Speed 10 : ବ୍ରେକିଂ ନ୍ୟୁଜ ଜାଣିବାକୁ ଚାହୁଁଛନ୍ତି କି ? କ୍ଲିକ କରନ୍ତୁ, ଖବର ପଢନ୍ତୁ
by Argus News
Mon, Sep 30 | 7:16 p.m.

ଅର୍ଗସ ବ୍ୟୁରୋ: ଖରାପ ମାନର ଛତୁଆକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍‌ବେଗ । ଛତୁଆ ବଦଳରେ ଏବେ ମାଣ୍ଡିଆ ଦେବା ପାଇଁ ବିଭାଗ ଚିନ୍ତା କରୁଥିବା କହିଲେ, 'ସବୁଆଡ଼େ ଛତୁଆ ନୁହେଁ ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ

ଚିତ୍ରକୋଣ୍ଡାରେ ଚାଲାଣ ବେଳେ ୧ ଟନ୍ କଇଁଛ ଜବତ, ୨ ଗିରଫ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ ରାଜୁଲୁକୋଣ୍ଡା ନିକଟରେ ଧରିଲା ବନ ବିଭାଗ । ୩୫ଟି ବସ୍ତାରେ କଇଁଛକୁ ପ୍ୟାକ୍ କରି ଚାଲାଣ କରାଯାଉଥିଲା 

ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜଗନ୍ନାଥପୁରରେ ମୋହନ ମାଝୀଙ୍କ ସମ୍ବୋଧନ । ହେମନ୍ତ ସୋରେନ ସରକାରଙ୍କୁ ଟାର୍ଗେଟ କଲେ ମୋହନ ମାଝୀ

ଦାୟିତ୍ବ ଗ୍ରହଣ କଲେ ସୁରେଶ ଦେବଦତ୍ତ ସିଂହ । ନୂଆ ପୋଲିସ କମିଶନର ଭାବେ ଦାୟିତ୍ବ ନେଲେ ।ସଂଜୀବ ପଣ୍ଡାଙ୍କଠାରୁ ଦାୟିତ୍ବ ଗ୍ରହଣ କଲେ ଦେବଦତ୍ତ ସିଂହ

ନେପାଳରେ ଭୀଷଣ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ : ୫୪ ବର୍ଷର ଭାଙ୍ଗିଲା ରେକର୍ଡ, ୧୫୦ରୁ ଉର୍ଦ୍ଧ୍ଵ ଲୋକଙ୍କ ଗଲାଣି ପ୍ରାଣ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ଇନଭର୍ଟର ଫାଟି ଅଗ୍ନିକାଣ୍ଡ । ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଇନଭର୍ଟର୍ ଫାଟିବାରୁ ଅଗ୍ନିକାଣ୍ଡ, କେହି ଆହତ ହୋଇନାହାନ୍ତି, କେତେ କ୍ଷୟକ୍ଷତି ହୋଇଛି ଅସ୍ପଷ୍ଟ

୪ ଜଣଙ୍କୁ BJD ସୁପ୍ରିମୋଙ୍କ କାରଣ ଦର୍ଶାଅ ନୋଟିସ । ଦଳରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ନୋଟିସ ଜାରି, କର୍ପୋରେଟର ବିରଞ୍ଚି ଓ ଅମରେଶଙ୍କୁ ଜାରି ହେଲା ନୋଟିସ୍

ଲେବାନନରେ ହିଜବୁଲ୍ଲା ଉପରେ ଘନଘନ ହମଲା ଭିତରେ ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍ । ଇରାନ୍ ସମର୍ଥିତ ହୁତି ବିଦ୍ରୋହୀଙ୍କର ଠିକଣା ଉପରେ ଆକାଶମାର୍ଗରୁ ବର୍ଷିଛି ମିସାଇଲ, ରକେଟ୍‌

ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରଫୁଲ୍ଲ ଘଡ଼ାଇ ରଖିଲେ ପ୍ରତିକ୍ରିୟା । 'ନବୀନ ବାବୁଙ୍କ ସମୟରେ ଯାଜପୁରର ଅନେକ ବିକାଶ ହୋଇଛି । 'ସବୁ ଯେ ବିକାଶ ହୋଇଛି, ତାହା ନୁହେଁ; କିଛି କାମ ବାକି ଅଛି' । ନବୀନଙ୍କ ସମୟରେ ନଗଡ଼ା ଚିତ୍ର ବଦଳିଛି ବୋଲି କହିଲେ ପ୍ରଫୁଲ୍ଲ

ମିଥୁନଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ; ଟ୍ବିଟ୍ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
 

ସତ୍ୟପାଠ
ଆସନ୍ତାକାଲି ଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ଆସନ୍ତାକାଲିଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି। 21 ଦିନ ଯାଏଁ ଗ୍ରହଣ ହେ
ସୁପ୍ରିମକୋର୍ଟ
ପୀଡ଼ିତାଙ୍କ ଫଟୋ ଭାଇରାଲ ନେଇ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୋଲକାତା ଆରଜି କର ହସପିଟାଲ ମାମଲା । ପୀଡ଼ିତାଙ୍କ ପରିଚୟ ଓ ଫଟୋ ଗଣମାଧ୍ୟମରେ ଘୁରି ବୁଲୁଥିବାରୁ ପୁଣିଥରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସୋସିଆଲ ମିଡିଆ ସହ ଅନ୍ୟ ସମସ୍
ବସ୍
ଭାରସାମ୍ୟ ହରାଇଲା ବସ୍ , ଅଳ୍ପକେ ବର୍ତ୍ତିଲେ
ଅନୁଗୋଳ : ଅନୁଗୋଳରୁ ବଲାଙ୍ଗୀର ଯାଉଥିବା OSRTC ବସ୍ ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡିଥିବା ବେଳେ 50 ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତ