ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି
by Argus News
Tue, Oct 29 | 7:16 p.m.

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି। ବୟସ୍କ ଏବେ ପରିବାରର ଚିନ୍ତା ନୁହେଁ, ଦାୟିତ୍ବ ନେଲେ ମୋଦି। ଆୟୁଷ୍ମାନ ଭାରତ ଯୋଜନାରେ 70 ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ଗ୍ୟାରେଣ୍ଟି। ମିଳିବ ବର୍ଷକୁ 5 ଲକ୍ଷ ଟଙ୍କାର ଚିକିତ୍ସା ସହାୟତା। ଓଡ଼ିଶାରେ ଖୁବଶୀଘ୍ର ଲାଗୁହେବ ଆୟୁଷ୍ମାନ ଯୋଜନା।   ଏହି ଘୋଷଣା କରି 70 ବର୍ଷରୁ ଅଧିକ ଦେଶର ସବୁ ବୟସ୍କ ଓ ସେମାନଙ୍କ ପରିବାରକୁ ବଡ଼ ଆଶ୍ବସ୍ତି ଦେବା ସହ ସ୍ବାସ୍ଥ୍ୟଚିନ୍ତାରୁ ମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ବୟସ୍କଙ୍କୁ ମିଳିବ ଆୟୁଷ୍ମାନ ଭୟ ବନ୍ଦନା କାର୍ଡ। ଯେଉଁଥିରେ ମିଳିବ ବର୍ଷକୁ 5 ଲକ୍ଷ ଟଙ୍କାର ଚିକିତ୍ସା ସହାୟତା।  ଆୟୁଷ୍ମାନ ଯୋଜନାରେ ସାମିଲ ହେଉନଥିବାରୁ ଦିଲ୍ଲୀ ଓ ପଶ୍ଚିମବଂଗ ସରକାରଙ୍କୁ ସମାଲୋଚନା କରିବା ସହ ସେଠାକାର ବୟସ୍କଙ୍କ ସେବା କରିବାରୁ ବଞ୍ଚିତ ହେଉଥିବାରୁ ଭାବୁକ ହୋଇଛନ୍ତି ପ୍ରଧାନମନ୍ତ୍ରୀ।  
 

ପ୍ରଧାନମନ୍ତ୍ରୀ କହିଛନ୍ତି, ଗରିବଙ୍କ ପାଇଁ ସ୍ବାସ୍ଥ୍ୟସେବା ଏକ ବଡ଼ ସମସ୍ୟା । ଏ ଦିଗରେ ବଡ଼ ଯୋଗଦାନ କରୁଛି ଆୟୁଷ୍ମାନ ଭାରତ ଯୋଜନା। ଏବେ ସୁଦ୍ଧା ଚାରି କୋଟି ଲୋକ  ଆୟୁଷ୍ମାନ ଯୋଜନାର ଲାଭବାନ ହୋଇସାରିଲେଣି। ଦିନକୁ ଦିନ ଅଧିକ ଲୋକ ଉପକୃତ ହେଉଛନ୍ତି।  ଏଥିସହ ଓଡ଼ିଶାରେ ବି ହୋଇଛି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ। ଏଥିସହ ରାଜ୍ୟରେ ଜାରି ରହିବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଉଭୟ ଯୋଜନାରେ ଲାଭବାନ ହେବେ ଓଡ଼ିଶାର ଏକ କୋଟିରୁ ଅଧିକ ପରିବାର। କେନ୍ଦ୍ର ସରକାରଙ୍କ ସହ ଅନୁବନ୍ଧିତ ଦେଶର ୨୭ ହଜାର ହସ୍ପିଟାଲରେ ଓଡିଆ ଲୋକଙ୍କୁ ବି ମିଳିବ ମାଗଣା ଚିକିତ୍ସା ସୁବିଧା। ସବୁଠାରୁ ବେଶୀ ଉପକୃତ ହେବେ ରାଜ୍ୟ ବାହାରେ ଦାଦନ ଖଟୁଥିବା ଓଡ଼ିଆ ଶ୍ରମିକ। 

ଦିଲ୍ଲୀ ଓ ପଶ୍ଚିମବଙ୍ଗ ସରକାରଙ୍କ ଭଳି ମୋଦିଙ୍କୁ ଶ୍ରେୟ ଯିବ ବୋଲି ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରୁଥିଲେ ବିଜେଡି ସରକାର। କେନ୍ଦ୍ର ସରକାରଙ୍କର ଜାତୀୟ ସ୍ବାସ୍ଥ୍ୟ ମିଶନ ସମେତ ସବୁ ଯୋଜନାକୁ ମିଶାଇ ନାଁ ଦେଇଥିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ସଂଖ୍ୟାର ମିଛ ଗଣିତରେ ରାଜ୍ୟବାସୀଙ୍କୁ ଭ୍ରମିତ କରୁଥିଲା ବିଜେଡି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନ ଥିଲେ ବି ସାଢେ 3 କୋଟି ଲୋକଙ୍କ ମଧ୍ୟରୁ ଅଳ୍ପ କିଛି ଜଟିଳ ରୋଗୀଙ୍କୁ ଛାଡି ସିଂହ ଭାଗ ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳି ପାରିଥାନ୍ତା ।  ବିଜୁ ସ୍ବାସ୍ଥ୍ୟ କଲ୍ୟାଣକୁ ଭଲ କହି ଆୟୁଷ୍ମାନକୁ ଗ୍ରହଣ ନ କରିବା ଦ୍ବାରା ଚିକିତ୍ସାରୁ ବଞ୍ଚିତ ହେଉଥିଲେ ରାଜ୍ୟ ବାହାରେ ରହୁଥିବା ଓଡ଼ିଆ। ଏବେ ଆୟୁଷ୍ମାନ ଲାଗୁ ହେବା ପରେ ଖୋଲୁଛି ବିଜେଡିର ଅସଲ ମୁଖା।।  

କ୍ରିକେଟ
କ୍ରିକେଟ ରୁଲ୍ସକୁ ନେଇ ଧୋନୀଙ୍କୁ ଏମିତି କହିଦେଲେ ପତ୍ନୀ ସାକ୍ଷୀ?
ଅର୍ଗସ ବ୍ୟୁରୋ: କ୍ରିକେଟର କିଙ୍ଗ ମହେନ୍ଦ୍ର ସିଂ ଧୋନୀ। ସେ ପଡ଼ିଆ ଭିତରେ ହେଉ ଅବା ବାହାରେ। ସବୁଠି ଥାଲାଙ୍କୁ ନେଇ ଚର୍ଚ୍ଚା। ସେଇଥିପାଇଁ ତ ସେ କ୍ୟାପଟେନ କୁଲ। ଯେତେ ଚର୍ଚ୍ଚା ହେଲେ ବି ସ
‘ଭୁଲ୍‌ ଭୁଲୈୟା
‘ଭୁଲ୍‌ ଭୁଲୈୟା ୩’ ଫିଲ୍ମର ମୁଖ୍ୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଫି’ ବଢ଼ାଇଛନ୍ତି
ଅର୍ଗସ ବ୍ୟୁରୋ: ବିଭିନ୍ନ ରିପୋର୍ଟ ଅନୁଯାୟୀ, ‘ଭୁଲ୍‌ ଭୁଲୈୟା ୩’ ଫିଲ୍ମର ମୁଖ୍ୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ୪୫ରୁ ୫୦କୋଟି ଟଙ୍କ
ସନ୍ତ
ଅଭିନବର ଆଧ୍ୟାତ୍ମିକତା ନା ଅଭିନୟ?
ଅର୍ଗସ ବ୍ୟୁରୋ: ବାଲ ସନ୍ତ ବା କୁନି ସନ୍ଥ ନାମରେ ଜଣାସୁଣା ଅଭିନବ ଅରୋଡ଼ା ଆଜିକାଲି ସୋସିଆଲ ମିଡ଼ିଆରେ ବେଶ ର୍ଚଚାର ବିଷୟ ସାଉଟିଛନ୍ତି। ନିକଟରେ ଏକ ଧାର୍ମିକ କାଯ୍ୟର୍କମ ସମୟରେ ସ୍ବାମ