ଗଞ୍ଜେଇ ଚାଲାଣ ଉଦ୍ୟମ ବେଳେ ମାଡି ବସିଲା ଏସଟିଏଫ,ଏକ କୋଟିର ଗଞ୍ଜେଇ ଜବତ
by Argus News
Thu, Nov 07 | 5:19 p.m.

ଦେବଗଡ:ଏକ କୋଟିର ଗଞ୍ଜେଇ ଜବତ ।  ଗଞ୍ଜେଇ ଚାଲାଣ ଉଦ୍ୟମ ବେଳେ ମାଡି ବସିଲା ଏସଟିଏଫ । ଦେବଗଡ ଜିଲ୍ଲା ରିଆମାଳ ଥାନା ବଞ୍ଜାରୀ ଗ୍ରାମ ନିକଟ ଏକ ଷ୍ଟକ ୟାର୍ଡ ଉପରେ STFର ଚଢାଉ ।  ୧୧ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ସହ ଏକ ହାଇୱା, ଟ୍ରକ ଏବଂ ପିକଅପ ଭ୍ୟାନ ଜବତ କରାଯାଇଛି । ଘଟଣାରେ ଜଣେ ପେଶାଦାର ଗଞ୍ଜେଇ ବେପାରୀ ସହିତ ୪ ଜଣ ଯୁବକଙ୍କୁ ଗିରଫ କରାଯାଇଛି ।  ଚଢଉ ସମୟରେ ଅଖା ବସ୍ତା ବୋଝେଇ ଏକ ଟ୍ରକ ଭିତରୁ ୮୭ ବସ୍ତା ବେଆଇନ ଗଞ୍ଜେଇ ଠାବ କରାଯାଇଥିଲା । ଯାହାର ବଜାର ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ବୋଲି ଜଣାପଡିଛି । ଗିରଫ ୪ ଜଣ ଯୁବକ ରେଢାଖୋଲର ଆଶିଷ କୁମାର ବାରିକ, ବରଗଡର ସୁବାସ ଶିକଦାର, ଅନୁଗୁଳ ଜିଲ୍ଲାର ରତନ କିଶୋର ସାହୁ ଓ ଛେଣ୍ଡିପଦା ଥାନା ତେଲିବଣି ଗ୍ରାମର ସମିତ ନାୟକ ।  ଆସିଷ ଜଣେ ପେଷାଦାର ଗଞ୍ଜେଇ ବେପାରୀ ହୋଇଥିବା ବେଳେ ୨୦୨୧ ମସିହାରେ ପ୍ରାୟ ୨ ଟନ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଏସଟିଏଫ୍ ଦ୍ୱାରା ଗିରଫ ହୋଇଥଲା 
 

ଏକ୍ସରସାଇଜ୍‌
2m ago
ଏକ୍ସରସାଇଜ୍‌ ଦ୍ଵାରା ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ
ଅର୍ଗସ ବ୍ୟୁରୋ: ଆଜି କାଲି ଅଣ୍ଟା ପୀଡ଼ା ବା ବ୍ୟାକ୍‌ ପେନ୍‌ ଏକ ବଡ଼ ସମସ୍ୟା ହୋଇଛି । କେବଳ ବୟସ୍କ ନୁହେଁ ଯୁବପିଢ଼ିଙ୍କ ଠାରେ ଏହି ଅସୁବିଧା ଅଧିକ ଦେଖିବାକୁ ମିଳୁଛି । ଅଧି
VEDANTA
38m ago
ବଢିଚାଲିଛି ବେଦାନ୍ତ କମ୍ପାନୀର ମନମାନି
ଅର୍ଗସ ବ୍ୟୁରୋ: ଝାରସୁଗୁଡାରେ ବେଦାନ୍ତ କମ୍ପାନୀର ବେଆଇନ ପାଉଁଶ ଡମ୍ପିଂ ...କୁଢ କୁଢ ପାଉଁଶ....ପାଉଁଶ ୟୋଗୁଁ ମୃତ୍ତିକା, ବାୟୁ ଓ ଜଳ ପ୍ରଦୂଷଣ .... ଏ ଦୃଶ୍ୟ ହେଉଛି ଲଖନପୁ
ଜମ୍ମୁ-କଶ୍ମୀର
47m ago
ଧାରା ୩୭୦କୁ ନେଇ ଜମ୍ମୁ-କଶ୍ମୀର ବିଧାନସଭାରେ ଜୋରଦାର ହଙ୍ଗାମା
ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀର ବିଧାନସଭାରେ ଧାରା ୩୭୦କୁ ନେଇ ଜୋରଦାର ହଙ୍ଗାମା। ଗୃହ କାର୍ଯ୍ୟ ଚାଲିଥିବା ବେଳେ ଠେଲାପେଲା ହେଲେ ଶାସକ ଓ ବିରୋଧୀ ଦଳର ନେତା। ଧାରା ୩୭୦କୁ ନେ