ଦେଢ଼ ଟନରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ 
by Argus News
Mon, Mar 18 | 9:15 a.m.

ବୌଦ୍ଧ: ଦେଢ଼ ଟନରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ । ବୌଦ୍ଧ ଥାନା ବିଡ଼ାମାସ୍କା ଜଙ୍ଗଲରେ ଚାଲାଣ ପାଇଁ ଗଛିତ ଥିବା ଗଞ୍ଜେଇକୁ ଚଢ଼ାଉ କରି ଜବତ କଲା ପୋଲିସ । ସୂଚନା ଅନୁଯାୟୀ ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ଡିମିରିଖୋଲ ନିକଟସ୍ଥ ବିଡ଼ାମାସ୍କା ଜଙ୍ଗଲରେ ବ୍ୟାପକ ଗଞ୍ଜେଇ ଅମଳ କରି ବଡ଼ ଧରଣର ଏକ ଡିଲ ପାଇଁ ଏକ ଗାତ ଖୋଳି ପୋତି ରଖା ଯାଇଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଏନେଇ ବୌଦ୍ଧ ଏସିପି ରାଜ୍ ପ୍ରସାଦ  SDPO କୂଳଦୀପ ମିନା ଓ ବୌଦ୍ଧ IIC ରଞ୍ଜିତ ମୁନି ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। 

ଏଥିରେ ୧୫ ଶହ ୬୦ କେଜିର ଗଞ୍ଜେଇ ଜଙ୍ଗଲ ରୁ ଜବତ ହୋଇଥିବା ବେଳେ ଘଟଣା ସ୍ଥଳରୁ ୪ଜଣ ମାଫିଆ ପେରାର ମାରିଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧କୋଟି ଛପନ ଲକ୍ଷ ହେବ । ୨୦୨୪ ମସିହାରେ ବୌଦ୍ଧ ପୋଲିସ ନାରକୋଟିକସ ଡ୍ରାଇଭ କରି ୩୮୦୦କେଜି ଗଞ୍ଜେଇ ଜବତ କରିଥିବା ବେଳେ ୧୭ଜଣ ଗଞ୍ଜେଇ ମାଫିଆ ଙ୍କୁ ଧରିବାରେ ସଫଳ ହୋଇଛି । ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଅଧିକରୁ ଅଧିକ ଅପରେସନ କରି ବୌଦ୍ଧ ରୁ ଗଞ୍ଜେଇ ଚାଷର ମୂଳପୋଛ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସିପି କହିଛନ୍ତି । 

MODI
ବିଜେଡି ସରକାରକୁ ଧୋଇଦେଲେ ମୋଦି
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଶାସନ କରୁଛି କିଏ ? ନବୀନ ବାବୁ ସିଏମ ଅଛନ୍ତି ହେଲେ ସୁପର ସିଏମ ଅନ୍ୟ ଜଣେ । ରାଜ୍ୟର ସରକାର ଏବେ ପୂରା ଆଉଟ ସୋର୍ସିଂ ହୋଇଯାଇଛି । ଫୁଲବାଣୀ, ବଲାଙ୍ଗିର ପରେ କିଛ
CM NAVEEN PATNAIK
ବଲାଙ୍ଗିର ପହଞ୍ଚୁ ପହଞ୍ଚୁ ବର୍ଷିଲେ ମୋଦି, ବିଜେଡି ଯିବାର କାଉଣ୍ଟ ଡାଉନ୍‌ ଆରମ୍ଭ !
ଅର୍ଗସ ବ୍ୟୁରୋ : ଆକ୍ରମଣ ହେଲା ଆହୁରି ଶାଣିତ । ନବୀନଙ୍କ ନାଁନେଇ ପ୍ରଶ୍ନ ଉପରେ ପ୍ରଶ୍ନ କଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନରେ ଥଥମମ ବିଜେଡି ନେତା । ମଂଚରେ ଚଢୁଚଢୁ ସିଧା କହିଲେ, ଏଥ
MODI
ନବୀନଙ୍କୁ ଧୋଇଲେ ମୋଦି : କହିଲେ, ବିନା କାଗଜରେ ୩୦ ଜିଲ୍ଲାର ନାଁ କହିପାରିବେନି
ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ଚାବି ସମ୍ଭାଳିପାରୁନାହାନ୍ତି ସରକାର କଣ ସମ୍ଭାଳିବେ ? ଇଏ ଏମିତି ମୁଖ୍ୟମନ୍ତ୍ରୀ ଯିଏ କି, ବିନା କାଗଜରେ ନିଜ ଜିଲ୍ଲାର ନାଁ କହିପାରୁନାହାନ୍ତି କି ରାଜ୍ୟ