ଏପ୍ରିଲରୁ ଶକ୍ତିଶାଳୀ ହେବାକୁ ଯାଉଛି ଏନଡିଏ 
by Argus News
Thu, Feb 29 | 8:17 a.m.

 ନୂଆଦିଲ୍ଲୀ:  ବଦଳିବ ରାଜ୍ୟସଭା ଗଣିତ । ସଂଖ୍ୟା ଗଣିତରେ ଏପ୍ରିଲରୁ ଶକ୍ତିଶାଳୀ ହେବାକୁ ଯାଉଛି ଏନଡିଏ । ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ସଂଖ୍ୟା ଶହେରୁ କମ୍ ହୋଇଥିବାବେଳେ ଆସନ୍ତା ଏପ୍ରିଲରୁ ଶାସକ ଏନଡିଏ ସାଂସଦଙ୍କ ସଂଖ୍ୟା ଗରିଷ୍ଠତା ସମ୍ଭାବନା ରହିଛି । ରାଜ୍ୟସଭା ସଚିବାଳୟ ତଥ୍ୟ ଅନୁସାରେ ଏବେ ରାଜ୍ୟସଭାରେ 94 ଜଣ ବିଜେପି ସାଂସଦ ଅଛନ୍ତି । ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଆଉ 2 ଆସନ ବଢିବା ସହ ସଂଖୟା 96ରେ ପହଞ୍ଚିଛି ।

ସେପଟେ ବର୍ତ୍ତମାନ ମୋଟ ଏନଡିଏ ରାଜ୍ୟସବା ସାଂସଦଙ୍କ ସଂଖ୍ୟା 113 ରହିଥିବାବେଳେ ନବନିର୍ବାଚିତ ସାଂସଦ ଶପଥ ନେବାପରେ ସଂଖ୍ୟା 123ରେ ପହଞ୍ଚିବ ।  15 ରାଜ୍ୟରେ 56 ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ବିଜେପିକୁ ସର୍ବାଧିକ 30 ସିଟ, କଂଗ୍ରେସକୁ 9, ଏସପିକୁ 2, ଟିଏମସିକୁ 4, ୱାଇଏସଆରସିପିକୁ 3, ଆରଜେଡିକୁ  2, ବିଜେଡିକୁ 2 ସିଟ ମିଳିଛି । ଏହାସହ ଏନସିପି,  ଶିବସେନା, ବିଆରଏସ ଓ ଜେଡିୟୁକୁ ଗୋଟିଏ ଲେଖାଏଁ ଆସନ ମିଳିଛି । ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ସଂଖ୍ୟା 30ରୁ କମ ହୋଇଥିବାବେଳେ ବିରୋଧୀ ମେଣ୍ଟର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା 100ରୁ କମ ରହିଛି।

ଅଧିକ ପଢନ୍ତୁ ଭାରତ ଖବର 

ଆଜିଠାରୁ ଏକମାସ
32m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
54m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
56m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି