Speed 10 : ପୂଜାର ପୁରା ଅପଡେଟ୍‌
by Argus News
Tue, Oct 08 | 7:43 p.m.

ଅର୍ଗସ ବ୍ୟୁରୋ: ହରିୟାଣାରେ ଧର୍ମେନ୍ଦ୍ରଙ୍କ ମାଷ୍ଟର ଷ୍ଟ୍ରୋକ୍‌ : ପୁଣି ଥରେ କ୍ଷମତା ଦଖଲ କରିବ ବିଜେପି, କଂଗ୍ରେସକୁ ମିଳିଲାନି ବହୁମତ

ହରିୟାଣାରେ କଂଗ୍ରେସ ପାଇଁ କାମ ଦେଲାନି ଆଣ୍ଟି-ଇନ୍‌କମ୍ପେନ୍ସି ଫ୍ୟାକ୍ଟର । ପୁଣି ସରକାର କରିବ ବିଜେପି, ବଡ଼ ବିଜୟ ଲାଗି ଜନତାଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଜମ୍ମୁ ନିର୍ବାଚନ : ମେଣ୍ଟର ବିଜୟ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା

ହାରିବା ପରେ ପିଡିପି ମୁଖ୍ୟ କହିଲେ କିଛି କହିବାର ନାହିଁ । ଏଥର ଲୋକ ଚାହିଁଲେ ତାଙ୍କୁ ଜିତାଇବାକୁ । ସେଥିପାଇଁ NC ଜିତିଲା । ଏହା କେବଳ ଲୋକଙ୍କ ନିଷ୍ପତ୍ତି ଥିଲା । ଜାମ୍ମୁ-କାଶ୍ମୀରରେ NC ସହ କଡ଼ା ଫାଇଟ୍‌ ଦେଇଛି PDP

ପୂଜା ପାଇଁ କମିଶନରେଟ୍ ପୋଲିସର ବ୍ୟାପକ ବନ୍ଦୋବସ୍ତ । ଉଭୟ ଟ୍ରାଫିକ୍ ସହ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ । ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ ଦେଲେ ବଡ଼ ସୂଚନା । ଭୁବନେଶ୍ୱରରେ ୧୮୭ ପେଣ୍ଡାଲ, ମୁତୟନ ହେବେ ୩୮ ପ୍ଲାଟୁନ ପୋଲିସ ସେହିପରି କଟକରେ ୧୬୬ ମେଢ଼, ମୁତୟନ ହେବେ ୬୪ ପ୍ଲାଟୁନ ପୋଲିସ

ତେଜିଲା କୋଠାରଙ୍ଗ ରାଜନୀତି । ସରକାରୀ କୋଠା ତାର ପୁରୁଣା ରଙ୍ଗ ଫେରିପାଇ କହିଲେ ଅବକାରୀ ମନ୍ତ୍ରୀ । ବିଜେଡି କାହିଁକି ସବୁଜ ରଙ୍ଗ କରିଥିଲା, ଏବେ କାଇଁ ବାଧୁଛି ବୋଲି  ପ୍ରଶ୍ନ କଲେ ପୃଥ୍ୱୀରାଜ 

ଆଜି ମହାଷଷ୍ଠୀ । ପୂଜାମଣ୍ଡପରେ ମାଆଙ୍କର ବିଲ୍ଵବରଣ, କାଲି ସପ୍ତମୀରେ ଦିଆଯିବ ଚକ୍ଷୁ ଦାନ 

ପାର୍ବଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଟ୍ରାଫିକ୍‌ ରୁଲ୍‌ । କେଉଁ ରାସ୍ତାରେ କେତେବେଳେ ଯିବେ ସେନେଇ ଜାରି ହେଲା ବିଜ୍ଞପ୍ତି

ଦୁର୍ଗାପୂଜା ପାଇଁ ଯାଜପୁରରେ ଚାଲିଛି ଦେବୀ ବିରଜାଙ୍କ ରଥଟଣା । ନିଇତି ବେଢା ପରିକ୍ରମା କରୁଛନ୍ତି ସିଂହଧ୍ଵଜ ରଥ, ନବମୀ ରାତିରେ ଲାଖବିନ୍ଧିବା ପାଇଁ ଯିବେ ମାଆ

ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା । ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ପଠାଇବେ ମୁଖ୍ୟମନ୍ତ୍ରୀ,  'NPCI କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ଟଙ୍କା । 'ସୁଭଦ୍ରା' ପାଇଁ ଏକ କୋଟି ମହିଳା ଆବେଦନ
 

ଗ୍ରାଚୁଇଟି ସୀମା
30m ago
୨୦ ଲକ୍ଷ ହେଲା ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା
ଅଗର୍ସ ବ୍ୟୁରୋ : ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି। ପିଛିଲା ଭାବେ ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ। ରାଜ୍ୟର ସରକାରୀ କର୍ମଚାର
ସୁଭଦ୍ରା ଯୋଜନା
48m ago
ଅସହାୟଙ୍କ ସାହାର ସୁନିଲ, ସାଜିଛନ୍ତି ସୁଭଦ୍ରା ଯୋଜନାର ସାରଥୀ
ସମ୍ବଲପୁର : କିଏ ଚାଲି ପାରୁ ନାହିଁ, ତ କିଏ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପାଇଁ ଅନ୍ୟର ସାହାରା ଲୋଡୁଛି, ସେ ପରିସ୍ଥିତିରେ ଅନେକ ଅସହାୟ, ଗର୍ଭବତୀ, ଦିବ୍ୟାଙ୍ଗ ମହିଳାମାନ
ହରିୟାଣା
ହରିୟାଣାରେ ଫେଲ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ
ନୂଆଦିଲ୍ଲୀ: ଭୁଲ୍ ପ୍ରମାଣିତ ହେଲା କଂଗ୍ରେସର ସବୁ ଆସ୍ଫାଳନ । ହରିଆଣାରେ ଫେଲ୍ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ । ମୋଦିଙ୍କ ବିଶ୍ବସ୍ତ ସିପାହୀଙ୍କ ରଣନୀତି ଆଗରେ ବିରୋଧୀ ହେଲେ ଚିତ୍