ନିମନ୍ତ୍ରଣ ମିଳିନି, ଜୋରଜବରଦସ୍ତ ସଭାକୁ ଗଲେ ରୋହିତ ପୂଜାରୀ
by Argus News
Sat, Apr 27 | 5:00 p.m.

ସମ୍ବଲପୁର: ସମ୍ବଲପରୁରେ ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ ବିରୋଧ । ଆଜି  ହୀରାକୁଦ ଟାଉନ ହଲ୍ ରେ ଓଡ଼ିଶା ସରକାର ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ ଏକ ବୈଠକରେ ଚାଲିଥିଲା । ଏହି ବୈଠକରେ ହଠାତ୍ ପହଞ୍ଚିଥିଲେ ରୋହିତ ପୂଜାରୀ । ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ସିଧାସଳଖ ଭାବରେ ବିରୋଧ କରିଥିଲେ । ଆପଣ ଭିତରକୁ ଯାଇ ପାରିବେ ନାହିଁ ବୋଲି ମଧ୍ୟ କହିଥିଲେ । 

ହେଲେ ରୋହିତ ପୂଜାରୀ ଜୋର୍ ଜବରଦସ୍ତ ଭିତରକୁ ଯାଇଥିବା ଦେଖିବାକୁ ମିଳିଥିଲା । ସେପଟେ କିନ୍ତୁ ରୋହିତ କହିଥିଲେ, ମୋତେ ନିମନ୍ତ୍ରଣ ହୋଇଥିଲା ମୁଁ ଆସିଛି, ମୁଁ ଏଠାକୁ ରାଜନୀତି କରିବା ପାଇଁ ଆସିନି । ଆମେ କାହାକୁ ନିମନ୍ତ୍ରଣ କରିନୁ ରୋହିତ ପୂଜାରୀ ନିଜ ଇଚ୍ଛାରେ ବିନା ନିମନ୍ତ୍ରଣରେ ଆସିଥିବା ସଭା ଆୟୋଜନ କର୍ମଚାରୀ କହିଛନ୍ତି । 

PM MODI
15m ago
'ଓଡିଶାରେ ଗୋଟିଏ ନାରା...ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର'
ଅନୁଗୁଳ: ଅନୁଗୁଳରେ ନିର୍ବାଚନୀ ସଭା ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା କଳାର ଧାମ୍ ...ପ୍ରତି ଘରେ କଳା ରହିଛି । ମହିମା ଗୋଷେଇଁ, ଭୀମ ଭୋଇଙ୍କ ସ୍ମୃତିକୁ ମନେପକାଇଲେ ମୋଦ
PM
55m ago
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ
VOTE
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି । ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ