୧୭ ପ୍ରତିଶତ ହ୍ରାସ ପାଇଛି ଜଳ ସଂରକ୍ଷଣ କ୍ଷମତା
by Argus News
Sat, Apr 27 | 2:49 p.m.

ଅର୍ଗସ ବ୍ୟୁରୋ: ଦକ୍ଷିଣ ଭାରତରେ ଦେଖିବାକୁ ମିଳିଛି ଜଳସଙ୍କଟ । ଜଳ ସଂରକ୍ଷଣ କ୍ଷମତା ୧୭ ପ୍ରତିଶତ ହ୍ରାସ ପାଇଛି । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁର ରାଜ୍ୟକୁ ଏଵେ ଜଳ ସଂଙ୍କଟ ଚିନ୍ତା ଘାରିଛି । ଜଳ ସଂରକ୍ଷଣ କ୍ଷମତା 17 ପ୍ରତିଶତ ହ୍ରାସ ପାଇଥିବାରୁ ଗ୍ରୀଷ୍ମ ସମୟରେ ଜଳ କେଉଁଠୁ ଆସିବ ସେ ନେଇ ଚିନ୍ତା ବଢିଛି । ଦକ୍ଷିଣ ଅଞ୍ଚଳରେ 42 ଟି ଜଳଭଣ୍ଡାରରେ ଥିବା ବେଳେ ଏହି ଷ୍ଟୋରେଜରେ ୫୩.୩୩୪ ବିଲିୟନ କ୍ୟୁବ୍ ମିଟର ଜଳ ସଂରକ୍ଷଣର କ୍ଷମତା ରହିଛି । 

ଦକ୍ଷିଣ ଭାରତରେ ଜଳ ସ୍ତର ଜଳଭଣ୍ଡାରର ମାତ୍ର 17 ପ୍ରତିଶତ । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁର ରାଜ୍ୟକୁ ନେଇ ଦକ୍ଷିଣ ଅଞ୍ଚଳ ଜଳ ଭଣ୍ଡାରର ମାତ୍ର 17 ପ୍ରତିଶତ ତୁଳନାରେ ହାରାହାରି ତୁଳନାରେ ଜଳ ସଂରକ୍ଷଣକୁ ହ୍ରାସ ପାଇଛି । ଜଳ ସଂରକ୍ଷଣ ସ୍ତର ଖରାପ ସ୍ଥିତିରେ ଥିବାରୁ ରାଜ୍ୟଗୁଡିକରେ ଜଳସେଚନ, ପାନୀୟ ଜଳ ଯୋଗାଣ ଏବଂ ଜଳ ବିଦ୍ୟୁତ୍ ଉତ୍ପାଦନ କିପରି ହେବ ସେ ନେଇ ପ୍ରଶ୍ନଵାଚୀ ସୃଷ୍ଟି ହୋଇଛି । 

ଅପରପକ୍ଷେ, ଆସାମ, ଓଡିଶା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ନେଇ ପୂର୍ବ ଅଞ୍ଚଳ ଗତ ବର୍ଷ ଏବଂ ଦଶ ବର୍ଷର ହାରାହାରି ତୁଳନାରେ ଜଳ ସଂରକ୍ଷଣ ସ୍ତରରେ ସକରାତ୍ମକ ଉନ୍ନତି ପ୍ରଦର୍ଶନ କରିଛି । ଉତ୍ତର କେନ୍ଦ୍ରୀୟ ଅଂଚଳରେ ଜଳସ୍ତର ସଂରକ୍ଷଣ ହ୍ରାସ ପାଉଛି । ବ୍ରହ୍ମପୁତ୍ର, ନର୍ମଦା ଏବଂ ତାପୀ ପରି ନଦୀ ଅବବାହିକା ଗୁଡ଼ିକ ସଂରକ୍ଷଣ ସ୍ତରଠାରୁ ଅଧିକ ଉନ୍ନତ ଥିବାବେଳେ ମହାନଦୀ ପ୍ରବାହିତ ନଦୀଗୁଡିକ ଅତ୍ୟଧିକ ଜଳ ସଂରକ୍ଷଣ ଅଭାବ ହୋଇଛି ।
 

ମତଦାନ
30m ago
ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ। 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର
ଛତିଶଗଡ କୱର୍ଦ୍ଧାରେ
40m ago
ଛତିଶଗଡ କୱର୍ଦ୍ଧାରେ ପିକଅପ ଭ୍ୟାନ ଓଲଟିଲା : ୧୮ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୀଷଣ ସଡକ ଦୁର୍ଘଟଣା ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ୨୦ ଫୁଟ ତଳକୁ ଏକ ଖାଇର
ଆଗାମୀ ୫ ଦିନ ରାଜ୍ୟରେ
56m ago
ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ : ୨୨ରୁ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା
ଅର୍ଗସ ବ୍ୟୁରୋ: ରାଜ୍ୟବାସୀ ଗରମରେ ସନ୍ତୁଳି ହେଉଥିବାବେଳେ ପାଣିପାଗ ବିଭାଗ ଜାରି କରିଛି ଆଶ୍ବସ୍ତିକର ଖବର। ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨, ୨୩ ଓ ୨୪ ତାରିଖର