ପ୍ରାର୍ଥୀ ଘୋଷଣା କରିବାକୁ ଡରୁଛି କି ବିଜେଡି ?
by Argus News
Sun, Apr 28 | 8:14 p.m.

ଅର୍ଗସ ବ୍ୟୁରୋ: ବିଜେଡି ସ୍ଥିତି ସଙ୍ଗୀନ ହେଲାଣି । ନିର୍ବାଚନକୁ ଆଉ ମାତ୍ର ୧୫ ଦିନ ଥିବା ବେଳେ ଏବେ ବି ୧୪୭ ଆସନରେ ଦଳ ଦେଇପାରିନି ପ୍ରାର୍ଥୀ । ଗତକାଲି ପ୍ରାର୍ଥୀ ଘୋଷଣା କରିଥିଲେ ବି ଆହୁରି ତିନି ଜଣଙ୍କ ନାଁ ଝୁଲେଇ ରଖିଛି । କାରଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବା ପରେ ଗ୍ରାଉଣ୍ଡରେ ଯେମିତି ଭାବରେ ବିରୋଧ ହେଉଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ, ବିଜେଡି ଏସନ ଜିତିବା କଷ୍ଟ । 

ଡରି ଡରି ପ୍ରାର୍ଥୀ ଘୋଷଣା କରୁଛି କି ବିଜେଡି ? ଏ କଥା ଆମେ କାହିଁକି କହୁଛୁ ସେନେଇ ମନରେ ପ୍ରଶ୍ନ ଆସୁଥିବ ....ହେଲେ ସତ ଜାଣିବା ପରେ ଆପଣ ବି କିଛି ଏମିତି ଅନୁମାନ କରିବେ । କାରଣ ବିଜେଡି ବର୍ତ୍ତମାନ ସୁଦ୍ଧା ୧୪୪ ଆସନରେ ବିଧାନସଭା ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ୨୧ ରୁ ୨୧ ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଛି । କିନ୍ତୁ ଏତେ ଅଷ୍ଟମ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା ହେବା ପରେ ବି କାହିଁକି ନବମ ପର୍ଯ୍ୟାୟକୁ ଦଳ ଅପେକ୍ଷା କଲା ବକେୟା ୩ ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିବାକୁ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଗତକାଲି ଭୋଗରାଇ ବିଧାନସଭାରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରଦୀପ କୁମାର ସାହୁଙ୍କୁ ପ୍ରାର୍ଥୀ କରିଛି ଦଳ । ଭୋଗରାଇରେ ବିଜେପି ପ୍ରାର୍ଥୀ ଘୋଷଣା କରି ନଥିବାବେଳେ କଂଗ୍ରେସ ସତ୍ୟଶିବ ଦାସଙ୍କୁ ପ୍ରାର୍ଥୀ କରିଛି । ଖୋର୍ଦ୍ଧାରେ ବିଜେପି ପ୍ରଶାନ୍ତ ଜଗଦେବ ଓ କଂଗ୍ରେସ ସୋନାଲି ସାହୁଙ୍କୁ ମଇଦାନଙ୍କୁ ଓହ୍ଲାଇଛି । ସେହିପରି ବେଗୁନିଆରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ ଆଉ କଂଗ୍ରେସରୁ ନିର୍ବାଚନ ଲଢୁଛନ୍ତି ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ତେବେ ଆହୁରି ୩ ଆସନରେ ପ୍ରାର୍ଥୀ ଘୋଷଣା ହୋଇ ନାହିଁ । ଖଣ୍ଡପଡା, କୋରେଇ ଓ ନୀଳଗିରି ଆସନକୁ ନେଇ ଏବେ ବି ଘୋଷଣା ବାକି ରହିଛି । କୁହାଯାଉଛି କି, କୋରେଇରୁ ଏଥର ବବିଙ୍କ ମାଆଙ୍କୁ ଦଳ ମଇଦାନକୁ ଓହ୍ଲାଇବାକୁ ପାଗ ଭିଡୁଥିବା ବେଳେ ଖଣ୍ଡପଡ଼ା ଓ ନୀଳଗିରି ଆସନକୁ ନେଇ ଏବେ ବି ସସ୍ପପେନ୍ସ ଜାରି ରହିଛି ।
 


 

ROHIT
3m ago
ବିଦ୍ୟାଳୟରେ ଶିକ୍ଷକ ନଥିବା କଥାକୁ ସ୍ୱିକାର କଲେ ରୋହିତ୍‌
ଅର୍ଗସ ବ୍ୟୁରୋ: ନିଜର ଭୁଲ୍ ସ୍ୱିକାର କଲେ ରୋହିତ ପୁଜାରୀ। ସମ୍ବଲପୁରରେ ଥିବା ବିଦ୍ୟାଳୟରେ ଶିକ୍ଷକ ନଥିବା କଥାକୁ ସ୍ବିକାର କରିବା ସହ ରୂପାନ୍ତରଣ ହୋଇଥିବା ବିଦ୍ୟାଳୟକୁ ଶିକ୍ଷ
ମୋଦି
6m ago
ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ: ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭା ନିର୍ବାଚନ ପ୍ରଚାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବିହାର ଗସ୍ତରେ ଅଛନ୍ତି । ଏଥିପାଇ
ସମୁଦ୍ରରେ ଛଡାଗଲା
12m ago
ସମୁଦ୍ରରେ ଛଡାଗଲା ୨୫୩ ଅଲିଭ ରିଡଲେ କଇଁଛ ଛୁଆ
ଅର୍ଗସ ବ୍ୟୁରୋ: ସମୁଦ୍ରରେ ଛଡାଗଲା ଅଲିଭ ରିଡଲେ କଇଁଛ ଛୁଆ। ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରା ବେଳାଭୂମି ରେ ଆଜି ବନବିଭାଗ ପକ୍ଷରୁ 253 ଟି ଅଲିଭରିଡଲେ କଇଁଛ ଛୁଆଙ୍କ