ରାତିରେ ଠିକ୍‌ରେ ନିଦ ହେଉନି କି ? ସାବଧାନ ରୁହନ୍ତୁ, ନହେଲେ........
by Argus News
Fri, Mar 15 | 1:34 p.m.

ଅର୍ଗସ ବ୍ୟୁରୋ:  କୁହାଯାଏ ପାହାଁନ୍ତିଆ ସ୍ଵପ୍ନ ସତ ହୁଏ କିନ୍ତୁ ସେଥିପାଇଁ ରାତିରେ ଶୋଇବା ଜରୁରୀ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ରାତିରେ ଆଦୌ ନିଦ ହିଁ ହୁଏନାହିଁ । ସ୍ଵପ୍ନ ଦେଖିବା ତ ଦୂର କଥା ସେମାନେ ଠିକରେ ଶୋଇବି ପାରନ୍ତି ନାହିଁ । ବର୍ତ୍ତମାନ ବିଶ୍ଵରେ ୪୦ ପ୍ରତିଶତ ଲୋକ ନିଦ୍ରାଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି । ଛୋଟ ଛୁଆଙ୍କଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଏହି ସମସ୍ୟା । କୁହାଯାଉଛି କି, କରୋନା ପରେ ଏହି ରୋଗ ଅଧିକ ବ୍ୟାପିବାରେ ଲାଗିଛି ।
ଶୋଇବା ସ୍ଵାସ୍ଥ୍ୟ ପାଇଁ କେତେ ଜରୁରୀ ଆମେ ସମସ୍ତେ ଜାଣିଛେ । ପ୍ରତିଦିନ ୭ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ । କିନ୍ତୁ ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ନିଜ ସ୍ଵାସ୍ଥ୍ୟ ପ୍ରତି ବହୁତ ଅବହେଳା କରୁଛନ୍ତି । ଆଉ ପରିଣାମରେ ବହୁ ମାନସିକ ଦୁଶ୍ଚିନ୍ତା ଏବଂ ରୋଗର ଶିକାର ହେଉଛନ୍ତି।

ତେବେ ଶୋଇବାରେ ବି ବହୁ ନୀତିନିୟମ ରହିଛି । ଯେମିତି କି କେତେ ଶୋଇବା ଦରକାର କେଉଁ ସମୟରେ ଶୋଇବା ଦରକାର ଏବଂ କେଉଁ ସମୟରେ କଦାପି ଶୋଇବା କଥା ନୁହେଁ । ମନେରଖନ୍ତୁ ଦିନର ଦ୍ଵିପ୍ରହରରେ କେବେ ବି ଶୋଇବେ ନାହିଁ । ଆଉ ଯଦି ବି ରାତିରେ ନିଦ ନହେଉଛି ତା'ପରଦିନ ଦିନରେ ଶୁଅନ୍ତୁ ନାହିଁ । ଯଦି ନିଦ ଠିକ୍‌ରେ ହେଉନି ତାହାଲେ ଆପଣ ବି ସମସ୍ୟାରେ ପଡିପାରନ୍ତି । ତେଣୁ ସାବଧାନ ରୁହନ୍ତୁ...

ଏକ ଭଲ ନିଦ୍ରା ଆପଣଙ୍କ ଖାଇବା ଉପରେ ବି ନିର୍ଭର କରେ । ରାତ୍ରୀ ଭୋଜନ ଏକ ନିର୍ଦ୍ଦିଷ୍ଟ ସମୟରେ କରନ୍ତୁ । ଅଧିକ ବିଳମ୍ବରେ କରନ୍ତୁ ନାହିଁ କି ରାତିରେ ତେଲ ମସଲା ଖାଆନ୍ତୁ ନାହିଁ। ନିୟମିତ ଭାବରେ ବ୍ୟାୟାମ କରନ୍ତୁ। ବିଳମ୍ବିତ ରାତି ପଯ୍ୟନ୍ତ ଫୋନ କି ଟିଭି ଦେଖନ୍ତୁ ନାହିଁ। ଯଦି ଏହି ସବୁ କଲା ପରେ ବି ଯଦି ଠିକରେ ନିଦ ହେଉନାହିଁ ତେବେ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ନିଦ୍ରା ଜନିତ ସମସ୍ୟାକୁ ସବୁଦିନ ପାଇଁ ଦୂର କରନ୍ତୁ।

SHREE MANDIR
ଅନ୍ଧାରରେ ଶ୍ରୀମନ୍ଦିର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା
AAP LEADER
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି
ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ
BJP
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାର