ବଡ଼ ଘୋଷଣା : ସେପ୍ଟେମ୍ବରରୁ ରାଜ୍ୟରେ ଲାଗୁହେବ ସୁଭଦ୍ରା ଯୋଜନା
by Argus News
Sat, Jul 27 | 9:57 a.m.

ଅର୍ଗସ ବ୍ୟୁରୋ: ଆସନ୍ତା ସେପ୍ଟେମ୍ବର ୧୭ ରୁ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଯୋଜନା । କ୍ୟାବିନେଟ ନିଷ୍ପତ୍ତି ପରେ ବଜେଟରେ ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଅର୍ଗସକୁ ଦେଇଥିବା ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟାରେ ଏନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏସଓପି ଓ ମଡ୍ୟୁଲ ପ୍ରସ୍ତୁତ ହେବା ବାକି ଅଛି । ସୁଭଦ୍ରା ଯୋଜନା ଦ୍ୱାରା ମହିଳାମାନେ ଉପକୃତ ହେବେ ।

ମହିଳା ଓ ବୁଦ୍ଧିଜୀବୀଙ୍କ ମତାମତ ନେଲା ପରେ ମଡ୍ୟୁଲ ଫାଇନାଲ୍ ହେବ । ଡ୍ରାଗନ ମୁଡରେ ଅଛି ଏସଓପି । ସରକାରଙ୍କ ପକ୍ଷରୁ ସବୁ କିଛି ପ୍ରସ୍ତୁତ ଅଛି । ଅଗଷ୍ଟ ୧୫ ସୁଦ୍ଧା ମଡ୍ୟୁଲ ଫାଇନାଲ୍ ହେବ । ସୁଭଦ୍ରା ଯୋଜନାକୁ ନେଇ ଭ୍ରମିତ ହୁଅନ୍ତୁ ନାହିଁ । ସମୟ ଆସିଲେ ସରକାର ବିଭିନ୍ନ ମାଧ୍ୟମରେ ବିଜ୍ଞାପନ ବାହାର କରିବେ। ଯୋଜନାରେ କିପରି ଅଧିକରୁ ଅଧିକ ମହିଳା ଉପକୃତ ହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ। ସୁଭଦ୍ରା ଯୋଜନାରେ କୌଣସି ଗୁଜବ ଉପରେ ବିଶ୍ଵାସ କରନ୍ତୁ ନାହିଁ।
 

OSSSC
13m ago
OSSSC ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିର
ଦିନ ବେଳର
13m ago
ଦିନ ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍
ହବିଷ୍ୟାଳି
15m ago
ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବେ ୧୪୦ ହବିଶ୍ୟାଳି। ତେବେ ଆଜି ସୁଦ୍ଧା ସମସ୍ତ ତାଲିକ