ଶ୍ରେୟା ଘୋଷାଲଙ୍କୁ ପସନ୍ଦ ଟ୍ରୁ-କଲର, ଜାଣନ୍ତୁ କାରଣ...
by Argus News
Thu, Jul 04 | 5:00 p.m.

ଅର୍ଗସ ବ୍ୟୁରୋ : ଶ୍ରେୟା ଘୋଷାଲ । ଚର୍ଚ୍ଚିତ ବଲିଉଡ ସିଙ୍ଗର । ନିଜ ମିଠା ଅନ୍ଦାଜରେ ସେ ଶତ୍ରୁକୁ ବି ମିତ୍ର ବନେଇପାରନ୍ତି । କେବଳ ରାଜ୍ୟ କି ଦେଶ ନୁହେଁ ବିଦେଶରେ ମଧ୍ୟ ସେ ନିଜ ସୁରିଲା ସ୍ବରକୁ ନେଇ ବେଶ ପରିଚିତ । କୁହାଯାଏ, ବଲିଉଡର ସିଙ୍ଗର ମାନଙ୍କ ମଧ୍ୟରେ ସବୁଠୁ ଅଧିକ ଦରମା ପାଉଥିବା ଗୀତିକାର ଶ୍ରେୟା ଘୋଷାଲ । ହେଲେ ତାଙ୍କ ପରିବାରରେ ଆଉଜଣେ ମଧ୍ୟ ଏପରି ନାମୀଦାମୀ ବ୍ୟକ୍ତିତ୍ବ ଅଛନ୍ତି, ଯାହାଙ୍କୁ ଖୁବ କମ ଲୋକ ଜାଣିଛନ୍ତି । ସେ ହେଉଛନ୍ତି ଶ୍ରେୟାଙ୍କ ସ୍ବାମୀ ଶିଲାଦିତ୍ୟ ମୁଖୋପାଧ୍ୟାୟ ।

ଶିଲାଦିତ୍ୟ ୧୪୦୬ କୋଟିର କମ୍ପାନୀ ଟ୍ରୁକଲର ର ଗ୍ଲୋବାଲ ହେଡ ଅଟନ୍ତି।  ଟ୍ରୁ କଲର ସାଧଆରଣତଃ ସ୍ପାମ କଲ ଏବଂ ଫେକ କଲକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ । ଶିଲାଦିତ୍ୟ ଏପ୍ରିଲ ୨୦୨୨ରୁ ଟ୍ରୁ କଲର ଫର ବିଜନେସର ଗ୍ଲୋବାଲ ହେଡ ଭାବେ କାମ କରି ଆସୁଛନ୍ତି । ସେ ବର୍ତ୍ତମାନ ମୋବାଇଲ ଆପ୍ଲିକେସନ, ସଫ୍ଟୱେଆର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟରେ ଏହି କମ୍ପାନୀକୁ ଆହୁରି ଉନ୍ନତି କରିବା ପାଇଁ କା କରୁଛନ୍ତି । 

ଟ୍ରୁକଲର ଆପ ୨୦୦୯ରୁ ଲଞ୍ଚ କରାଯାଇଛି । ଯେଉଁଥିରେ ପ୍ରତି ମାସରେ ଏଥିରେ ୩୭୪ରୁ ଅଧିକ ଆକ୍ଟିଭ ମେମ୍ବର ରହିଥାନ୍ତି । ଏବଂ ଏହାର ବାର୍ଷିକ ଆୟ ୧୪୦୬ କୋଟି । ତେବେ ଏହା ପୂର୍ବରୁ ଶିଲାଦିତ୍ୟ କାର୍ଲିଫର୍ଣ୍ଣିଆର ସାସ୍ କମ୍ପାନୀ କ୍ଲେଭର ଟ୍ୟାପରେ ସିନିୟର ପୋଜିସନରେ ରହିଥିଲେ । ତେବେ ଯଦି ତାଙ୍କ ପାଠପଢା କ୍ୟାରିଅର ଦେଖାଯାଏ ତେବେ ଶିଲାଦିତ୍ୟ ମୁମ୍ବାଇ ୟୁନିଭର୍ସିଟିରେ ଇଲେକ୍ଟ୍ରୋନିକ୍ସରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିଲେ । 
ଶ୍ରେୟାଙ୍କ ସହ ଶିଲାଦିତ୍ୟଙ୍କର ୯ ବର୍ଷର ସମ୍ପର୍କ ଅଟେ ।  ଉଭୟ ସ୍କୁଲ ବେଳର ସାଙ୍ଗ ଥିଲେ । ୨୦୧୫ ମସିହା ଉଭୟ ପରସ୍ପରକୁ ବିବାହ କରିଥିଲେ । ଏବଂ ୨୦୨୨ରେ ଦୁହେଁ ଏକ ପୁତ୍ରସନ୍ତାନର ପିତାମାତା ହେବାର ସୁଯୋଗ ପାଇଥିଲେ । ପରସ୍ପର ପର୍ସପରୁ ନିଜର ବ୍ୟକ୍ତିଗତ ଜୀବନରେ ଖୁବ ଲକି ମାନୁଥିବା ଶେୟାର କରିଛନ୍ତି ।

 

ଭବିଷ୍ୟବାଣୀ
ଡରାଇଲାଣି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ...
ନୂଆଦିଲ୍ଲୀ: ପୁଣି ସାମ୍ନାକୁ ଆସିଲା ବାବା ଭେଙ୍ଗାଙ୍କ ସାଙ୍ଘାତିକ ଭବିଷ୍ୟବାଣୀ । ଏ ଭବିଷ୍ୟବାଣୀ ଶୁଣିଲା ପରେ ପୁରା ବିଶ୍ଵରେ ହଇଚଇ ସୃଷ୍ଟି ହେଲାଣି । କାରଣ ବାବା କହିଛନ୍ତି
ଜନସମୁଦ୍ର
ଜଗା ପାଇଁ ଜନସମୁଦ୍ର...
ପୁରୀ : ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଜନସମୁଦ୍ର ହୋଇ ଉଠିଛି ବଡଦାଣ୍ଡ। ଛୁଟିଛି ଭକ୍ତଙ୍କ ସୁଅ। ଜଗାର ରଥଯାତ୍ରା ଦେଖିବା ପାଇଁ ଦୂରଦୂରାନ୍ତରୁ ଆଗମ
ରଥ
ତୁଳସୀ କାଠ ଓ ଫାଇବରରେ ନିର୍ମିତ ଗୋଟିଏ ଇଞ୍ଚ୍ ର ରଥ
ଭଦ୍ରକ: ତୁଳସୀ କାଠ ଓ ଫାଇବର ଗୋଟିଏ ଇଞ୍ଚ୍ ର ରଥ। ଏହି ରଥକୁ ନିର୍ମାଣ କରିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଜଣାଶୁଣା ଶିଳ୍ପୀ ଗୋପାଲ ସାମଲ। ତିନୋଟି ରଥ ନିର୍ମାଣ