ଗମ୍ଭୀରଙ୍କୁ କଟାକ୍ଷ ପରେ ଶ୍ରୀଶାନ୍ତଙ୍କୁ ନୋଟିସ
by Argus News
Sat, Dec 09 | 11:34 a.m.

ଅର୍ଗସ ବ୍ୟୁରୋ: ଲିଜେଣ୍ଡସ କ୍ରିକେଟ୍‌ ଲିଗର ଆୟୋଜନ ଭାରତର ଅନେକ ସହରରେ ହେଉଛି। ଏହି ମ୍ୟାଚ ପାଇଁ ଖେଳପ୍ରେମୀ ବି ଖୁବ ଉତ୍ସାହିତ ଅଛନ୍ତି। ନିକଟରେ ଇଣ୍ଡିଆ କ୍ୟାପିଟାଲ୍ସର ଓ ଗୁଜୁରାଟ ଜାଏଣ୍ଟସ ଦୁଇଟି ଦଳ ମଧ୍ୟରେ ଖେଳ ଚାଲିଥିବା ବେଳେ ଦ୍ୱିତୀୟ ଓଭର୍‌ରେ ଶ୍ରୀଶାନ୍ତ ଓ ଗମ୍ଭୀରଙ୍କ ମଧ୍ୟରେ ଝଗଡ଼ା ଲାଗିଥିବ‌ାର ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାକୁ କେନ୍ଦ୍ର କରି ଶ୍ରୀଶାନ୍ତ ଏକ ଭିଡିଓ ପୋଷ୍ଟ କରି ଗମ୍ଭୀରଙ୍କୁ କଟାକ୍ଷ କରିଥିଲେ। ଗମ୍ଭୀରଙ୍କୁ କଟାକ୍ଷ କରିବା ଶ୍ରୀଶାନ୍ତଙ୍କୁ ମହଙ୍ଗା ପଡ଼ିଯାଇଛି। 

ଶ୍ରୀଶାନ୍ତଙ୍କ ପାଖକୁ ଲିଜେଣ୍ଡସ କ୍ରିକେଟ୍‌ ଲିଗ ପକ୍ଷରୁ ନୋଟିସ ପଠାଯାଇଛି। ଏହି ନୋଟିସରେ ଉଲ୍ଲେଖ ରହିଛି କି, ‘କଣ୍ଟ୍ରାକ୍ଟରେ ଥିବା ସର୍ତ୍ତର ଭଙ୍ଗ କରାଯାଇଛି।  ଶ୍ରୀଶାନ୍ତ ଯେପର୍ଯ୍ୟନ୍ତ ଗମ୍ଭୀରଙ୍କୁ କଟାକ୍ଷ କରିଥିବା ପୋଷ୍ଟ ହଟାଇବେ ନାହିଁ ସେ ପର୍ଯ୍ୟନ୍ତ ତାଙ୍କର କୌଣସି କଥା ଶୁଣାଯିବ ନାହିଁ।’

ଗତ ବୁଧବାର ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ୍‌ (ଏଲ୍‌ଏଲ୍‌ସି)ରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ଗୁଜରାଟ ଜାଏଣ୍ଟସ୍‌ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ସମୟରେ ଗମ୍ଭୀର ଓ ପୂର୍ବତନ ଦ୍ରୁତ ବୋଲର ଏସ୍‌ ଶ୍ରୀଶାନ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଘଟଣାକୁ ନେଇ ପଡ଼ିଆ ଭିତରର ଉକ୍ତ ବାକ୍‌ ଯୁଦ୍ଧକୁ ଶ୍ରୀଶାନ୍ତ ସୋସିଆଲ ମିଡିଆରେ ଶେୟାର କରିବା ସହ ଗମ୍ଭୀର ବାରମ୍ବାର ତାଙ୍କୁ ‘ଫିକ୍ସର’ ସମ୍ବୋଧନ କରୁଥିବା ଭିଡିଓରେ କହିଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ପେଟ୍ରୋଲ ଢାଳି
8m ago
ପେଟ୍ରୋଲ ଢାଳି ଆଥଲେଟଙ୍କୁ ନିର୍ମମ ହତ୍ୟା
ଅର୍ଗସ ବ୍ୟୁରୋ: ନିର୍ଯାତନା ଏ ଶବ୍ଦ କେବଳ ଭାରତ ଭିତରେ ସୀମିତ ନୁହେଁ। ଏ ଶବ୍ଦ ସାରା ବିଶ୍ବରେ ନାରୀ ସମାଜ ଉପରେ ପ୍ରଭାବ ପକାଉଛି। ପୁରୁଷ କେବଳ ନିଜର ସୀମିତ ସ୍ବାର୍ଥ ପାଇଁ ନାରୀର ସ୍ବପ୍ନକ
ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ