ଆଉ ଲୋଡ଼ା ପଡ଼ିବନି କୀଟନାଶକ ଔଷଧ
by Argus News
Sat, Mar 02 | 6:35 p.m.

ବାଲେଶ୍ୱର: ମଶାରୀ ଭିତରେ ଲାଗିଛି ଧାଡିକି ଧାଡି ବାଇଗଣ ଗଛ । ୫୦ ଡିସମିଲ ଜମିରେ ୮୦୦ ବାଇଗଣ ଗଛ ଲଗାଇ ବେଶ୍ ଭଲ ଦି ପଇସା ରୋଜଗାର କରିପାରୁଛନ୍ତି ଏହି ଚାଷୀ । ଆଉ ସବୁଠୁ ବଡ କଥା ତାଙ୍କୁ ଚାଷରେ କୀଟନାଶକ ଦରକାର ପଡୁନି । ଗଛରେ ରୋଗ ପୋକ ପାଇଁ କୀଟନାଶକ ପ୍ରୟୋଗ ନକରି ନୂତନ ଜ୍ଞାନ କୌଶଳରେ ମଶାରୀ ଭିତରେ ପରିବା ଚାଷ କରିଛନ୍ତି ଏହି ଚାଷୀ।

ସୋର ବ୍ଲକ ମାଣତ୍ରୀ ପଂଚାୟତ ଗୋପାଳପୁର ଗାଁର ହୃଷିକେଶ ବାରିକ । ବୟସ 50 ବର୍ଷ ହେଲାଣି । ପିଲାଟି ଦିନରୁ ହୃଷିକେଶ ବାପାଙ୍କ ସହିତ ଚାଷ କରିବା ସହିତ ଚାଷର କୌଶଳ ଶିଖୁଥିଲେ । ପରବର୍ତ୍ତୀ ସମୟରେ ଧାନ ଚାଷ ସହିତ ପରିବା ଓ ଆଖୁଚାଷ କରିଥିଲେ । ଯେଉଁଥିରୁ ବାର୍ଷିକ ପ୍ରାୟ ୨-୩ ଲକ୍ଷ ଟଙ୍କା ସଞ୍ଚୟ କରିପାରୁଛନ୍ତି । ଜଣେ ଭଲ ଚାଷୀ ହିସାବରେ ଅଞ୍ଚଳରେ ବେଶ ପରିଚିତି ମଧ୍ୟ ଲାଭ କରିଛନ୍ତି ।

ପ୍ରତିବର୍ଷ ଚାଷରେ ବ୍ୟବହାର କରାଯାଉଥିବା କୀଟନାଶକ ପାଇଁ ୬୦ ରୁ ୭୦ ହଜାର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚଳିତ ବର୍ଷ ନିଆରା ଢଙ୍ଗରେ ବିନା କୀଟନାଶକ ବ୍ୟବାହାରରେ ଚାଷ କରିବା ପାଇଁ ମଶାରୀର ସାହାଯ୍ୟ ନେଇଛନ୍ତି । ୧୮ ହଜାର ଟଙ୍କା ବ୍ୟୟ କରି ୫୦ ଡିସମିଲ ଜାଗାରେ ବାଇଗଣ ଚାଷ କରିଛନ୍ତି । ମଶାରୀ ଯୋଗୁଁ ଚାଷ ହୋଇଥିବା ଜାଗାକୁ କୌଣସି ପୋକ କିମ୍ବା ମାଛି ମଶା ମଧ୍ୟ ପ୍ରବେଶ କରିପାରୁନାହାନ୍ତି । ଫଳରେ କୀଟନାଶକ ବ୍ୟବାହାର କରାଯିବ ନାହିଁ ବୋଲି ହୃଷିକେଶ ପ୍ରକାଶ କରିଛନ୍ତି । ତେବେ ଏପରି ଢଙ୍ଗରେ ଚାଷ କରି ବର୍ତ୍ତମାନ ସେ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସିତ ହୋଇଛନ୍ତି । 

ଏହି ପ୍ରାଣୀଳରେ କାକୁଡି,ପୋଟଳ,ଟମାଟୋ, କଲରା,ଆଖୁ ଓ ବାଇଗଣ ଆଦି ପରିବା ଚାଷ କରିବା ସହିତ ଉନ୍ନତ ମାନର ଫୁଲ ଚାଷ କରି ଭଲ ଦି ପଇସା ରୋଜଗାର କରୁଛନ୍ତି । 
ତାଙ୍କ କହିବା ଅନୁସାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ଅପେକ୍ଷା ନିଜ ବାଡ଼ିରେ ସଠିକ ଭାବେ ଚାଷ କଲେ ଜଣେ ଭଲ ରୋଜଗାର କରିପାରିବ । ଏଥିପାଇଁ ସରକାରଙ୍କ ତରଫରୁ କିଛି ସାହାଯ୍ୟ ମିଳିଲେ ଚାଷୀ ଉପକୃତ ହେବେ ବୋଲି କହିଛନ୍ତି । 
 

BJP
30m ago
ଓଡ଼ିଶାରେ ବିଜେପି ୨୧ ରୁ ୨୧ ଲୋକସଭା ଆସନ ଜିତିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଲୋକସଭା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର ୫ ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
BJD
ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତ
MODI
ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତ