ପଦଚାରୀଙ୍କୁ ରାସ୍ତାରେ ଦେଖି ଅଟକିଲା କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି
by Argus News
Tue, Feb 27 | 9:02 a.m.

ଅର୍ଗସ ବ୍ୟୁରୋ: ପଦଚାରୀଙ୍କୁ ରାସ୍ତାରେ ଦେଖି ଅଟକିଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଡି। ତାଳଚେରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ବେଳେ ସୋମବାର ଜାମ୍ବଆଳିଠାରେ ସ୍ଥାନୀୟ ଅଞ୍ଚଳର ଶୁଭମ ସାହୁ ଓ ତାଙ୍କ ସହଯୋଗୀ ଚାଲି ଚାଲି ମା ହିଙ୍ଗୁଳା ଓ ଶ୍ରୀକ୍ଷେତ୍ର ପୁରୀ ଦର୍ଶନ ପାଇଁ ଯାଉଥିବାର ଦେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଟକିଥିଲେ। 

ରଘୁନାଥପୁର ଓ ପାରାଦୀପ ରେଳ ଷ୍ଟେସନର ଶିଳାନ୍ୟାସ କଲେ ମୋଦି

ତାଳଚେରର ମା’ ହିଙ୍ଗୁଳା ମନ୍ଦିରରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଥିବା ଦୁଇ ବନ୍ଧୁଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦେଶ ଦେଇଥିଲେ। ଶୁଭମ ପୂର୍ବରୁ ତାଳଚେରରୁ ଅଯୋଧ୍ୟାକୁ ପଦଯାତ୍ରା କରି ପ୍ରଭୁ ଶ୍ରୀରାମଲାଲାଙ୍କ ଦର୍ଶନ କରିବା ସହ ଆମ ଅଞ୍ଚଳ ପାଇଁ ଗୌରବ ଆଣିଥିଲେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେମାନଙ୍କର ଏହି ଯାତ୍ରା ଯୁବ ସମାଜକୁ ପ୍ରେରିତ କରିବ ବୋଲି କହିବା ସହ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। 


 

ଉଦ୍ଧାର କଲରାପତରିଆ
3m ago
ଉଦ୍ଧାର କଲରାପତରିଆ ବାଘର ଚେତା ଫେରିଲା
ଅର୍ଗସ ବ୍ୟୁରୋ: ବାରିପଦା ଭଞ୍ଜପୁର ବୁଢିଖମାରୀ ଅଞ୍ଚଳକୁ ପସିଆସିଥିବା କଲରାପତରିଆ ବାଘକୁ ନିଶ୍ଚେତକ ଦେଇ କାବୁ କରିଥିଲା ବନବିଭାଗ । ଏହାକୁ ଏକ ପିଞ୍ଜରାରେ ଭର୍ତ୍ତି କରି ରକ୍ଷକ ଗାଡିର
ପ୍ରଧାନମନ୍ତ୍ରୀ ମୋଦି
ପୁଣି ୧୯ ତାରିଖ ସନ୍ଧ୍ୟାରେ ଓଡିଶା ଆସୁଛନ୍ତି ମୋଦି
ଅର୍ଗସ ବ୍ୟୁରୋ : ପୁଣି ୧୯ ତାରିଖ ସଂନ୍ଧ୍ୟାରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯ ତାରିଖରେ ରାତ୍ରିଯାପନ କରି ୨୦ରେ ଯିବେ ପୁରୀ ଜଗନ୍ନାଥ ମନ୍ଦିର । ପୁରୀ ବଡଦାଣ୍ଡର
HEALTH
୪୧ ଔଷଧର ବଦଳିଲା ମୂଲ୍ୟ
ଅର୍ଗସ ବ୍ୟୁରୋ: ମଧୁମେହ, ଶରୀରର ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ ସମସ୍ୟା, ଆଣ୍ଟାସିଡ୍‌, ସଂକ୍ରମଣ, ଏବଂ ଆଲର୍ଜି, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ପରିନ କେତକ ଔଷଧର ମୂଲ୍