ଉତ୍ତରକାଶୀରୁ ଆସିଲା ଖୁସି ଖବର, ପରିବାର ସହ କଥା ହେଲେ ଟନେଲରେ ଫସିଥିବା ଓଡ଼ିଆ ଶ୍ରମିକ
by Argus News
Fri, Nov 17 | 7:11 p.m.

ଅର୍ଗସ ବ୍ୟୁରୋ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡ଼ିଥିବା ଟନେଲ୍ ଭିତରେ ଫସି ରହିଛନ୍ତି ୪୦ ଜଣ ଶ୍ରମିକ । ୬ ଦିନ ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ । ରେସକ୍ୟୁ ଅପରେସନରେ ଲାଗିଛନ୍ତି ଉତ୍ତରାଖଣ୍ଡ ପୋଲିସ ସହ ଏନଡିଆରଏଫ୍,ଏସଡିଆରଏଫ୍, ଆଇଟିବିପି । ସେନା ମଧ୍ୟ ଅଭିଯାନରେ ସାମିଲ ହୋଇଛି । ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକଙ୍କ ଭିତରେ ଅଛନ୍ତି ୫ ଜଣ ଓଡ଼ିଆ । ଏମାନଙ୍କ ଅବସ୍ଥାକୁ ନେଇ ଚିନ୍ତାରେ ପରିବାର, ଫେରିବା ବାଟକୁ ଚାହିଁ ରହିଛନ୍ତି ପରିଜନ । 

ଅଧିକ ପଢନ୍ତୁ : ଆସିଲା ମେସେଜ୍, ଟନେଲରେ ଭଲ ଅଛନ୍ତି ଓଡ଼ିଆ

ତେବେ ଆଶଙ୍କାରେ ଥିବା ପରିବାର ପାଖରେ ପହଞ୍ଚିଛି ଆଶ୍ବସ୍ତିର ସ୍ବର । ଟନେଲରେ ଫସିଥିବା ମୟୂରଭଞ୍ଜ ବାଙ୍ଗିରିପୋଷି ବ୍ଲକ ବେଢାକୁଦର ଗାଁର ଧିରେନ ଓ ବିଶ୍ବେଶ୍ବର ନିଜ ପରିବାର ସହ କଥା ହୋଇଛନ୍ତି । ଉଦ୍ଧାରକାରୀ ଦଳ ସେମାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦେଉଛନ୍ତି । ଭିତରେ ସେମାନଙ୍କ ସ୍ଥିତି ଭଲ ଅଛି । ଶୀଘ୍ର ଘରକୁ ଆସିବେ ବୋଲି କହିଛନ୍ତି । 

ଦୁର୍ଘଟଣା ସ୍ଥଳରେ ଓଡ଼ିଆ ସରକାରଙ୍କ ଦୁଇ ଜଣ ଅଧିକାରୀ ମଧ୍ୟ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ ଥିବା ଶ୍ରମ ଅଧିକାରୀ ମଧ୍ୟ ଫସିଥିବା ଓଡିଆ ଶ୍ରମିକଙ୍କ ସହ କଥା ହୋଇଛନ୍ତି । ଭୁଶୁଡ଼ିଥିବା ସୁଡ଼ଙ୍ଗ ଭିତରୁ ପାଇପ୍ ମାଧ୍ୟମରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଆମେରିକୀୟ ଅଗର ମେସିନ ସାହାଯ୍ୟରେ ଟନେଲ୍ ଭିତରେ ଡ୍ରିଲ୍ କରି ୬ ମିଟର ଲମ୍ବା ଓ ୩ ଫୁଟ ଚଉଡ଼ାର ପାଇପ୍ ଭର୍ତ୍ତି କରାଯିବାକୁ ଉଦ୍ୟମ କରାଯାଉଛି । ଏଯାଏଁ 24 ମିଟର ଯାଏଁ ଡ୍ରିଲ୍ କରାଯାଇ 4ଟି ପାଇପ୍ ଭର୍ତ୍ତି କରାସରିଲାଣି । 

ଏହିପରି ଶ୍ରମିକମାନେ ଫସିଥିବା ସ୍ଥାନରେ ପହଞ୍ଚିବାକୁ ପ୍ରାୟ 10ରୁ 12ଟି ପାଇପ୍ ଲାଗିପାରେ । ଇନ୍ଦୋରରୁ ଅଧିକ ସଂଖ୍ୟାରେ ମେସିନ୍ ମଗାଯାଉଛି । ଉଦ୍ଧାର ପ୍ରକ୍ରିୟାରେ ସାମିଲ ହୋଇପାରନ୍ତି ଥାଇଲାଣ୍ଡ ଓ ନରଓ୍ବେ ଟିମ୍ । ପୁରା ଅଭିଯାନ ସମ୍ପୂର୍ଣ୍ଣ ହେବାରେ ଆହୁରି ୨ରୁ ୩ ଦିନ ଲାଗିବ । ଏହି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯାନର ଅଗ୍ରଗତି ସମ୍ପର୍କରେ ଲଗାତାର ଅପଡେଟ୍ ନେଉଛନ୍ତି । 
 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍