରାଫିକ୍ ନିୟନ୍ତ୍ରଣ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ଧର୍ମେନ୍ଦ୍ର । 

ଗୋଟିଏ ପଟେ କେନ୍ଦ୍ରର ଅନୁଦାନ କେମିତି ବଢିବ ସେନେଇ କ୍ରମାଗତ ଚେଷ୍ଟା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ଚେଷ୍ଟା କରୁଛନ୍ତି ତାହା ନୁହେଁ ବରଂ ଅନୁଦାନ ଆଣି ଅନେକ ବିକାଶ ବି କରୁଛନ୍ତି । ହେଲେ ରାଜ୍ୟ ସରକାର ନିଜ ଉପରୁ ଦୋଷ ଖସାଇ ଦେବାକୁ ଯାଇ କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି । ହେଲେ ଏବେ ନିଜ ବିଧାୟକ ହିଁ ବିଜେଡି ସରକାରର ଖୋଲି ଦେଲେ ପୋଲ ।
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ