ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟକ୍ ମାର୍କେଟ୍ ଆଜି ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ପ୍ରାରମ୍ଭିକ ପତନ ପରେ ସେନସେକ୍ସ ଏବଂ ନିଫ୍ଟି ସର୍ବକାଳୀନ ରେକର୍ଡ କରିଛି। ସେନ୍ସେକ୍ସ ପ୍ରଥମ ଥର ପାଇଁ ୮୫ହଜାର ପଏଣ୍ଟ ଅତିକ୍ରମ କରିଥିବା ବେଳେ ନିଫ୍ଟି ୨୬ ହଜାର ପଏଣ୍ଟରେ ପହଞ୍ଚିଛି ।
ଆଜି ଉଭୟ ସେନସେକ୍ସ ଏବଂ ନିଫ୍ଟି ପ୍ରଥମରୁ କମ୍ ପଏଣ୍ଟ ସହ ସହିତ କାରବାର ଆରମ୍ଭ କରିଥିଲା । କିନ୍ତୁ, ଚୀନ୍ ଏବଂ ଅନ୍ୟ ଏସୀୟ ବଜାରରୁ ସକରାତ୍ମକ ସଙ୍କେତ ପାଇବା ପରେ ହଠାତ ଏଥିରେ ବୃଦ୍ଧି ଦେଖାଦେଇଥିଲା । ସକାଳ ୧୦ଟା ୦୫ସୁଦ୍ଧା ୮୫ ହଜାର ଛୁଇଁଛି ସେନସେକ୍ସ । ସେହିପରି ନିଫ୍ଟି ବି ୨୬ ହଜାର ମାର୍କ ନିକଟତର ହୋଇଛି ।