ବାକି ଥିବା ୭୦ଟି ଆସନ ପାଇଁ ହେବ ଭୋଟିଂ
by Argus News
Thu, Nov 16 | 9:27 p.m.

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଛତିଶଗଡ଼ ବିଧାନସଭା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ବାକି ଥିବା ୭୦ଟି ଆସନ ପାଇଁ ହେବ ଭୋଟିଂ । ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଟିଏସ ସିଂଦେଓଙ୍କ ସହ ୮ ମନ୍ତ୍ରୀ, ୪ ସାଂସଦଙ୍କ ସହ 958 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ତେବେ 22ଟି ଜିଲ୍ଲାର ଏହି 70ଟି ଆସନ ପାଇଁ 827 ଜଣ ପୁରୁଷ, 130 ଜଣ ମହିଳା ଏବଂ ଜଣେ କିନ୍ନର ନିର୍ବାଚନ ରଣାଙ୍ଗନରେ ତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

1 କୋଟି 63 ଲକ୍ଷ 14 ହଜାର 479 ଭୋଟର ଏହି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରିବେ । 70ଟି ନିର୍ବାଚନ ମଣ୍ଡଳୀରେ ମୋଟ 18 ହଜାର 833ଟି ପୁଲିଂ ବୁଥର ବ୍ୟବସ୍ଥା କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ସରିଥିବା କହିଛନ୍ତି ଛତିଶଗଡ଼ ମୁଖ୍ୟ ନିର୍ବାଚନ ଅଧିକାରୀ । 

ନଭେମ୍ବର 7 ତାରିଖରେ ପ୍ରଥମ ପ୍ରର୍ଯ୍ୟାୟ ଭୋଟିଂ ହୋଇଥିଲା ।  ନକ୍ସଲ ପ୍ରଭାବିତ 20ଟି ଆସନ ପାଇଁ ହୋଇଥିଲା ମତଦାନ । ନଭେମ୍ବର 7ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟିଂରେ 78 ପ୍ରତିଶତ ମତସାବ୍ୟସ୍ତ କରିଥିଲେ । ସେପଟେ ମଧ୍ୟପ୍ରଦେଶର 230 ଆସନ ପାଇଁ ଆସନ୍ତାକାଲି ହେବ ଭୋଟିଂ । ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
 

କର୍ଣ୍ଣାଟକରେ
1m ago
କର୍ଣ୍ଣାଟକରେ ବୁଲିବାର ମଜା ନେବା ସହ ଖାଆନ୍ତୁ ଏହି ଖାଦ୍ୟ
ଅର୍ଗସ ବ୍ୟୁରୋ: ଖରାଦିନରେ ଆପଣ ଥଣ୍ଡା ଜାଗା ବୁଲିବାକୁ ଚାହୁଁଛନ୍ତି କି। ଯେଉଁଠାରେ ଆପଣ ୪ରୁ ୫ଦିନ ଆରାମରେ ଛୁଟି କାଟିପାରିବେ। ତାହେଲେ ଏମିତି ଏକ ସ୍ଥାନ ହେଉଛି କର୍ଣ୍ଣାଟକ। ବୁଲିବା ପାଇ
40 FLAMINGOES
22m ago
ମୁମ୍ବାଇର ପଣ୍ଟନାଗର ଅନ୍ତର୍ଗତ ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଛି ଅଘଟଣ
ଅର୍ଗସ ବ୍ୟୁରୋ : ମୁମ୍ବାଇରେ ଘଟିଲା ବଡ଼ ଅଘଟଣ । ଦୁବାଇରୁ ମୁମ୍ବାଇ ଆସୁଥିବା ବିମାନରେ ପିଟି ହୋଇ ଚାଲିଗଲା ୪୦ଟି ରାଜହଂସଙ୍କ ଜୀବନ । ମୁମ୍ବାଇର ଘାଟକୋପର ଠାରୁ ଏମାନଙ୍କ ମୃତଦେହ ମିଳିଛି
MASURA DALI
24m ago
ମସୁର ପେଷ୍ଟ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ
ମସୁରରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ ଯାହା ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ମସୁର ପେଷ୍ଟ ତିଆରି କରି ଏହାକୁ ମୁହଁରେ ଲଗାଇବା ତ୍ୱଚା ପାଇଁ ଅନେକ ଲାଭ ଦେଇଥାଏ । ମସୁର ଡାଲି ଭାରତୀ