ବେଙ୍ଗାଲୁରୁରେ କଡା ନିୟମ : ବନ୍ଦ ରହିବ ସ୍କୁଲ, ଧୋଇ ପାରିବେନି କାର୍
by Argus News
Fri, Mar 08 | 3:17 p.m.

ଅର୍ଗସ ବ୍ୟୁରୋ : ପୁଣି ଦେଶରେ ଦେଖାଦେଲା ଜଳ ସଂକଟ । ଆଗକୁ ଆହୁରି ଖରା ଅଛି । ହେଲେ ତା ପୂର୍ବରୁ କର୍ଣ୍ଣାଟକର ବଡ ସହର ବେଙ୍ଗାଲୁରୁରେ ଦେଖାଯାଇଛି ଜଳ ସଙ୍କଟ । ସହର ପାଇଁ ଯେତିକି ଜଳ ଆବଶ୍ୟକ ତାହା ଧିରେ ଧିରେ କମି ଯାଉଛି । ସ୍ଥିତି ଏପରି ହେଲାଣି ଯେ ଏବେ ସ୍କୁଲ, କୋଚିଂ ସେଣ୍ଟର ବନ୍ଦ ହେବା ଉପରେ । ସ୍କୁଲରେ ଟୋପେ ପାଣି ନଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାରି ଭିତରେ ପ୍ରଶାସନ ପକ୍ଷରୁ ମଧ୍ୟ କଟକଣା ଲଗାଯାଇଛି ।

ନିୟମ ଅନୁସାରେ କେହି ପାଣିରେ କାର ଧୋଇପାରିବେ ନାହିଁ କି ଗଛରେ ପାଣି ଦେଇପାରିବେ ନାହିଁ । ଏହାସହ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ଲାଗିଛି କଟକଣା । ଯଦି କାହାକୁ ଏଭଳି ନିର୍ଦ୍ଦେଶ ଉଲଂଘନ କରିବାରେ ଜଣାପଡେ କିମ୍ବା କୌଣସି ସ୍ଥାନରେ ନିର୍ମାଣ କାର୍ଯ୍ୟରେ ପାଣିର ବ୍ୟବହାର ହେଉଥିବା ଦେଖାଯାଏ ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।

ଅଧିକ ପଢନ୍ତୁ ଭାରତ ଖବର

କେବଳ ବେଙ୍ଗାଲୁରୁ ସହର ପାଇଁ ଦୈନିକ ୨୬୦୦ରୁ ୨୮୦୦ନିୟୁତ ଲିଟର ପାଣିର ଆବଶ୍ୟକତା ରହିଛି । ମାତ୍ର ଏବେ ୧୫୦୦ନିୟୁତ ଲିଟର ପାଣିର ଅଭାବ ଦେଖାଦେଇଛି । ଘରୋଇ ଟ୍ୟାଙ୍କର ମାଲିକ ଏହାର ଫାଇଦା ଉଠାଉଛନ୍ତି। ଗୋଟିଏ ଟ୍ୟାଙ୍କର ପାଣି ପାଇଁ ୩ରୁ ୪ଦିନ ଅପେକ୍ଷା କରିବାକୁ ପଡୁଥିବା ବେଳେ ଏଥିପାଇଁ ଅଧିକ ଅର୍ଥ ଦେବାକୁ ପଡୁଛି । ସହର ଏବଂ ଏହାର ଆଖପାଖ ଅଂଚଳରେ ଥିବା ପ୍ରାୟ ୩ ହଜାରରୁ ଅଧିକ ବୋରୱେଲ ଶୁଖିଯାଇଛି । 

ଗୁଡ ନ୍ୟୁଜ୍
22m ago
ସାଢେ ୬ କୋଟି ଲୋକଙ୍କ ପାଇଁ ଖୁସି ଖବର ...
ନୂଆଦିଲ୍ଲୀ : ସାଢେ ୬କୋଟି ଲୋକଙ୍କ ପାଇଁ ଗୁଡ ନ୍ୟୁଜ୍। ଟଙ୍କା ଉଠାଇବା ପ୍ରକ୍ରିୟା ଆହୁରି ସହଜ କରିଛି EPFO । EPFO ଅଟୋ ମୋଡ ସେଟେଲମେଣ୍ଟ
ଭୁବନେଶ୍ବରରେ
30m ago
ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଭୁବନେଶ୍ବରରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଲେ ମୋଦି। ବିମାନବନ୍ଦରରେ ମୋଦିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି
ଭଣ୍ଡାରିପୋଖରୀରେ
43m ago
ଭଣ୍ଡାରିପୋଖରୀରେ ତ୍ରିମୁଖୀ ଲଢ଼େଇ: କିଏ ମାରିବ ବାଜି..... କାହାକୁ ବାଛିବେ ଭୋଟର
ଅର୍ଗସ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ସରଗରମ ହେଉଛି । ହାତରେ ଆଉ ଦିନ କେଇଟା ବାକି ଥିବା ବେଳେ, ପ୍ରଚାରକୁ ଜୋରଦାର କରୁଛନ୍ତି ୩ ପ୍ରମୁଖ ଦଳ