Speed 10 : ବାତ୍ୟାର ପୁରା ଅପଡେଟ୍‌ ଖବର ପଢନ୍ତୁ
by Argus News
Mon, Oct 21 | 7:22 p.m.

ଅର୍ଗସ ବ୍ୟୁରୋ: ଓଡ଼ିଶା ଉପକୂଳକୁ ଆସିବ ସମ୍ଭାବ୍ୟ ବାତ୍ୟା ଦାନା । ନୂଆ ଟ୍ରାକ୍ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ୨୪ ତାରିଖରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଭୀଷଣ ବାତ୍ୟା ଭାବରେ ଉପକୂଳ ଅତିକ୍ରମ କରିବ

ବଦଳିଲା ବାତ୍ୟାର ଗତିପଥ । ବାଲେଶ୍ଵରରୁ ଭଦ୍ରକ ମଝିଲେ ଲ୍ୟାଣ୍ଡଫଲ୍‌

ବାତ୍ୟାର ଗତିପଥ ନେଇ IMDର ନୂଆ ସୂଚନା । ଓଡ଼ିଶାକୁ ହିଟ୍‌ କରିବା ସମ୍ଭାବନା, ଉତ୍ତର ଓଡ଼ିଶାରେ ହୋଇପାରେ ମାଡ଼ । ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ଛୁଇଁପାରେ ଉପକୂଳ,  ୨୪ ତାରିଖ ରାତି କିମ୍ବା ୨୫ ସକାଳ ସୁଦ୍ଧା ଛୁଇଁପାରେ । ପବନର ବେଗ ୧୦୦ରୁ ୧୨୦ ଭିତରେ ରହିବ

ବାତ୍ୟା ପୂର୍ବରୁ ମତ୍ସ୍ୟ ବିଭାଗ ପକ୍ଷରୁ ସତର୍କତା । ପାରାଦୀପର ବିଭିନ୍ନ ବସ୍ତି ଅଞ୍ଚଳରେ ମାଇକ୍‌ ଦ୍ବାରା ପ୍ରଚାର, ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା  । ଯିଏ ବି ସମୁଦ୍ରରେ ଅଛନ୍ତି ତୁରନ୍ତ ଫେରିବାକୁ ନିର୍ଦ୍ଦେଶ

ବାତ୍ୟା ପାଇଁ ଶକ୍ତି ବିଭାଗ ପୂରା ପ୍ରସ୍ତୁତ କହିଲେ କେଭି ସିଂଦେଓ । ଶକ୍ତି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଦେଲେ ବଡ଼ ସୂଚନା, ସମ୍ଭାବ୍ୟ କ୍ଷୟକ୍ଷତି ନେଇ ଶକ୍ତି ବିଭାଗ ପୂରା ପ୍ରସ୍ତୁତ ରହିଛି

ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଉପସ୍ଥିତ ରହିବେ ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ

IMDର ବାତ୍ୟା ଆଲର୍ଟକୁ ଦୃଷ୍ଟିରେ ରଖି ଆଜି ସାଇକ୍ଲୋଥନ୍ ପ୍ରସ୍ତୁତି ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ । ବୈଠକରେ ଅଧ୍ୟକ୍ଷତା କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

ବାତ୍ୟା ପାଇଁ ସିଏମସିର ବଡ଼ ନିଷ୍ପତ୍ତି । ମୁଖ୍ୟାଳୟ ନଛାଡ଼ିବାକୁ ଅଧିକାରୀଙ୍କୁ ମେୟରଙ୍କ ନିର୍ଦ୍ଦେଶ, ଜିରୋ କାଜୁଆଲଟି ଉପରେ CMCର ଫୋକସ, ଜଳ ନିଷ୍କାସନ ପାଇଁ ୨୮୩ ମଟର ପମ୍ପ ପ୍ରସ୍ତୁତ

ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ୯୯ ଜଣିଆ ପ୍ରଥମ ପ୍ରାର୍ଥୀତାଲିକା ପ୍ରକାଶ କଲା ବିଜେପି, ନାଗପୁର ଦକ୍ଷିଣ-ପଶ୍ଚିମ ଆସନରୁ ଲଢ଼ିବେ ଦେବେନ୍ଦ୍ର ଫଡ଼ନବିସ

ପୁରୀ କୃଷ୍ଣପ୍ରସାଦରେ ମଝି ଚିଲିକାରେ ଫସିଲା ଡଙ୍ଗା । ମଏଁସା ନିକଟରେ ଦେଢ଼ଘଣ୍ଟା ହେଲା ଫସିଛି ଯାତ୍ରୀବାହୀ ଡଙ୍ଗା, ସାତପଡ଼ାରୁ ଜହ୍ନିକୁଦା ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ।  ଡଙ୍ଗାରେ ଅଛନ୍ତି ୬୦ ଯାତ୍ରୀ ଓ ୪୦ରୁ ଅଧିକ ବାଇକ୍‌
 

ବାତ୍ୟାକୁ ନେଇ ରାଜ୍ୟ
ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଘୋଷଣା, ଏହି ୧୪ ଜିଲାରେ ବନ୍ଦ ରହିବ ସ୍କୁଲ
ଅର୍ଗସ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସୋମବାର ସ୍କୁଲ ଛୁଟି ଘୋଷଣା କରିଛନ୍ତି। ୨୩ରୁ ୨୫ ତାରିଖ ଯାଏ ସ୍କୁଲ ବନ୍ଦ ରହିବ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପ୍ରଭାବି
ମୁଖ୍ୟମନ୍ତ୍ରୀଙ୍କ
ମୁଖ୍ୟମନ୍ତ୍ରୀଙ୍କ ଢ଼େଙ୍କାନାଳ ଗସ୍ତ
ଅର୍ଗସ ବ୍ୟୁରୋ: ଆଜି ଢ଼େଙ୍କାନାଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ହେଲିକପ୍ଟର ଯୋଗେ ସନ୍ଧ୍ୟା ୫ଟା ସମୟରେ ଢେଙ୍କାନାଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ର
ନ୍ୟୁଜିଲାଣ୍ଡଠାରୁ
ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ସ୍ତ୍ରୀଙ୍କ ସହ କୀର୍ତ୍ତନ କଲେ ବିରାଟ କୋହଲି
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ