ବଦଳିଲା ସମ୍ବଲପୁରର ବିଜେଡି ପ୍ରଚାର ବ୍ୟାନର
by Argus News
Wed, May 08 | 3:15 p.m.

ଅର୍ଗସ ବ୍ୟୁରୋ : ସମ୍ବଲପୁରର ବିଜେଡି ରାଜନୀତିରେ ରୋଚକ ସ୍ଥିତି । ପ୍ରଚାର ବ୍ୟାନରରୁ ହଟିଲା ପାଣ୍ତିଆନଙ୍କ ଫଟୋ । ବିଜେଡିର ପ୍ରଚାର ବ୍ୟାନରରେ ଲୋକ ସଭାପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ପ୍ରାର୍ଥୀ ରୋହିତ ପୁଜାରୀ ସହ ମୁଖ୍ୟମନ୍ତ୍ରୀ ଓ ବିଜୁ ପଟ୍ଟନାୟକଙ୍କ ଫଟୋ ରହିଛି । ପାଣ୍ତିଆନଙ୍କ ଫଟୋ ଗାଏବ ହୋଇଛି ବ୍ୟାନରରୁ । ଯାହାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠିଲାଣି । 

ସମ୍ବଲପୁରର ବିଜେଡି ପ୍ରଚାର ବ୍ୟାନରରୁ ଗାଏବ ପାଣ୍ତିଆନଙ୍କ ଫଟୋ । ବିଜେଡି ପ୍ରଚାର ବ୍ୟାନରରେ ବିଜୁ ପଟ୍ଟନାୟକ , ନବୀନ ପଟ୍ଟନାୟକ ସହ ଲୋକ ସଭା ପ୍ରାର୍ଥୀ ବବି ଦାସ ଓ ବିଧାୟକ ପ୍ରାର୍ଥୀ ରୋହିତ ପୁଝାରୀ ଫଟୋ ରହିଛି । ହେଲେ ସାରା ସହରରେ ଲାଗିଥିବା ବିଜେଡି ବ୍ୟାନରରେ ପାଣ୍ତିଆନଙ୍କ ଫଟୋ ଦେଖିବାକୁ ମିଳୁନାହିଁ । ପୁର୍ବରୁ ସମସ୍ତ ବ୍ୟାନରରେ ପାଣ୍ତିଆନ ଫଟୋ ଲାଗିବା ବାଧ୍ୟତା ମୁଳକ ହେଉଥିଲା । କିନ୍ତୁ ଏବେ ଦେଖନ୍ତୁ ସହର ବିଭିନ୍ନ ଛକ ଓ ରାସ୍ତା କଡର ବିଜେଡି ବ୍ୟାନରକୁ । କେମିତି ସମସ୍ତ ବ୍ୟାନରରୁ ପାଣ୍ତିଆନ ଫଟୋକୁ ହଟାଇ ଦିଆଯାଇଛି । ଯାହାକୁ ନେଇ ସାଧାରଣ ମହଲରେ ଯୋର ଚର୍ଚ୍ଚା ହେଉଛି ।

 

କାହିଁକି ପାଣ୍ତିଆନଙ୍କ ଫଟୋ ସମ୍ବଲପୁର ବିଜେଡିର ପ୍ରଚାର ବ୍ୟାନରରୁ ହଟିଲା ? ସମ୍ବଲପୁର ବିଜେଡିରେ ପାଣ୍ତିଆନଙ୍କ ଫଟୋ ଲାଗିବା ନେଗେଟିଭ ବାର୍ତ୍ତା ଯାଉଥିଲା କି ? ବବିଙ୍କ ପ୍ରଭାବହୀନ ନାମାଙ୍କନ ରାଲି ପରେ ଷ୍ଟ୍ରେଟେଜି ବଦଳାଇଲାକି ଭୟଭୀତରେ ବିଜେଡି । 

ପାଣ୍ତିଆନ ପ୍ରଶାସନିକ ଅଧିକାରୀରୁ ରାଜନୈତିକକୁ ଆସିଛନ୍ତି । ତାଙ୍କୁ ବିଜେଡିର ଏବେ ଚାଣକ୍ୟ ବୋଲି କୁହାଯାଉଛି । ବବି ଏସବୁ ଦେଖି ସହ୍ୟ ନ କରିପାରିବାରୁ ଜାଣି ଶୁଣି ଫଟୋ ହଟାଇ ଦେଇଥିବା ସମୀକ୍ଷକ ମାନେ କହିଛନ୍ତି । ଦେଖିବାକୁ ବାକି ରହିଲା କଣ ପାଇଁ ସମ୍ବଲପୁରର ବିଜେଡ଼ି ବ୍ୟାନରରୁ ହଟିଲା ପାଣ୍ତିଆନ ଫଟୋ । 
 

CAR
now
କାର ଭିତରେ ରଖନ୍ତୁନି ଏହି ଜିନିଷ, ଘଟିପାରେ ବିସ୍ଫୋରଣ
ଅର୍ଗସ ବ୍ୟୁରୋ: ଦିନକୁ ଦିନ ତାତି ବଢ଼ି ବମି ଚାଲିଛି। ଏଭଳି ସ୍ଥିତିରେ ବାହାରକୁ ବାହାରିବା ମୁସ୍କିଲ। ଯଦି ଆପଣ କାରରେ ବି ବାହାରକୁ ଯାଉଛନ୍ତି, ତେବେ ତଥାପି ବି ଆପଣ ସତର୍
NOSE
25m ago
ନାକରୁ ଅତି ଗରମରୁ ରକ୍ତ ବାହାରେ ତେବେ ...
ଅର୍ଗସ ବ୍ୟୁରୋ: ଗରମ ଦିନରେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଆଉ ଅଧିକ ଗରମ ହେଲେ ନାକରୁ ରକ୍ତ ବାହାରି ଥାଏ । ତେବେ ଏହାକୁ କିପରି ରୋକି ପାରିବେ ଆସନ୍ତୁ ଜାଣିବା
ନିହଲପ୍ରସାଦ ନିକଟରେ
31m ago
ନିହଲପ୍ରସାଦ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨ମୃତ
ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ