Speed 10 : ସ୍କ୍ରୋଲ କରନ୍ତୁ, ପୁରା ଦିନର ଅପଡେଟ୍‌ ଖବର ପାଆନ୍ତୁ
by Argus News
Sat, Oct 26 | 7:20 p.m.

ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦରରେ ବାଘ ଆତଙ୍କ । ବନବିଭାଗ ପକ୍ଷରୁ ବିଛା ଯାଇଛି ଜନ୍ତା

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ହାରିଲା ଭାରତ । ୧୧୩ ରନ୍‌ରେ ମ୍ୟାଚ୍‌ ହାରି ସିରିଜ୍‌ ହାତଛଡ଼ା କଲା । ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ନ୍ୟୁଜିଲାଣ୍ଡ ୨-୦ରେ ଆଗୁଆ । ୨୦୧୨ ପରେ ପ୍ରଥମ କରି ଘରୋଇ ମାଟିରେ ସିରିଜ୍‌ ହାରିଲା ଭାରତ

ବାତ୍ୟା ପରେ ଏସ୍‌ଆର୍‌ସି କାର୍ଯ୍ୟାଳୟରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଥିଲେ ଉପସ୍ଥିତ

ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । କେନ୍ଦ୍ରାପଡ଼ା ରାଜନଗର ବ୍ଲକର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ ମଲ୍ଲିକ, ବାତ୍ୟା ସମୟରେ ଜଣେ ଗୁରୁତର ରୋଗୀଙ୍କୁ ଉଦ୍ଧାର କରିଥିଲେ ମାନସ

ବାତ୍ୟା ପରର ପ୍ରାଥମିକ ଆକଳନରେ ରାଜ୍ୟରେ ୭୯, ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ । କେନ୍ଦ୍ରାପଡ଼ା ଜିଲ୍ଲାରେ ୨୩ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ, ରାଜକନିକା, ଆଳି, ମହାକାଳପଡ଼ା ବ୍ଲକରେ ସର୍ବାଧିକ କ୍ଷତି ହୋଇଛି । ଭଦ୍ରକରେ ୨୪, ୧୧୫ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି, । ବାଲେଶ୍ବରରେ ୩୧୪୦, ମୟୂରଭଂଜରେ ୨୩୮୧ ହେକ୍ଟର କ୍ଷତିଗ୍ରସ୍ତ । ଯାଜପୁରରେ ୨୭୦୯, ଜଗତସିଂହପୁରରେ ୨୪୯୮ ହେକ୍ଟର କ୍ଷତି

ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ନିଲମ୍ବିତ । ୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ କଲେ ସରକାର, ନିଲମ୍ବନ ନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ

ଦାନା ପ୍ରଭାବରେ ଔପଦାରେ ସର୍ବାଧିକ ୨୪୦ ମିମି ବର୍ଷା । ଧାମନଗର ୨୧୫, ଖଇରା ୨୦୯, ଭଣ୍ଡାରିପୋଖରୀରେ ୨୦୮ ମିମି । ବନ୍ତ ୧୮୭, ଚାନ୍ଦବାଲି ୧୬୭.୬, ଭଦ୍ରକ ୧୬୧, ରାଜକନିକାରେ ୧୫୧ ମିମି ବର୍ଷା ରେକର୍ଡ

ବାତ୍ୟା ପ୍ରଭାବରେ ଗତକାଲି ରାତିରୁ ଭୁବନେଶ୍ଵରରେ ଲାଗିରହିଛି ବର୍ଷା । ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ରାଜଧାନୀବାସୀ

ସତର୍କ ସଙ୍କେତ ଉପରେ ବୁଢାବଳଙ୍ଗ । ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଦେଲେ ସୂଚନା ।‘ଆଉ କୌଣସି ନଦୀରେ ନାହିଁ ବନ୍ୟା ଭୟ’ । ‘ଆଗକୁ ବର୍ଷା କମିଲେ, ଜଳସ୍ତର ବି କମିଯିବ’

ଦୁର୍ବଳ ହେଲା ସକ୍ରିୟ ଅବପାତ । ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେଲା, ଲଘୁଚାପ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି । ୧୨ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଦୁର୍ବଳ ହେବ ଲଘୁଚାପ

 

କାଠ ଆଣିବାକୁ
1m ago
କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର
ଅର୍ଗସ ବ୍ୟୁରୋ: ଜଙ୍ଗଲରେ କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ପରେ ତାଙ୍କୁ ଗୁରୁତର ଭାବେ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ବା
ଆବାସ ଗୃହ
ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର
ଅର୍ଗସ ବ୍ୟୁରୋ: ଖିଲାପ କଲେ କ୍ଷମା ନାହିଁ, ଭଲ କାମ କଲେ ପୁରସ୍କାର। ଏହି ପ୍ରତିଶ୍ରୁତି ପାଳନ କରିଛନ୍ତି ସରକାର। ବାତ୍ୟା ସମୟରେ ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ କେନ୍ଦ୍ରାପଡ଼
CHOLESTEROL
ହଠାତ୍ ଓଜନ ବୃଦ୍ଧି କୋଲେଷ୍ଟ୍ରଲ୍ର ସଂଙ୍କେତ
ଅର୍ଗସ ବ୍ୟୁରୋ: ଶରୀରରେ ଖରାପ କୋଲେଷ୍ଟ୍ରଲ୍ର ବୃଦ୍ଧି ହେତୁ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଯଦି ଆପଣ ଠିକ୍ ସମୟରେ କୋଲେଷ୍ଟ୍ରଲ ସ୍ତରକ