ଅର୍ଗସ ବ୍ୟୁରୋ: ଷ୍ଟକ୍ ମାର୍କେଟରେ ବଡ ବିପର୍ଯ୍ୟୟ । ଆଜି କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ ଖସିବାରେ ଲାଗିଥିଲା । ବର୍ତ୍ତମାନ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ ଏକ ହଜାର ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୯ ହଜାର ୧୭୧ରେ ପହଞ୍ଚିଛି । ନ୍ୟାସନାଲ ଷ୍ଟକ୍ ଏକ୍ସେଚଂଜରେ ମଧ୍ୟ ୩୦୨ ପଏଣ୍ଟ ହ୍ରାସ ହୋଇ ୨୩ ହଜାର ୮୯୫ରେ ପହଞ୍ଚିଛି । ଆମେରିକା ଫେଡେରାଲ ରିଜଭ ପକ୍ଷରୁ ସୁଧହାର ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି । ଏହାର ପ୍ରଭାବ ସାରା ବିଶ୍ବର ଷ୍ଟକ ମାର୍କେଟ ଉପରେ ପଡିଛି ।