ଟିମ ଇଣ୍ଡିଆକୁ ଧକ୍କା : ଦ୍ବିତୀୟ ଟେଷ୍ଟରୁ ରବୀନ୍ଦ୍ର ଜାଡେଜା, କେଏଲ ରାହୁଲ ବାହାର
by Argus News
Tue, Jan 30 | 1:30 p.m.

ଅର୍ଗସ ବ୍ୟୁରୋ: ପ୍ରଥମ ଟେଷ୍ଟରେ ହାରିଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ବିଶାଖାପାଟଣାରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟରୁ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କେଏଲ୍ ରାହୁଲ ବାଦ ପଡ଼ିଛନ୍ତି। ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।
ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଫେବ୍ରୁଆରି ୨ତାରିଖରୁ ବିଶାଖାପାଟଣାରେ ଖେଳାଯିବ।

ଏହି ମ୍ୟାଚରୁ ଜାଡେଜା ଓ ରାହୁଲ ବାଦ ପଡ଼ିବା ଦ୍ବାରା ଟିମ ଇଣ୍ଡିଆ ଦୁର୍ବଳ ହେବ । ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଜାଡେଜା ହେମଷ୍ଟ୍ରିଙ୍ଗରେ ଆଘାତ ପାଇଥିବା ବେଳେ କେଏଲ ରାହୁଲ ଡାହାଣ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେବେ ଉଭୟ ଖେଳାଳିଙ୍କ ଉପରେ ବିସିସିଆଇ ଡାକ୍ତରୀ ଟିମ ନଜର ରଖିଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ଭାରତୀୟ କ୍ରିକେଟ୍ ଦଳର ଚୟନ କମିଟି ଦ୍ୱିତୀୟ ଟେଷ୍ଟ ପାଇଁ ସର୍ଫରାଜ ଖାନ୍, ସୌରଭ କୁମାର ଏବଂ ୱାଶିଂଟନ୍ ସୁନ୍ଦରଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରିଛି। ତେବେ ଆଭେଶ ଖାନ ତାଙ୍କ ରଣଜୀ ଦଳ ମଧ୍ୟପ୍ରଦେଶରେ ରହିବେ ଏବଂ ଆବଶ୍ୟକ ପଡ଼ିଲେ ହିଁ ଟିମ୍ ଇଣ୍ଡିଆରେ ଯୋଗ ଦେବେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

RAHUL
ବଲାଙ୍ଗିର ଜନସଭାରେ ଯୋଗ ଦେବେ ରାହୁଲ
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କର
NAVEEN PATNAIK
ନବୀନଙ୍କୁ ଫଶାଇଦେଲା ଭାରତ ରତ୍ନ ପ୍ରସଙ୍ଗ !
ଅର୍ଗସ ବ୍ୟୁରୋ : ସ୍ଵାର୍ଥପରର ସୀମାପାର କଲେଣି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅନେକ ଅବଦାନ ଅଛି ଆମେ ଜମାରୁ ଅସ୍ଵୀକାର କରୁନୁ । ହେଲେ ରାଜ୍ୟରେ ଶହଶହ ବରପୁତ୍ର ଅଛନ୍ତି
PURI
ରତ୍ନଭଣ୍ଡାର ଚାବି ହଜାଇଛି କିଏ ?
ଅର୍ଗସ ବ୍ୟୁରୋ: ନବୀନ ବାବୁ କହିଲେ ଓଡ଼ିଆଙ୍କ ପାଇଁ ଚିନ୍ତା କରନ୍ତିନି ମୋଦି । ହେଲେ ପ୍ରକୃତରେ ଓଡ଼ିଆଙ୍କ ଲାଗି ଚିନ୍ତା କରନ୍ତି କିଏ ? ସେନେଇ ଗୋଟି ଗୋଟି ଗୁମର ଖୋଲିଦେଲେ ଧର୍ମେନ୍ଦ୍ର