ଜାହାଜମାନଙ୍କର ମୃତ୍ୟୁ ପରେ ଦିଆଯାଉଛି କବର
by Argus News
Sun, Nov 05 | 1:45 p.m.

ଅର୍ଗସ ବ୍ୟରୋ : ଜୀବନର ଏକ ବଡ ସତ୍ୟ ହେଉଛି  ଯିଏବି ଏ ଦୁନିଆରେ ଜନ୍ମ ନେଇଛି  ତାର ମୃତ୍ୟୁ ସୁନିଶ୍ଚିତ । ସେ ମଣିଷ ହୁଅନ୍ତୁ କି ଜୀବଜନ୍ତୁ ହୁଅନ୍ତୁ ଅବା ଉଦ୍ଭିଦ। ମଣିଷର ମୃତ୍ୟୁ ପରେ ତା ପରିବାର ଲୋକେ ତାଙ୍କୁ ଶ୍ମଶାନରେ ପୋଡିଦେଇଥା’ନ୍ତି କିମ୍ବା କବରରେ ପୋତି ଦେଇଥା’ନ୍ତି । ସେହିପରି ଇଂଲଣ୍ଡରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଜାହାଜମାନଙ୍କର ମୃତ୍ୟୁ ପରେ କବର ଦିଆଯାଏ । ଏହି କାରଣରୁ ଏହି ସ୍ଥାନକୁ ‘ଜାହାଜର କବରସ୍ଥାନ’ ମଧ୍ୟ କୁହାଯାଏ ।


 ଇଂଲଣ୍ଡର ଗ୍ଲୋସେଷ୍ଟରସାୟରର ସବର୍ନ ନଦୀ ନିକଟରେ ପର୍ଟନ ହଲ୍କସ ଅଛି । ଯାହା ଜାହାଜର କବରସ୍ଥାନ ଭାବରେ ବେଶ୍ ପରିଚିତ ।  ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ସ୍ଥାନରେ ଥିବା ସମସ୍ତ ଜାହାଜ ଏବେ ପଥରରେ ପରିଣତ ହୋଇଯାଇଛନ୍ତି । ପ୍ରାୟ ୨୦୦ ବର୍ଷ ପୂର୍ବେ, ସବର୍ନ ନଦୀର ଏକ ଭାଗକୁ ପାର କରିବା ପାଇଁ ଗ୍ଲୋସେଷ୍ଟରସାୟର ଓ ଶାର୍ପନିସ ନାମକ ଦୁଇଟି ଅଞ୍ଚଳ ମଧ୍ୟରେ ଏକ କେନାଲ ଖୋଳା ଯାଇଥିଲା । ୧୮୨୭ ମସିହାରେ ଖୋଳା ଯାଇଥିବା ଏହି କେନାଲର ମୋଟେଇ ପ୍ରାୟ ୨୬ ମିଟର , ଗଭୀର ପ୍ରାୟ ୫.୫ ମିଟର ଥିଲା। ଏଥିରେ ପ୍ରାୟ ୬୦୦ ଟନ ଓଜନର ଜାହାଜ ରହିପାରୁଥିଲା । ୧୯୦୯ମସିହାରେ, ନଦୀର ସେହି କୂଳ ସମ୍ପୂର୍ଣ୍ଣ ଧୋଇ ହୋଇଗଲା । ଏହି ସମସ୍ୟାର ସମାଧାନ ପାଇଁ କେନାଲ ନିର୍ମାଣକାରୀ କମ୍ପାନୀର ମୁଖ୍ୟ ଇଞ୍ଜିନିୟର ଏକ ଯୋଜନା ପ୍ରସ୍ତୁତ କରିଥିଲେ । ପୁରୁଣା ଜାହାଜଗୁଡ଼ିକୁ ନଦୀ କୂଳରେ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ। ଯାହାଦ୍ୱାରା କେନାଲ ଏବଂ ନଦୀ ମଧ୍ୟରେ ଥିବା ଛୋଟ ଜମିକୁ ବନ୍ୟା ପରିସ୍ଥିତିରୁ ରକ୍ଷା କରାଯାଇପାରିବ । 


ପରେ ସାର୍ପନେସ ଡାକ୍‌ରୁ ଡର୍ଜନେ ପୁରୁଣା ଜାହାଜକୁ ଅଣାଗଲା ଏବଂ ଜାହାଜଗୁଡିକରେ ଛିଦ୍ର ତିଆରି କରାଯାଇଥିଲା ଯାହା ଦ୍ୱାରା ବନ୍ୟା ଜଳରେ ଆସୁଥିବା ମାଟି ଜାହାଜରେ ଜମା ହୋଇଯିବ ଏବଂ  ଜାହାଜଗୁଡ଼ିକ ଭାରୀ ହୋଇଯିବ। ଫଳରେ ସେଗୁଡ଼ିକ ଜଳପ୍ରବାହକୁ ରୋକିବା ସହ ଭାସିଯିବେ ନାହିଁ । ଧୀରେ ଧୀରେ ଜାହାଜଗୁଡିକରେ ମାଟି ଜମି କଠିନ ହୋଇଗଲା । ଏବେ ବି ସେହି ଜାହାଜଗୁଡ଼ିକ ଦୀର୍ଘ ବର୍ଷ ଧରି ସେହି ସ୍ଥାନରେ ପଡ଼ି ରହିଛି । ସବର୍ନ ନଦୀ କୂଳରେ ବର୍ତ୍ତମାନ ପ୍ରାୟ ୮୦ଟି ଜାହାଜ ମୃତପ୍ରାୟ ଅବସ୍ଥାରେ ରହିଛି ।

ଅଧିକ ପଢନ୍ତୁ ପର୍ଯଟନ ଖବର...
 

PM
ମୁଁ ଏହି କୁନି ପିଲା ଦୁଇଜଣଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛି : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ । ସବୁବେଳେ ଚର୍ଚ୍ଚା ରହି ଆସିଛନ୍ତି ଆମ ପ୍ରଧାନମନ୍ତ୍ରୀ । ଆମେ ଆଜି କୋହୁଛି କୁନି ପ୍ରଧାନମନ୍ତ୍ରୀଙ୍କ କଥା । ଆଉ ଏହି କୁନ
MODI
ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ମୋଦିଙ୍କ ମାରାଥନ ପ୍ରଚାର
ଅର୍ଗସ ବ୍ୟୁରୋ : ଉତ୍ତର ପ୍ରଦେଶର ମୋଦିଙ୍କ ମାରାଥନ ପ୍ରଚାର । ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
AMIT SHAH
'ଓଡ଼ିଶାରେ ଚାଲିଛି ଠେଲା ସରକାର '
ଅର୍ଗସ ବ୍ୟୁରୋ : ଓଡ଼ିଶା ଆସିଲେ, ନବୀନଙ୍କ ଉପରେ ବର୍ଷିଲେ । କେନ୍ଦ୍ରୀୟ ଯୋଜନାର ହିସାବ ଦେଲେ, ରାଜ୍ୟର ପାରିବାପଣିଆ ଦେଖାଇଦେଲେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପର